ହିନ୍ଦୋଳ ପାଇଁ ଗର୍ବ ଓ ଗୌରବର ବିଷୟ : ଓମଟିଭି

ହିନ୍ଦୋଳ ପାଇଁ ଗର୍ବ ଓ ଗୌରବର ବିଷୟ : ଓମଟିଭି

ହିନ୍ଦୋଳ ପାଇଁ ଗର୍ବ ଓ ଗୌରବର ବିଷୟ : ଓମଟିଭି
ହିନ୍ଦୋଳ ପାଇଁ ଗର୍ବ ଓ ଗୌରବର ବିଷୟ : ଓମଟିଭି
(ରିପୋର୍ଟ : ଢେଙ୍କାନାଳ ଶଶିକାନ୍ତ ଗଡନାୟକ) : ଆନ୍ତଃ କଲେଜ କିକ ବକ୍ସିଂ ପୁରୁଶ ମହିଳା ଟୁର୍ନାମେଣ୍ଟ ରେ ହିନ୍ଦୋଳ ସାତ ମାଇଲ ସ୍ଥିତ ଜନତା କଲେଜ ପକ୍ଷରୁ ୧୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଦଶ ଜଣ ଛାତ୍ର ଓ ପାଞ୍ଚ ଜଣ ଛାତ୍ରୀ ସମୁଦାୟ ୧୫ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୯ ଟି ସ୍ଵର୍ଣ୍ଣ ଓ ୬ ଟି ରୌପ୍ୟ ପଦକ ହାସଲ କରି ଉତ୍କଲ ୟୁନିଭର୍ସିଟି ମଧ୍ୟରେ ଚାମ୍ପିଅନ୍ ହାସଲ କରି କଲେଜ କୁ ଗୌରବାନ୍ୱିତ କରିଥିବାରୁ ଆଜି କଲେଜ ପକ୍ଷରୁ ଅଧ୍ୟକ୍ଷ ସୁଧାଂଶୁ କୁମାର ବେହେରା ଓ ପୂରାତନ ଛାତ୍ର ସଂଗଠନ ପକ୍ଷରୁ ସଭାପତି ରତିକାନ୍ତ ଗଡନାୟକ ସମସ୍ତ ପଦକଧାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଢେଙ୍କାନାଳ କିକ ବକ୍ସିଂ କୋଚ୍ ମିହିର କୁମାର ସାହୁ, ଅଧ୍ୟାପିକା ଲୁଲୁବାଳା ନାୟକ, ପିଟିଆଇ ଶୁଭକାନ୍ତ ପ୍ରଧାନ ଓ କଲେଜ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଦିର୍ଘ ୪୪ ବର୍ଷ ପରେ ପ୍ରଥମ କରି କିକ ବକ୍ସିଂ ଚାମ୍ପିୟନ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସି ର ଲହରି ଖେଳି ଯାଇଛି।

(Report: Dhenkanal Shashikant Gadnaik): 18 students from Janata College at Seven Mile, 10 students and 5 female students participated in the college kickboxing men's and women's tournament. Out of a total of 15 students, 9 gold and 6 silver medals were won. Today, President Sudshanshu Kumar Behera on behalf of the college and President Ratikant Gadnayak on behalf of the old students' association felicitated all the medalists for becoming the champions of Utkal University. Dhenkanal