ରେଳ ଉପୋଭୋକ୍ତା ସମିତି ଓଡିଶାର ପ୍ରତିବାଦ ଗଣଧାରଣା : Ommtv

ରେଳ ଉପୋଭୋକ୍ତା ସମିତି ଓଡିଶାର ପ୍ରତିବାଦ ଗଣଧାରଣା

ରେଳ ଉପୋଭୋକ୍ତା ସମିତି ଓଡିଶାର ପ୍ରତିବାଦ ଗଣଧାରଣା : Ommtv

ରେଳ ଉପୋଭୋକ୍ତା ସମିତି ଓଡିଶାର ପ୍ରତିବାଦ ଗଣଧାରଣା : Ommtv

ରେଳ ବିଭାଗ ଓଡିଶା ପ୍ରତି କରୁଥିବା ବୈମାତୃକ ମନୋଭାବର ବିରୋଧରେ ରେଳ ଉପଭୋକ୍ତା ସମିତି ଓଡ଼ିଶା(ରୁଷୋ)ତରଫରୁ ଏକ ଶାନ୍ତିପୂର୍ଣ୍ଣ ଗଣଧାରଣା କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ରେଳ ସଦନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି | ଏହି ଗଣଧାରଣା ସହ ରେଳ ଉପଭୋକ୍ତା ମାନଙ୍କ ସୁବିଧା ଓ ଓଡ଼ିଶାରେ ରେଳର ବିକାଶକୁ ନେଇ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ରେଳମନ୍ତ୍ରୀଙ୍କ ସହ ବିଭାଗୀୟ ମୁଖ୍ୟଙ୍କୁ ଦିଆଯାଇଛି | ବିଭିନ୍ନ ଦାବି ଗୁଡିକନେଇ ହୋଇଥିବା ପ୍ରଶ୍ନଗୁଡିକ ମଧ୍ୟରେ  ୨ଟି ରାଜ୍ୟରେ ଥିବା ରେଳବାଇ ଜୋନରେ ଅଲଗା ଅଲଗା ଭଡା ଯଥା ପଶ୍ଚିମବଙ୍ଗରେ ସର୍ବନିମ୍ନ ୫ଟଙ୍କା ଥିବାବେଳେ ଓଡ଼ିଶାରେ ଏହା ୩0ଟଙ୍କା କାହିଁକି,ପାସେଞ୍ଜର ଟ୍ରେନ କୋଭିଡ ସମୟରୁ ପ୍ରାୟ ୪ ବର୍ଷ ହେଲା ସ୍ପେସିଆଲ ଟ୍ରେନ ଘୋଷଣା କରି ବର୍ଦ୍ଧିତ ଟିକେଟ ଦର ଆଦାୟ କରାଯାଉଛି | କୋଭିଡ ସମୟରୁ ପ୍ରତ୍ୟାହୃତ (୪0ପ୍ରକାର)ର ରିହାତି ପୁନଃ ପ୍ରଚଳନ ନହେବାରୁ, ବରିଷ୍ଠ ନାଗରିକ,ରୋଗୀ,ବୃଦ୍ଧ ବୃଦ୍ଧା, ଶାରୀରିକ ଅକ୍ଷମ, ଛାତ୍ରଛାତ୍ରୀ, ଇତ୍ୟାଦି ବିଗତ ୪ ବର୍ଷରୁ ଉର୍ଦ୍ଧ କଷ୍ଟ ଭୋଗୁଛନ୍ତି | ଭାରତର ରେଳ ବିଭାଗର ଅଧିକ ଆୟ ଓଡ଼ିଶାର ଖଣିଜ ପଦାର୍ଥ ଓ ପରିବହନରୁ ହେଉଥିବା ବେଳେ ଓଡ଼ିଶାରେ ଉନ୍ନୟନ କାର୍ଯ୍ୟ ପାଇଁ ସବୁଠାରୁ କମ ଅର୍ଥ ବ୍ୟୟବରାଦ ହୋଇଥାଏ |ଷ୍ଟେସନ ଗୁଡିକର ଉନ୍ନୟନ କାର୍ଯ୍ୟ ବ୍ୟାହତ ହେଉଛି |ଅଧିକାଂଶ ଷ୍ଟେସନ ଏଭଳି ଅବ୍ୟବସ୍ଥାରେ ରହିଛି ଯେ ବୃଦ୍ଧ, ବୃଦ୍ଧା, ମହିଳା, ରୋଗୀ, ଶିଶୁ ଷ୍ଟେସନରେ ଗାଡ଼ିରୁ ଓଲ୍ହାଇବାରେ ସହଜ ହେଉନାହିଁ ବରଂ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେବା ଦେଖାଯାଉଛି |ଯାତ୍ରୀବାହୀ ଟ୍ରେନରେ ସାଧାରଣ ଯାତ୍ରୀଙ୍କ ପାଇଁ ସ୍ୱଚ୍ଛନ୍ଦରେ ଯାତାୟାତ କରିବା ପାଇଁ ଅନ୍ୟୁନ ୮ଟି ସାଧାରଣ ବଗି ଅଭାବରୁ ଯାତ୍ରୀମାନେ ଦୁର୍ଦଶା ଭୋଗୁଛନ୍ତି | ଯାନବାହାନ ରହଣି ଷ୍ଟାଣ୍ଡରେ କୋଭିଡ ପୂର୍ବରୁ ନିର୍ଦ୍ଧାରିତ ଦର ଯାହା ଥିଲା, ବର୍ତ୍ତମାନ ତାର ୨ଗୁଣରୁ ଅଧିକ ଆଦାୟ କରୁଛନ୍ତି |ଷ୍ଟେସନ କନ୍ସଲଟେଟିଭ କମିଟିକୁ କର୍ତୃପକ୍ଷ ମନଇଚ୍ଛା ତାଙ୍କୁ ସୁହାଇଲା ଭଳି ବ୍ୟବହାର କରୁଛନ୍ତି | ପାସେଞ୍ଜରଙ୍କ ତରଫରୁ ଉପଯୁକ୍ତ ପ୍ରତିନିଧି ନାରହିବା  ଫଳରେ ଉପଭୋକ୍ତାଙ୍କ ପ୍ରକୃତ ସମସ୍ୟା ସମାଧାନ ପ୍ରତିଫଳନ ହେଉନାହିଁ |ଡି.ଆର.ଏମ ଓ ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ପାସେଞ୍ଜର ଅଭିଯୋଗ ପ୍ରକୋଷ୍ଠ ନଥିବାରୁ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନା ଓ ସମାଧାନ ରାସ୍ତା ବନ୍ଦ |ବରିଷ୍ଠ ନାଗରିକ ମାନଙ୍କ ପାଇଁ ପ୍ରତି ବଗିରେ ସ୍ଥାନ ସଂରକ୍ଷଣ ନଥିବା ଦୃଷ୍ଟିରୁ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି |ରେଳ ଯାତାୟତରେ ଓଡ଼ିଶା ଜନସାଧାରଣଙ୍କ ସ୍ୱାର୍ଥ ଓ ସୁବିଧା ନିମନ୍ତେ ରେଳ ଉପୋଭୋକ୍ତା ସମିତି (ରୁଷୋ )ଏମିତି ବାରମ୍ବାର ଚେଷ୍ଟା ଜାରି ରଖିବେ ବୋଲି ସମିତି ପ୍ରକାଶ କରିଛି |ଆଜିର ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ଅର୍ଜୁନ ଚରଣ ସାମନ୍ତରାୟ, ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ,ନୀଳମଣି ମିଶ୍ର,ଦୁର୍ଗା ପ୍ରସାଦ ଦାସ, ଦୁଷ୍ମନ୍ତ କୁମାର ଜେନା, ହେନା ବାରିକ,ସତ୍ୟନାରାୟଣ ସାମନ୍ତସିଂହାର,ପ୍ରମିଳା ବେହେରା, ଶାନ୍ତିଲତା ରାଉତରାୟ, ଶୁଭେନ୍ଦୁ ରାଉତରାୟ, ଅଭିରାମ ମୁଣ୍ଡା,କନକଲତା ଭଞ୍ଜ, ଅରୁଣ ସ୍ୱାଇଁ,ମଳୟ ତ୍ରିପାଠୀ, ଖଗେଶ୍ୱର ବଳ, ରମାକାନ୍ତ ମଣ୍ଡଳ,ପ୍ରମୁଖ ପରିଚାଳନା କରିଥିଲେ |