କଲରାବାଙ୍କରେ ମିଶନଶକ୍ତି ଗୃହ ଉଦ୍‌ଘାଟିତ : ଓମଟିଭି

କଟକ ଜିଲ୍ଲା କଲରାବାଙ୍କ ସ୍ମାର୍ଟ ଭିଲେଜରେ ଆଜି ମାଣପୁର ମଡେଲ ଗ୍ରାମ ପଂଚାୟତର ମିଶନଶକ୍ତି ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି ମିଶନ ଶକ୍ତି ଗୃହକୁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ, ପଂଚାୟତିରାଜ ଓ ପାନୀୟ ଜଳ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ତଥା ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ କରକମଳରେ ଉଦ୍‌ଘାଟିତ ହୋଇଥିଲା । ଏଥିରେ କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚଇନି, କଲରାବାଙ୍କ ସ୍ମାର୍ଟ ଭିଲେଜ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

କଲରାବାଙ୍କରେ ମିଶନଶକ୍ତି ଗୃହ ଉଦ୍‌ଘାଟିତ : ଓମଟିଭି

କଲରାବାଙ୍କରେ ମିଶନଶକ୍ତି ଗୃହ ଉଦ୍‌ଘାଟିତ : ଓମଟିଭି


କଟକ ଜିଲ୍ଲା କଲରାବାଙ୍କ ସ୍ମାର୍ଟ ଭିଲେଜରେ ଆଜି ମାଣପୁର ମଡେଲ ଗ୍ରାମ ପଂଚାୟତର ମିଶନଶକ୍ତି ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି ମିଶନ ଶକ୍ତି ଗୃହକୁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ, ପଂଚାୟତିରାଜ ଓ ପାନୀୟ ଜଳ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ତଥା ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ କରକମଳରେ ଉଦ୍‌ଘାଟିତ ହୋଇଥିଲା । ଏଥିରେ କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚଇନି, କଲରାବାଙ୍କ ସ୍ମାର୍ଟ ଭିଲେଜ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଆସୁଥିବା ବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ରାଜ୍ୟର ପ୍ରତି ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ଲକ୍ଷ୍ୟ ରଖିଛନ୍ତି । ଶ୍ରୀ ସାମନ୍ତଙ୍କ ପ୍ର୍ରୟାସ କ୍ରମେ କଲରାବାଙ୍କ ସ୍ମାର୍ଟ ଭିଲେଜରେ ଏହି ମିଶନ ଶକ୍ତି ଗୃହ ନିର୍ମାଣ ହୋଇପାରିଛି । ୨୧ଶହ ବର୍ଗଫୁଟ ବିଶିଷ୍ଟ ଏହି ଗୃହ ନିର୍ମାଣରେ ମୋଟ ୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୫ଲକ୍ଷ ଟଙ୍କା ଯୋଗାଇ ଦେଇଥିବା ବେଳେ ଶ୍ରୀ ସାମନ୍ତଙ୍କ ପରାମର୍ଶ କ୍ରମେ କିଟ୍ ବିଶ୍ୱବିଦ୍ୟାଳୟ ସିଏସ୍‌ଆର ପକ୍ଷରୁ ବାକି ୪୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ମିଶନ ଶକ୍ତି ଗୃହରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି ।

ଏହି ଅବସରରେ ନୀଳିମାରାଣୀ ସ୍ମାରକୀ ସେବା ନ୍ୟାସ ପକ୍ଷରୁ ସ୍ୱର୍ଗତ ନୀଳିମାରାଣୀ ସାମନ୍ତଙ୍କ ୯୪ ତମ ଜୟନ୍ତୀ ଉତ୍ସବ ‘ନୀଳିମା ଉତ୍ସବ ୨୦୨୨’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଅମାତ କହିଲେ ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ର କହିଲେ, ମହିଳାଙ୍କ ସହଯୋଗ ନ ରହିଲେ ଉନ୍ନତି ଅସମ୍ଭବ । କଲରାବାଙ୍କ ସ୍ମାର୍ଟ ଭିଲେଜ ଏବଂ ମାଣପୁର ମଡେଲ ପଂଚାୟତ ହେଉଛି ଏହାର ଉଦାହରଣ । ନୀଳିମାରାଣୀଙ୍କ ଭଳି ଦୂରଦୃଷ୍ଟି ସମ୍ପନ୍ନ ମହିଳାଙ୍କ ଯୋଗୁଁ ଆଜି ଏହା ସମ୍ଭବ ପାରିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଅରୁନ୍ଧତୀ ଦେବୀ ଓ ଝାନ୍‌ସୀ ସିଂହଙ୍କୁ ନୀଳିମାରାଣୀ ସମାଜସେବା ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ମାନ ସ୍ୱରୂପ ମାନପତ୍ର, ଉପଢ଼ୌକନ ସହ ୫୦ ହଜାର ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ବେହେରା, ଜିଲ୍ଲାପାଳ ଡ. ଚଇନି, ବାବା ରାମନାରାୟଣ ଦାସ ପ୍ରମୁଖ ନୀଳିମାରାଣୀଙ୍କୁ ଶ୍ରଦ୍ଧା ସୁମନ ‌ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୀଳିମାରାଣୀ ସ୍ମାରକୀ ସେବା ନ୍ୟାସର ସଭାପତି ଅନ୍ତର୍ଯ୍ୟାମୀ ସାମନ୍ତ, କଲରାବାଙ୍କ ଗ୍ରାମ କମିଟିର ସଭାପତି ଅଞ୍ଜନ ସାମନ୍ତ, ସମ୍ପାଦକ ଅଭିନ୍ନ ଚନ୍ଦ୍ର କେଶ ଓ କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ପଂଚାୟତ ପ୍ରତିନିଧି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।