ୱାର୍ଡ଼ ୭ରେ ପୁଲୱାମା ବଳିଦାନ ଦିବସ ପାଳିତ : Ommtv

ୱାର୍ଡ଼ ୭ରେ ପୁଲୱାମା ବଳିଦାନ ଦିବସ ପାଳିତ : Ommtv

ୱାର୍ଡ଼ ୭ରେ ପୁଲୱାମା ବଳିଦାନ ଦିବସ ପାଳିତ : Ommtv

ୱାର୍ଡ଼ ୭ରେ ପୁଲୱାମା ବଳିଦାନ ଦିବସ ପାଳିତ : Ommtv

(OMMTV-BBSR News):ଆଜି ଶୈଳଶ୍ରୀବିହାର ୱାର୍ଡ଼ ୭ ଅଞ୍ଚଳରେ ଫ୍ରେଣ୍ଡସ୍ ଫାଉଣ୍ଡେସନ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ବନ୍ଧୁମିଳନ ଓ ପୁଲୱାମା ବଳିଦାନ ଦିବସ । ଏହି ଅବସରରେ ଉତ୍ତର ଭୁବନେଶ୍ବର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମରେ କିଛି ସ୍ଥାନୀୟ ଯୁବ ପ୍ରତିଭା ଓ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମନେଇ ସ୍ଥାନୀୟ ଯୁବକମାନଙ୍କ ଦ୍ବାରା ଏକ ବାଇକ ରୢାଲି ବାହାରି ବିଭିନ୍ନ କଲୋନି ବୁଲି ଅମର ସହିଦ ମାନଙ୍କ ଉଦେଶ୍ୟରେ ଜୟ ଜବାନ ନାରାଦେଇଥିଲେ। ଏହାପରେ ୱାର୍ଡ଼ ୭ ଖେଳପଡ଼ିଆରେ ସମସ୍ତ ସହିଦମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣକରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବର୍ତମାନର କର୍ପୋରେଟର ଯଶୋଧରା ପ୍ରଧାନ ଏବଂ ପୂର୍ବତନ କର୍ପୋରେଟର ସ୍ବର୍ଣ୍ଣପ୍ରଭା ରାୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀମାନଙ୍କ ସହ ସାମୋହିକ ଦୀପଦାନ କରିଥିଲେ। ଶତାଧିକ ଯୁବକଙ୍କ ବାଇକ୍ ରୢାଲିଦେଖି ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଥିଲା। ବନ୍ଧୁମିଳନ ଓ ସହିଦ ଦିବସକୁନେଇ ପୂର୍ବତନ ବିଧାୟକ ପ୍ରିୟଦର୍ଶୀଙ୍କ ଉପସ୍ଥିତି ଦେଖି ସ୍ଥାନୀୟ ଲୋକ ପ୍ରିୟଙ୍କୁ ସ୍ବାଗତକରିବା ସହିତ ପାଛୋଟି ଆଣିଥିଲେ। ସୂଚନାଥାଉକି ପୂର୍ବତନ ବିଧାୟକ ନିଜ ପୁରୁଣା ସ୍ଥାନରେ ବୁଲାବୁଲି କରିବା ପରେ ବର୍ତମାନ ଉତ୍ତର ରାଜନୀତି ‌ସରଗରମ ହୋଇଛି। କର୍ମୀମାନଙ୍କ ମଧ୍ୟରେ ବେସ୍ ଶୀତଳ ଯୁଦ୍ଧ ଚାଲିଛି। ଶ୍ରୀ ମିଶ୍ରଙ୍କ ସାମାଜିକ ଗଣମାଧ୍ୟମ ପ୍ରଚାରକରୁଥିବା କିଛି ସାମ୍ବାଦିକଙ୍କୁ ଜଣେ ପଞ୍ଚାୟତର କୁଜି ନେତା ନିଜ ଗ୍ରୁପରୁ ବାହାର କରିଦେବା ପରେ ଏବେ ମାହୋଲ ‌ଆହୁରି ସରଗରମ ହୋଇଯାଇଛି। ପ୍ରିୟଙ୍କ ସରଳ ଭାବମୃର୍ତି ଓ ଉଦାରତାକୁ ସ୍ଥାନୀୟଲୋକ ପୁଣି ଆପଣାଇବାପାଇଁ ଇଛାପ୍ରକାଶ କରୁଥିବାରୁ ‌କିଛି ଦିନ ହେଲାଣି ଉତ୍ତର ଭୁବନେଶ୍ବରର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରିୟଙ୍କୁ ଅତିଥି ଭାବରେ ଦେଖିବାକୁ ମିଳୁଛି।