5t ସଚିବ ଙ୍କ ମହାନତା : ଓମଟିଭି

ଦୁବାଇ ରେ ଅନୁଷ୍ଠିତ ହେଉଥିବା investor meet କାର୍ଯ୍ୟକ୍ରମ ରେ ଯୋଗ ଦେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଦୁବାଇ ଗସ୍ତ ରେ ଅଛନ୍ତି. ଏ ସମୟ ରେ ଖଣ୍ଡପଡା ଅଂଚଳ ର ଅସହାୟ ଗରିବ ପୁରୁଷୋତ୍ତମ ମହାପାତ୍ର ଙ୍କ 2 ଦିନ ର ଶିଶୁ ମୃତ୍ୟୁ ସହ ଲଢୁଥାଏ

5t ସଚିବ ଙ୍କ ମହାନତା : ଓମଟିଭି

5t ସଚିବ ଙ୍କ ମହାନତା : ଓମଟିଭି 
ଦୁବାଇ ରେ ଅନୁଷ୍ଠିତ ହେଉଥିବା investor meet କାର୍ଯ୍ୟକ୍ରମ ରେ ଯୋଗ ଦେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଦୁବାଇ ଗସ୍ତ ରେ ଅଛନ୍ତି. ଏ ସମୟ ରେ ଖଣ୍ଡପଡା ଅଂଚଳ ର ଅସହାୟ ଗରିବ ପୁରୁଷୋତ୍ତମ ମହାପାତ୍ର ଙ୍କ 2 ଦିନ ର ଶିଶୁ ମୃତ୍ୟୁ ସହ ଲଢୁଥାଏ.
ଶିଶୁ ଟି 2 ଦିନ ତଳେ କଟକ ର ଏକ ଘୋରଇ ନର୍ସିଙ୍ଗ ହୋମ ରେ ଜନ୍ମ ହେଇଥିଲା କିନ୍ତୁ ଜନ୍ମ ଦିନକ ପରେ ତାକୁ ନିଶ୍ୱାସ ନେଵା ରେ କଷ୍ଟ ହେଲା, ଦେହ ନୀଳ ପଡିଗଲା ଡ଼କ୍ଟର ତାଙ୍କୁ କୌଣସି ବଡ଼ ମେଡିକାଲ ନେଈ ଭେଣ୍ଟିନେଟର ରେ ରଖିବା କୁ ପରାମର୍ଶ ଦେଲେ. ଏହା ଶୁଣି ଗରିବ ବାପା ପୁରୁଷୋତ୍ତମ ମୁଣ୍ଡ ରେ ହାତ ଦେଲେ ହାତ ଦେଲେ, ଏ ସମୟରେ କିଏ ତାଙ୍କୁ ସାହାଯ୍ୟ କରିବ ବୋଲି କହି ଭୋ ଭୋ ହେଇ କାନ୍ଦିବା କୁ ଲାଗିଲେ.
ଏ ବିଷୟରେ କିଛି ସାମାଜିକ କର୍ମୀ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଓ 5ଟି ସଚିବ ଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଟ୍ୱଇଟ କରିଥିଲେ. ଆଉ ଏଖବର ଦୁବାଇ ଥାଇ ଜାଣି ପାରିଲେ 5ଟି ସଚିବ ଶ୍ରୀ ପାଣ୍ଡିଆନ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ର ବରିଷ୍ଠ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ର ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଲେ ତୁରନ୍ତ ସେ ଶିଶୁ କୁ kims medical ଙ୍କୁ ସ୍ଥାନାନ୍ତର କରିବା ସହ ସମସ୍ତ ଆନୁଶାନିକ ବ୍ୟବସ୍ଥା ତୁରନ୍ତ କରିବା ପାଇଁ.
5ଟି ସଚିବ ଙ୍କ ନିର୍ଦେଶ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତର ଓ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ସହଯୋଗ ରେ ଉକ୍ତ ଶିଶୁ କୁ ଆମ୍ବୁଲାନ୍ସ ରେ ଆଣି kims ହସ୍ପିଟାଲ ର icu ରେ ଭର୍ତ୍ତି କରାଯାଇଛି.
ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଶିଶୁ ଟିର ଚିକିତ୍ସା କରୁଛନ୍ତି, ଆଉ ଏ ସବୁ ଖର୍ଚ୍ଚ ରାଜ୍ୟ ସରକାର ଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ କରାଯାଉଛି.
ନିଜର ବ୍ୟସ୍ତ ସମୟରେ ବି ନିଜ ଦାୟିତ୍ୱ ନ ଭୁଲି ଏକ ଗରିବ ଅସହାୟ ବାପ ର କଷ୍ଟ କୁ ବୁଝି ସାହାଯ୍ୟ କରି ଥିବା ରୁ ପିଲାଟାର ପରିବାର ଓ ଅଞ୍ଚଳ ବାସୀ 5 ଟି ସଚିବ ଙ୍କୁ ଭୁରି ଭୁରି ପ୍ରସଂଶା କରିବା ସହ. ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ଯୁଗାନ୍ତକାରୀ ଅଭିନଵ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି