ମାତୃ ପିତୃ ପୂଜନ ଦିବସ ପାଳିତ : Ommtv

ମାତୃ ପିତୃ ପୂଜନ ଦିବସ ପାଳିତ : Ommtv

ମାତୃ ପିତୃ ପୂଜନ ଦିବସ ପାଳିତ : Ommtv

ମାତୃ ପିତୃ ପୂଜନ ଦିବସ ପାଳିତ : Ommtv

୧. ବିଡ଼ିଏ କଲୋନିସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର

ଚନ୍ଦ୍ରଶେଖରପୁର, ୧୪/୨(ଇମିସ): ବିଦେଶୀ ସଭ୍ୟତା ଭାଲେନଣ୍ଟାଇନ୍ ଡ଼େକୁ ପ୍ରତ୍ୟାଖ୍ୟାନକରି ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି ମାତୃ ପିତୃ ପୂଜନ ଦିବସ ଏହି ଅବସରରେ ଚନ୍ଦ୍ରଶେଖରପୁରସ୍ଥିତ ବିଡ଼ିଏ କଲୋନିସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ମାତୃ ପିତୃ ପୂଜନ ଦିବସ ବଡ଼ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରେ ଶହ ଶହ ଛାତ୍ରଛାତ୍ରୀ ସେମାନଙ୍କ ପିତା ମାତାଙ୍କୁ ଶିକ୍ଷାନୁଷ୍ଠାନ ମଧ୍ୟରେ ପୂଜାକରିଛନ୍ତି। ବିଦ୍ୟାଳୟର ସଭାପତି ମଦନ ମୋହନ ଧଳ ବିଦେଶୀ ପରମ୍ପରା ଆମ ପିଲାଙ୍କ ମନରେ କୁପ୍ରଭାବ ନପକାଉ ତାହାନେଇ ଅଭିଭାବକମାନଙ୍କୁ ସର୍ତକ ରହିବାପାଇଁ ସଚେତନ କରିଥିଲେ। ସଂପାଦକ ଅକ୍ଷୟକୁମାର ତ୍ରୀପାଠୀ ପୂଜନ ପରମ୍ପରାକୁ ସରକାର ଅଗ୍ରାଧିକାର ଦେବାପ‌ାଇଁ ନିବେଦନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଗଙ୍ଗାଧର ମହାରଣା ଉକ୍ତ ଉତ୍ସବକୁ ‌ପରିଚାଳନାକରିଥିଲା ବେଳେ ବିଜୟ କୁମାର ଦାସ, ଲୋକନାଥ ପ୍ରହରାଜ, ଅଭୟ କୁମାର ଶତପଥୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

୨. ଆଦିମାତା କଲୋନି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର

ସେହିଭଳି ଆଦିମାତା କଲୋନି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠି ହୋଇଯାଇଛି ମାତୃ ପିତୃ ପୂଜନ ଦିବସ। ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଘରୁ ନିଜସହ ଫୁଲ , ଚନ୍ଦନ, ସିନ୍ଦୁର ଓ ମିଠାନେଇ ଅଭିଭାବକମାନଙ୍କୁ ସ୍କୁଲ ପରିସରରେ ପୂଜା କରିଥିଲେ। ଏହି ଅବସରରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ପ୍ରଧାନ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ। 

୩. ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ମାତୃପିତୃ ପୂଜନ ଦିବସ

ମଳିପଡାସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ମାତୃପିତୃ ପୂଜନ ଦିବସ ପାଳନ ଓ ପରୀକ୍ଷାମେଧ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ମାତୃପିତୃ ଦିବସ ପାଳନ କରାଯାଇଥିଲା । ଏଥିରେ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ସେମାନଙ୍କର ପିତାମାତାଙ୍କୁ ଧୂପ, ଦୀପ, ଚନ୍ଦନ ଦେଇ ବନ୍ଦାପନା କରି ପୂଜାର୍ଚ୍ଚନା କରିଥିଲେ । ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କର ଆଗାମୀ ବୋର୍ଡ ପରୀକ୍ଷାରେ ସଫଳତା କାମନା କରି ସ୍କୁଲର ଗଣେଶ ମଣ୍ଡପ ଠାରେ ପରୀକ୍ଷାମେଧ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସ୍କୁଲର ଅଧ୍ୟକ୍ଷା ନମ୍ରତା ସିଂ ପୂଜାରେ ପିଲାମାନଙ୍କ ପାଇଁ ସଂକଳ୍ପ କରିବା ସହିତ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍କୁଲର ଚେୟାରମ୍ୟାନ ପବିତ୍ର କୁମାର ରାଉତରାୟ ଯୋଗଦେଇଥିଲେ। ଉପାଧ୍ୟକ୍ଷ କବୀନ୍ଦ୍ର ଦାଶ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ। 

DAVians of Chandrasekharpur offer rich tributes to Swami Dayanand :Ommtv

DAVians of Chandrasekharpur, Bhubaneswar offered rich tributes to Swami Dayanand Saraswati, the founder of Arya Samaj, eminent social reformer, vedic exponent and Pioneer of DAV movement on the school premises on Wednesday. It is mentionable that the entire nation is commemorating the bicentennial birth anniversary of the great sage. The Principal I/C Indira Bhattacharya, students and teachers of the school participated in a Vedic havan with 200 decorated vessels ( Kalasa) reminiscing about the priceless contributions of Swamiji.  A series of programmes have been slated to instill his sacred ideals among the students round the year.