ଉତ୍ତର ବିଜେପିର ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଶୁଭାରମ୍ଭ, ଚନ୍ଦ୍ରଶେଖର ମଣ୍ଡଳ ପକ୍ଷରୁ ୧୦୦ ବୃକ୍ଷ ରୋପଣ : Ommtv Round The Clock

ଭୁବନେଶ୍ୱର,୨ା୭ ଉତ୍ତର ବିଜେପି ପକ୍ଷରୁ ଉତ୍ତର ନିର୍ବାଚନ ମଣ୍ଡଳୀରେ ମା ପାଇଁ ଗଛଟିଏ
କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଆଜି ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନ ଚନ୍ଦ୍ରଶେଖରପୁର
ହାଉସିଂ ବୋର୍ଡ କଲୋନୀ ସ୍ଥିତ ଦୁର୍ଗା ପଡିଆ ଓ ଡିଏଲଏଫ ନିକଟ ପଡିଆ ଠାରେ
୧୦୦ରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ କରାଯାଇଛି । ମୁଖ୍ୟ ଅତିଥି ଭାବେ ପୁର୍ବତନ ବିଧାୟକ ତଥା
ବିଜେପି ନେତା ପ୍ରୟଦର୍ଶୀ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ
ବୃକ୍ଷ ରୋପଣ କରିଥିଲେ । ସେ କହିଥିଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ
ଆହ୍ୱାନ ମା ପାଇଁ ଗଛଟିଏ । ବୃକ୍ଷ ଆମ ଜୀବନର ଆଧାର । ଏହାର ସୁରକ୍ଷା ଆମର
କର୍ତ୍ତବ୍ୟ । ଗଛ ଲଗାନ୍ତୁ, ଜୀବନ ବଞ୍ଚାନ୍ତୁ । ଏହି କ୍ରମରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ବୃକ୍ଷ
ରୋପଣ କାର୍ଯ୍ୟକ୍ରମ ହୋଇଛି । ଆଗାମୀ ଦିନରେ ପ୍ରତ୍ୟେକ ୱାର୍ଡ ଓ ପଞ୍ଚାୟତରେ ହଜାର
ହଜାର ସଂଖ୍ୟାରେ ବୃକ୍ଷ ରୋପଣ କରାଯିବ । ସମସ୍ତ ବିଜେପି କର୍ମକର୍ତ୍ତା ଓ କର୍ମୀ ଗୋଟିଏ
ଗୋଟିଏ ବୃକ୍ଷ ରୋପଣ କରି ଏହାର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି
କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମିଶ୍ର, ୭ ନମ୍ବର
ୱାର୍ଡ କର୍ପୋରେଟର ଯଶୋଧାରା ପ୍ରଧାନ, ଚନ୍ଦ୍ରଶେଖର ମଣ୍ଡଳ ସଭାପତି ନଗେନ ବିଶୋଇ,
ବାଣୀବିହାର ମଣ୍ଡଳ ସଭାପତି ବିଜୟ ରାଉତ, ପୁର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ,
ବରିଷ୍ଠ ବିଜେପି ନେତା ଖୋକନ ଜେନା, ଦୈନ ଜେନା, ପ୍ରଶାନ୍ତ ରାଉତ, ସରୋଜ ମଲ୍ଲିକ,
ଚନ୍ଦ୍ରଶେଖର ମଣ୍ଡଳ ସାଧାରଣ ସମ୍ପାଦକ ଶିଶୀର ମହାରଣା, ଯୁବମୋର୍ଚ୍ଚା ସମ୍ପାଦକ ଚିରାଗ
ଆଚାର୍ଯ୍ୟ, ଯୁବନେତା ନିର୍ମଳ ପଣ୍ଡାଙ୍କ ସମେତ ସମସ୍ତ ନେତୃ ମଣ୍ଡଳୀ, କର୍ମକର୍ତ୍ତା ଓ କର୍ମୀମାନେ
ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।