ଓଡିଶା ବନ ସପ୍ତାହ ମହୋତ୍ସକ ପାଳନ : Ommtv

ଓଡିଶା ବନ ସପ୍ତାହ ମହୋତ୍ସକ ପାଳନ

ଓଡିଶା ବନ ସପ୍ତାହ ମହୋତ୍ସକ ପାଳନ : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ ) ଓଡିଶା ବନ ସପ୍ତାହ ମହୋତ୍ସକ ପାଳନ ଅବସରରେ ଆଜି ସମ୍ବାଦ ଆମ ଓଡିଶା, OKCL କମ୍ପ୍ୟୁଟର କେନ୍ଦ୍ର ଖଜୁରିଆକଟା ପକ୍ଷରୁ ହିନ୍ଦୋଳ ବ୍ଲକ୍ ମହାଲୁଣ୍ଡା ପଞ୍ଚାୟତ ହାଇସ୍କୁଲ ଠାରେ ସପ୍ତାହ ପାଳନ ର ପ୍ରଥମ ଦିବସରେ ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ଜେନାମଣୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍କୁଲ୍ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ପଟ୍ଟନାୟକ ଙ୍କ ସହଯୋଗ କ୍ରମେ ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍କୁଲ୍ ପଡିଆରେ ଦୁଇ ଶହ ରୁ ଉର୍ଦ୍ଧ ଚାରା ରୋପଣ ଓ ତିନି ଶହ ମଞ୍ଜି ପୋତା ୟାଇଥିଲା। ପରେ ପ୍ରଧାନ ଶିକ୍ଷକ ଙ୍କ ସଭାପତିତ୍ବରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ପରିବେଶ କେନ୍ଦ୍ର ସଂଯୋଜକ ପରିବେଶବିତ୍ ରତିକାନ୍ତ ଗଡନାୟକ ଯୋଗ ଦେଇ ସଙ୍ଗୀତ ମାଧ୍ୟମରେ ଓ ବିଶିଷ୍ଠ ଜାଦୁଗର ବିମଳ ବିଶ୍ଵାଳ ଯାଦୁ ପ୍ରଦର୍ଶନ ଦ୍ଵାରା ସଚେତନ କରିଥିଲେ। ହାଇସ୍କୁଲ ଓ ପ୍ରାଣବନ୍ଧୁ ବିଦ୍ୟାଳୟ ର ସମସ୍ତ ଷ୍ଟାଫ୍ ସହ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। #Dhenkanal #Hindol #Ommtv #Omtv #Kalingacinearts #NBPC