ରଥଯାତ୍ରା ପାଇଁ ଓଟିଡିସି ପକ୍ଷରୁ ସ୍ଵତନ୍ତ୍ର ଟୁର୍ ପ୍ୟାକେଜ୍

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସମ୍ବଲପୁର, ଭୁବନେଶ୍ଵର ଓ ପୁରୀ ରେ ଶ୍ରଦ୍ଧାଳୁ ଙ୍କ ପାଇଁ ଓଟିଡିସି ତରଫରୁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ମାନେ କିଭଳି ଏୈତିହାସିକ ଘୋଷଯାତ୍ରା କୁ ସୁରୁଖୁରୁରେ ଦେଖି ପାରିବେ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ଏହି ପ୍ୟାକେଜ୍ ଅତ୍ୟନ୍ତ ଲାଭଦାୟକ ହେବ

ରଥଯାତ୍ରା ପାଇଁ ଓଟିଡିସି ପକ୍ଷରୁ ସ୍ଵତନ୍ତ୍ର ଟୁର୍ ପ୍ୟାକେଜ୍

*ରଥଯାତ୍ରା ପାଇଁ ଓଟିଡିସି ପକ୍ଷରୁ ସ୍ଵତନ୍ତ୍ର ଟୁର୍ ପ୍ୟାକେଜ୍*

ଭୁବନେଶ୍ବର: (ଓମ ): ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସମ୍ବଲପୁର, ଭୁବନେଶ୍ଵର ଓ ପୁରୀ ରେ ଶ୍ରଦ୍ଧାଳୁ ଙ୍କ ପାଇଁ ଓଟିଡିସି ତରଫରୁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ମାନେ କିଭଳି ଏୈତିହାସିକ ଘୋଷଯାତ୍ରା କୁ ସୁରୁଖୁରୁରେ ଦେଖି ପାରିବେ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ଏହି ପ୍ୟାକେଜ୍ ଅତ୍ୟନ୍ତ ଲାଭଦାୟକ ହେବ । ଗତ ଦୁଇ ବର୍ଷ ହେବ ବିନା ଭକ୍ତ ରେ ବଡ଼ଠାକୁରଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମ୍ପର୍ଣ୍ଣ ହୋଇଥିଲା । ଏଥର କିନ୍ତୁ କୋଭିଡ଼ ର କଟକଣା ନାହିଁ, ଭକ୍ତ ଙ୍କୁ ଭଗବାନ ଙ୍କ ପାଖକୁ ଯିବା ରେ କୌଣସି ପ୍ରତିବନ୍ଧକ ବି ନାହିଁ । ତେଣୁ ଏବର୍ଷ ଘୋଷଯାତ୍ରା ରେ ପ୍ରବଳ ଜନସମାଗମ ହେବ ବୋଲି ଆଶା କରାଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ରଥଯାତ୍ରା ସ୍ଵତନ୍ତ୍ର ଟୁର୍ ପ୍ୟାକେଜ ର ବ୍ୟବସ୍ଥା କରାଯାଇଛି । ସମ୍ବଲପୁର ରୁ ପୁରୀ, ଭୁବନେଶ୍ଵର ରୁ ପୁରୀ ଓ ପୁରୀ ରେ ଶ୍ରଦ୍ଧାଳୁ ଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ସମ୍ବଲପୁର ରୁ ଆସି ପୁରୀ ରେ ରଥଯାତ୍ରା ଦେଖିବାକୁ ଚାହୁଁଛନ୍ତି ସେମାନେ ଜୁନ୍ ୩୦ ତାରିଖ ରାତି ୯ ଟା ରେ ସମ୍ବଲପୁର ପାନ୍ଥନିବାସ ରୁ ସ୍ଵତନ୍ତ୍ର ଗାଡ଼ି ରେ ଆସି ଭୁବନେଶ୍ବର ପାନ୍ଥନିବାସ ରେ ସକାଳ ଜଳଖିଆ ଖାଇ ଅନ୍ୟଏକ ସ୍ଵତନ୍ତ୍ର ଭଲବୋ ବସ୍ ଯୋଗେ ପୁରୀ ଆସିବେ, ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ଦେଖିବେ । ସେହିଦିନ ପୁରୀ ରୁ ପୁଣିଥରେ ଭୁବନେଶ୍ଵର ପାନ୍ଥନିବାସ ଆସି ସେଠାରୁ ରାତି ୧୦ ଟାରେ ସମ୍ବଲପୁର ଆଭିମୁଖେ ଯାତ୍ରା ଆରମ୍ଭ କରିବେ । ସେହିପରି ଭୁବନେଶ୍ବର ଓ ପୁରୀ ପାନ୍ଥନିବାସ ରୁ ମଧ୍ୟ ପୁରୀ ରେ ରଥଯାତ୍ରା ଦେଖିବା ପାଇଁ ସ୍ଵତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି ।ସମସ୍ତ ପ୍ୟାକେଜ୍ ରେ ଚା' ଜଳଖିଆ, ମଧ୍ୟାହ୍ନଭୋଜନ ର ସୁବ୍ୟବସ୍ଥା ମଧ୍ୟ ରହିଛି । ପ୍ୟାକେଜ୍ ର ମୂଲ୍ୟ ମଧ୍ୟ ଆକର୍ଷଣୀୟ ରହିଛି । ସମ୍ବଲପୁର, ଭୁବନେଶ୍ଵର ଓ ପୁରୀ ପାନ୍ଥନିବାସ ରୁ ପ୍ୟାକେଜ୍ ଦର ଯଥାକ୍ରମେ ୮୩୦୦/-, ୫୮୦୦/- ଓ ୫୦୦୦/- ରହିଛି। ଏହି ରଥଯାତ୍ରା ଟୁର୍ ପ୍ୟାକେଜ୍ ବିଷୟରେ ଅଧିକ ବିବରଣୀ ପାଇଁ ତଥା ବୁକିଂ ୱେବସାଇଟ୍ www.panthanivas.com ଜରିଆରେ କରିପାରିବେ ।