ନୂଆପଲ୍ଲୀ ଦୁର୍ଗାପୂଜା ସମିତି : OmmTv

ନୂଆପଲ୍ଲୀ ଦୁର୍ଗାପୂଜା ସମିତି ଓଡିଶାର ଏକ ଅଗ୍ରଣୀ ଓ ଅନନ୍ୟ ପୂଜା ସମିତି, ଆମର ବିଚାରଧାରା ସ୍ବତନ୍ତ୍ର ଓ ପ୍ରତ୍ୟେକ ବର୍ଷ ପାର୍ବଣରେ ପୂଜା ସମିତି ଲୋକଙ୍କ ଆଧ୍ୟାତ୍ମିକ ଚିନ୍ତାଧାରା, ମନୋରଂଜନକୁ ବହୁଗୁଣିତ କରିବା ପାଇଁ ପ୍ରଶାସନିକ କଟକଣାକୁ ସମାନଦେଇ ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନେଇଛି ।

ନୂଆପଲ୍ଲୀ ଦୁର୍ଗାପୂଜା ସମିତି : OmmTv

ନୂଆପଲ୍ଲୀ ଦୁର୍ଗାପୂଜା ସମିତି : OmmTv

(Repot : Smrutiranjan ) : ନୂଆପଲ୍ଲୀ ଦୁର୍ଗାପୂଜା ସମିତି ଓଡିଶାର ଏକ ଅଗ୍ରଣୀ ଓ ଅନନ୍ୟ ପୂଜା ସମିତି, ଆମର ବିଚାରଧାରା ସ୍ବତନ୍ତ୍ର
ଓ ପ୍ରତ୍ୟେକ ବର୍ଷ ପାର୍ବଣରେ ପୂଜା ସମିତି ଲୋକଙ୍କ ଆଧ୍ୟାତ୍ମିକ ଚିନ୍ତାଧାରା, ମନୋରଂଜନକୁ ବହୁଗୁଣିତ
କରିବା ପାଇଁ ପ୍ରଶାସନିକ କଟକଣାକୁ ସମାନଦେଇ ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନେଇଛି ।
ସ୍ୱତନ୍ତ୍ରତାକୁ ବଜାୟ ରଖୁବାପାଇଁ ଏବର୍ଷର ମୁଖ୍ୟ ତୋରଣ ଏକ ସାମାଜିକ ବ୍ୟାଧୁ ବା ବ୍ୟତିକ୍ରମ
ବିରୁଦ୍ଧରେ ଲୋକଙ୍କୁ ସଚେତନ କରିବାର ପ୍ରାୟସ ମାତ୍ର । ଯାହାର ନାମ " ସଭ୍ୟତାର ଆଲୋକରେ ମା'ର ରଣ”
ଆଜିକାଲିର କର୍ମଚଞ୍ଚଳତା ବା ପାଶ୍ଚାତ୍ୟ ସଭ୍ୟତାର ଉଗ୍ର ମାନସିକତା କାରଣରୁ ପୁଅ ନିଜର ଜନ୍ମଦାତ୍ରୀ “ମା” କୁ
ବୃଦ୍ଧାଶ୍ରମରେ ଛାଡିଦେଇ ନିଜର କର୍ତ୍ତବ୍ୟ ଶେଷ ବା ରଣ ଶୁଝିବାର ପ୍ରୟାସ “ମା” ର ବୃଦ୍ଧାଶ୍ରମରେ ରହଣି
ସମୟରେ କିଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି, ତାର ନିଛକ ଦୃଶ୍ୟ ପ୍ରତିଛବି ଅଜାରରେ ତୋରଣ
ଶୋଭା ବର୍ଦ୍ଧନ କରିବ । ଯାହା ଅତ୍ୟନ୍ତ ଆକର୍ଷଣୀୟ ଓ ଶିକ୍ଷଣୀୟ ମଧ୍ୟ । ସୁଦୁର ବଙ୍ଗଳା ଦେଶରୁ ପ୍ରାୟ ପଚାଶ
କାରିଗର ଆଜକୁ ମାସେ ରୁ ଉର୍ଦ୍ଧ୍ବ ଦିବାରାତ୍ର କାର୍ଯ୍ୟ ଜାରି ରଖିଛନ୍ତି ।
“ମା”ଙ୍କର ମୂର୍ତ୍ତୀ କାରିଗର ମଧ୍ୟ ବଙ୍ଗଳା ଦେଶର ମୂର୍ତ୍ତୀ କାରୀଗର ଭାବରେ ପ୍ରମୁଖ ସ୍ଥାନମାନଙ୍କରେ
କାର୍ଯ୍ୟକରି ସୁନାମ ଅର୍ଜନ କରିଥିବା କାରଣରୁ, ଯେକୌଣସି ଜରି ବା ପେପର ଦ୍ବାରା ମେଢ ନିର୍ମାଣ ନକରି .
ଆଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି ଥମୌକୁଲରେ ସଂପୂର୍ଣ୍ଣ ମେଢକୁ ତିଆରି କରିବାର ପ୍ରୟାସ
କରାଯାଉଛି ।
ପରମ୍ପରାକୁ ସମ୍ମାନଦେଇ ପ୍ରତିବର୍ଷ ଭଳି ରାବଣପୋଡି ଓ ଆତସବାଜ ପ୍ରଦର୍ଶନ ପ୍ରଶାସନିକ କଟକଣା
ଅନୁଯାୟୀ ଅନୁଷ୍ଠିତ ହେବ । ଯାହା ସାଧାରଣଲୋକଙ୍କ ମନକୁ ଛୁଇଁବ ।
ପ୍ରତ୍ୟେକ ଦିନ ସଂଧ୍ୟାରେ ଓଡିଶାର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ବାରା ସଂଗୀତ ଓ ନୃତ୍ୟ ପରିବେଶଣ
କରାଯିବା ସଂଗେ ସଂଗେ ପରିବାର ସହିତ ମୀନାବଜାର , ଦୋଳିର ମଜା ମଧ୍ୟ ଦର୍ଶକନେଇ ପାରିବାର
ସୁବନ୍ଦୋବସ୍ତ କରାଯାଇଛି ।
ପ୍ରତ୍ୟେକ ଦିନ ମଧ୍ୟାହ୍ନ ଓ ରାତ୍ରରେ ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା
କରାଯାଇଛି । ।ପାର୍ବଣର ପ୍ରାରମ୍ଭରେ ତା ୧୭.୮.୨୦୨୨ ରିଖ ଠାରୁ “ମା"ଙ୍କର ଷୋଳପୂଜା କାର୍ଯ୍ୟ ଚାଲୁରହିଛି ଓ ତା
୨୬.୯.୨୦୨୨ ରିଖ ଠାରୁ ନବରାତ୍ର ପୂଜା ଯଥାବିଧ ଅନୁଷ୍ଠିତ ହେଉଛି । ଶ୍ରଦ୍ଧାଳୁ ମାନେ ଅଖଣ୍ଡ ଦୀପପ୍ରଚ଼ଳନ
କରି ମାନସିକ ରଖୁଥାନ୍ତି ।
ଜନସାଧାରଣ ବା ଶ୍ରଦ୍ଧାଳୁମାନେ ୬ଷ୍ଠୀଠାରୁ ଦଶହରା ପର୍ଯ୍ୟନ୍ତ “ମା”ଙ୍କର ଦର୍ଶନକୁ ସୁନିୟନ୍ତ୍ରିତ କରିବା
ପାଇଁ ଧନ, ଜୀବନର ସୁରକ୍ଷା ପାଇଁ ପ୍ରଶାସନିକ ସହଯୋଗ ସହ ନିଜସ ଭେଲେଣ୍ଟିୟର ବ୍ୟବସ୍ଥା ମଧ୍ୟ ପୂଜା ସମିତି
କରିଛି । ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପୋଲିସ ଭଲେଣ୍ଟିୟର ଓ ୨୦୦ରୁ ଉର୍ଦ୍ଧ୍ବ ସାଧ
ସାଧାରଣ ଭେଲେଣ୍ଟିୟର ମଧ୍ୟ ନିୟୋଜିତ
କରିବାର କାର୍ଯ୍ୟକ୍ରମ ହାତକୁ ନେଇଛି।
ଭସାଣୀ ଶୋଭାଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ସୁଦୁର କଳାହାଣ୍ଡି , ଫୁଲବାଣୀ ବାଜାର ବ୍ୟବସ୍ଥା
କରାଯାଇଛି ପାରମ୍ପରିକ ଲୋକନୃତ୍ୟ ,ଘୋଡା ନାଚ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ଶବ୍ଦ ପ୍ରଦୂଷଣକୁ ଧାନ
ଦେଇ ଓ ପ୍ରଶାସନିକ କଟକଣା ଅନୁଯାୟୀ ସାଉଣ୍ଡ ବ୍ୟବସ୍ଥା କରାଯାଇଛି ।
କୋଭିଡ୍ କଟକଣା କାରଣରୁ ଲୋକମାନେ ଦୁଇବର୍ଷଧରି ପାର୍ବଣର ମଜା ମଉଜରୁ ବଂଚିତ ହୋଇଥିବା
କାରଣରୁ ଚଳିତ ବର୍ଷ ଶ୍ରଦ୍ଧାଳୁ ଓ ସାଧାରଣ ଲୋକମାନଙ୍କ ଆଶା ବହୁଗୁଣିତ ହୋଇଛି, ଯାହାକୁ ଆଖି ଆଗରେ
ରଖି ପୂଜାସମିତି ଉଚ୍ଚକୋଟୀର ପଦକ୍ଷେପ ମାନ ନେଉଛି ଯାହା ଜନସାଧାରଣଙ୍କର ଆଶା ଆକାଙକୁ ପୂରଣ
କରିବବୋଲି ଆଶା ଓ ବିଶ୍ୱାସ ।
ଏ ସମସ୍ତ କାର୍ଯ୍ୟକ୍ରମ ବ୍ୟୟର କୌଣସି ନିର୍ଦ୍ଦିଷ୍ଟ ଅଟକଳ ନାହିଁ । ଗୋଟିଏ ଗୋଟିଏ ବିଭାଗର ଖର୍ଚ୍ଚ ଆମର
ସମ୍ମାନୀୟ ଏ ଅଂଚଳର ଡୋନ୍‌ର ମାନେ ସମ୍ମିଳିତ ଭାବରେ ଦାୟିତ୍ବ ନେଇ ଆବଶ୍ୟକ ଖର୍ଚ୍ଚ ବହନ କରିଥାନ୍ତି ।
ପୂଜାସମିତିର ଉପଦେଷ୍ଟା, କର୍ମକର୍ତ୍ତା ଓ ସଭ୍ୟମାନେ ଏହାକୁ ସହଯୋଗ କରି କାର୍ଯ୍ୟକ୍ରମରେ ରୂପାନ୍ତରିକରଣ
କରିଥାନ୍ତି ,ଯାହା ଅତ୍ୟନ୍ତ କଷ୍ଟ ସାଧ୍ୟ ଓ ସମୟ ସାପେକ୍ଷ ମଧ୍ୟ ।
ସର୍ବଶେଷରେ ଓଡିଶାର ସମସ୍ତ ଗଣମାଧ୍ୟମ ମାଟି ଅନୁକୂଳ (ଜନ୍ମାଷ୍ଟମୀ ) ଠାରୁ ପୂଜାର ଅତିମ
ପର୍ଯ୍ୟାୟ ପର୍ଯ୍ୟନ୍ତ ଆମର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଚାର ଓ ପ୍ରସାର କରିବାକୁ ଅନୁରୋଧ ରଖୁଛୁ ।
ବିଦ୍ର– ମାଟି ଅନୁକୁଳ (ଜନ୍ମାଷ୍ଟମୀ) ଠାରୁ ପବିତ ସୂତ୍ରବାନ୍ଧି ସମସ୍ତ ସଭ୍ୟ, ଭସାଣୀ ଶେଷ ପର୍ଯ୍ୟନ୍ତ ଆମିଷ
ବର୍ଜନ କରି ନିଷ୍ଠାର ସହ “ମା” ଙ୍କ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାନ୍ତି ।