୧୪ ନମ୍ବର ଓାର୍ଡରେ ମୋ ଓାର୍ଡ ବୈଠକ : ଓମଟିଭି

ଭୁବନେଶ୍ୱର ମହାନଗର ନିଗମର ଉତ୍ତର ମଣ୍ଡଳ ଅର୍ନ୍ତଗତ ୧୪ ମନ୍ୱର ଓାର୍ଡ ନୀଳାଦ୍ରିବିହାର କାର୍ଯାଳୟ ଠାରେ ମୋ ଓାର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । କର୍ପୋରେ

୧୪ ନମ୍ବର ଓାର୍ଡରେ ମୋ ଓାର୍ଡ ବୈଠକ : ଓମଟିଭି

୧୪ ନମ୍ବର ଓାର୍ଡରେ ମୋ ଓାର୍ଡ ବୈଠକ : ଓମଟିଭି


ଭୁବନେଶ୍ୱର, ୨୦ା୯ – ଭୁବନେଶ୍ୱର ମହାନଗର ନିଗମର ଉତ୍ତର ମଣ୍ଡଳ ଅର୍ନ୍ତଗତ ୧୪ ମନ୍ୱର ଓାର୍ଡ ନୀଳାଦ୍ରିବିହାର କାର୍ଯାଳୟ ଠାରେ ମୋ ଓାର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟର ମୋନାଲିସା ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଏମସି କମିଶନର ବିଜୟ ଅମୃତ କୁଳାଙ୍ଗେ ଯୋଗଦେଇ କହିଥିଲେ ଆମ ଘରକୁ ଯେପରି ଆମ୍ଭେମାନେ ସଫା ସୁତରା ରଖୁଛେ, ଘର ସମ୍ମୁଖରେ ଅଳିଆ ପଡିଲେ ଯେମିତି ଝାଡୁ ମାରି ଦେଉଛେ , ଠିକ୍ ସେହିପରି ଆମେ ଯଦି ସତର୍କ ରହିବା ତାହେଲେ ରାସ୍ତାଘାଟ ଅଳିଆ ହେବ ନାହିଁ । ଘରେ ଦୁଇଟି ଡଷ୍ଟବିନ୍ ରଖିବା ଗୋଟିଏରେ ସୁଖିଲା ଓ ଅନ୍ୟଟିରେ ଓଦା ପଦାର୍ଥ ରଖି ବିଏମସି ଗାଡିକୁ ଦେବା ତାହେଲେ ଅଳିଆ ସମସ୍ୟାର ସମାଧାନ ହୋଇଯିବ । ସମସ୍ତଙ୍କ ସହଯୋଗରେ ଭୁବନେଶ୍ୱରର ଉନ୍ନତି ଘଟିବ ।
ସମ୍ମାନିତ ଅତିଥି ଭାବେ ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ପୁରନ୍ଦର ନନ୍ଦ ପ୍ରମୁଖ ଯୋଗଦେଇ ଓାର୍ଡବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୪ ନମ୍ବର ଓାର୍ଡର ବହୁ ଲୋକ ଉପସ୍ଥିତ ଥିଲେ ।