ମାଗଣା ଚକ୍ଷୁ ଚିକିତ୍ସା ଶିବିରର ସୁବିଧା ଉଠାଇଲେ ୧ନମ୍ବର ୱାର୍ଡ଼ବାସୀ : ଓମଟିଭି

ଆଜି ଭୁବନେଶ୍ୱର ମହାନଗର ନିଗମର (ବିଏମସି) ୧ ନମ୍ବର ଓାର୍ଡ ଅର୍ନ୍ତଗତ ପ୍ରଶାନ୍ତି ବିହାର କମୁନିଟି ସେଣ୍ଟର ଠାରେ ୧ ନମ୍ବର ଓାର୍ଡର ଲୋକପ୍ରିୟ କର୍ପୋରେଟର ମିହିର କୁମାର ରାଉତ(ପପୁ)ଙ୍କ ନେତୃତ୍ୱରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସ୍ଥାନୀୟ ଅଂଚଳର ୬୦ରୁ ଉର୍ଦ୍ଧ ଲୋକ ମାଗଣାରେ ଆଖି ପରୀକ୍ଷା ଓ ଅନ୍ୟାନ ଚିକିତ୍ସା କରାଇଥିଲେ। ରାଜ୍ୟର ଅଗ୍ରଣୀ ଆ

ମାଗଣା ଚକ୍ଷୁ ଚିକିତ୍ସା ଶିବିରର ସୁବିଧା ଉଠାଇଲେ ୧ନମ୍ବର ୱାର୍ଡ଼ବାସୀ : ଓମଟିଭି

ମାଗଣା ଚକ୍ଷୁ ଚିକିତ୍ସା ଶିବିରର ସୁବିଧା ଉଠାଇଲେ ୧ନମ୍ବର ୱାର୍ଡ଼ବାସୀ : ଓମଟିଭି

ଭୁବନେଶ୍ୱର (ଓମ, ରିପୋର୍ଟ: ପିନୁ ନାୟକ): ଆଜି ଭୁବନେଶ୍ୱର ମହାନଗର ନିଗମର (ବିଏମସି) ୧ ନମ୍ବର ଓାର୍ଡ ଅର୍ନ୍ତଗତ ପ୍ରଶାନ୍ତି ବିହାର କମୁନିଟି ସେଣ୍ଟର ଠାରେ ୧ ନମ୍ବର ଓାର୍ଡର ଲୋକପ୍ରିୟ କର୍ପୋରେଟର ମିହିର କୁମାର ରାଉତ(ପପୁ)ଙ୍କ ନେତୃତ୍ୱରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସ୍ଥାନୀୟ ଅଂଚଳର ୬୦ରୁ ଉର୍ଦ୍ଧ ଲୋକ ମାଗଣାରେ ଆଖି ପରୀକ୍ଷା ଓ ଅନ୍ୟାନ ଚିକିତ୍ସା କରାଇଥିଲେ। ରାଜ୍ୟର ଅଗ୍ରଣୀ ଆଖି ହସ୍ପିଟାଲ୍ ସଂସ୍ଥା ଏଲ୍ ବି ପ୍ରସାଦ ଆଇ ହସ୍ପିଟାଲର ଅଭିଜ୍ଞ ଡାକ୍ତର ମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସାହାର୍ଯ୍ୟରେ ପରୀକ୍ଷା ନୀରିକ୍ଷା କରି ରୋଗୀଙ୍କ ଆଖିକୁ ଦେଖିଥିଲେ । ସେମାନଙ୍କ ମଧ୍ୟରେ ଡାକ୍ତର ରମାନନ୍ଦ ମିଶ୍ର, ବିଶ୍ୱଜିତ ବାରିକ ଓ ବିଶ୍ୱଜିତ ଦ ପ୍ରମୁଖ ରହିଥିଲେ । ମ୍ୟାକଲୁନା ଫାର୍ମାସ୍ୟୁଟିକାଲସ୍ ପକ୍ଷରୁ ଅନେକ ଗୁଡ଼ିଏ ଉପସ୍ଥିତ ଲୋକଙ୍କୁ ମାଗଣା ଔଷଧ ଦିଆଯାଇଥିଲା । ମୋତିଆ ବିନ୍ଦୁ ହୋଇଥିବା ରୋଗୀଙ୍କୁ ମାଗଣାରେ ଅସ୍ତ୍ରୋପ୍ରଚାର କରାଯିବ ପ୍ରତିଶୃତି ଦେଇଥିଲେ କର୍ପୋରେଟର ମିହିର ରାଉତ

କାର୍ଯ୍ୟକ୍ରମକୁ ଦି କ୍ଲବର ସଭାପତି, ସମ୍ପାଦକ, ସଦସ୍ୟ ଓ ଅନ୍ୟମାନେ ଏହି ଶିବିରକୁ ପରିଚାଳନା କରିଥିଲେ ।