ବିଜେପିର ମା ପାଇଁ ଗଛଟିଏ ଅଭିଯାନ, ବାଣୀବିହାର ଓ ଶ୍ରୀକୃଷ୍ଣ ମଣ୍ଡଳ ପକ୍ଷରୁ ଶତାଧିକ ବୃକ୍ଷ ରୋପଣ : Ommtv Round The Clock

ଭୁବନେଶ୍ୱର,୪ା୭ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପିର ମା ପାଇଁ ଗଛଟିଏ
ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଣୀବିହାର ମଣ୍ଡଳ ପକ୍ଷରୁ ଭିଏସଏସ
ନଗରର ବୀର ସୁରେନ୍ଦ୍ର ସାଏ ପାର୍କ ଓ ଶ୍ରୀକୃଷ୍ଣ ମଣ୍ଡଳ ପକ୍ଷରୁ ମା ହାତିଆଶୁଣୀଙ୍କ ପୀଠରେ
ଶତାଧିକ ନିମ୍ବ, କଦମ୍ବ, ପିସ୍ତାବାଗାମ, ହରିଡା, ଆମ୍ବ, ପିଜୁଳି ଇତ୍ୟାଦି ଚାରା ରୋପଣ
କରାଯାଇଛି । ମୁଖ୍ୟ ଅତିଥି ଭାବେ ପୁର୍ବତନ ବିଧାୟକ ତଥା ବିଜେପି ନେତା ପ୍ରୟଦର୍ଶୀ
ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ବୃକ୍ଷ ରୋପଣ କରିଥିଲେ । ସେ
କହିଥିଲେ ଭୁବନେଶ୍ୱରରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ସୁସ୍ଥ,ସ୍ୱଚ୍ଛ ଓ
ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଅଧିକରୁ ଅଧିକ ବୃକ୍ଷ ରୋପଣର ଆବଶ୍ୟକତା ରହିଛି ।
ସମସ୍ତ ବିଜେପି କର୍ମକର୍ତ୍ତା ଓ କର୍ମୀ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ଏହାର ଯତ୍ନ
ନେବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା
କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମିଶ୍ର, ବାଣୀବିହାର ମଣ୍ଡଳ ସଭାପତି ବିଜୟ ରାଉତ,
ପୁର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ, ବରିଷ୍ଠ ବିଜେପି ନେତା ଖୋକନ ଜେନା, ସରୋଜ
ମଲ୍ଲିକ, ଶ୍ରୀକୃଷ୍ଣ ମଣ୍ଡଳର କାଳନ୍ଦି ପ୍ରଧାନ, ସୁଚିତ୍ରା ବେହେରା, ଅନୂସୟା ସାହୁ, ମାଳତୀ
ହେମ୍ରମଙ୍କ ସମେତ ସମସ୍ତ ନେତୃ ମଣ୍ଡଳୀ, କର୍ମକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ରହି ବୃକ୍ଷ ରୋପଣ
କରିଥିଲେ ।