ସୁନ୍ଦରୀ ଝିଅଙ୍କୁ ଚାକିରି.. ମୋ ବସ୍ ପରିଚାଳନା କର୍ମଚାରୀଙ୍କ ନାମରେ ସାଂଘାତିକ ଅଭିଯୋଗ : ଥାନାରେ ୫ ମାମଲା ଗଡ଼ୁଛି, ପୁଲିସ୍ ଶୁଣୁନି : Ommtv

ସୁନ୍ଦରୀ ଝିଅଙ୍କୁ ଚାକିରି.. ମୋ ବସ୍ ପରିଚାଳନା କର୍ମଚାରୀଙ୍କ ନାମରେ ସାଂଘାତିକ ଅଭିଯୋଗ : ଥାନାରେ ୫ ମାମଲା ଗଡ଼ୁଛି, ପୁଲିସ୍ ଶୁଣୁନି : Ommtv

ସୁନ୍ଦରୀ ଝିଅଙ୍କୁ ଚାକିରି.. ମୋ ବସ୍ ପରିଚାଳନା କର୍ମଚାରୀଙ୍କ ନାମରେ ସାଂଘାତିକ ଅଭିଯୋଗ : ଥାନାରେ ୫ ମାମଲା ଗଡ଼ୁଛି, ପୁଲିସ୍ ଶୁଣୁନି : Ommtv

ସୁନ୍ଦରୀ ଝିଅଙ୍କୁ ଚାକିରି.. ମୋ ବସ୍ ପରିଚାଳନା କର୍ମଚାରୀଙ୍କ ନାମରେ ସାଂଘାତିକ ଅଭିଯୋଗ : ଥାନାରେ ୫ ମାମଲା ଗଡ଼ୁଛି, ପୁଲିସ୍ ଶୁଣୁନି : Ommtv

ଭୁବେନଶ୍ବର(ଓମ): ପଟିଆ ମୋ’ ବସ୍ ଡ଼ିପୋ ପରିଚାଳନା ଦାୟୀତ୍ବରେ ଥିବା ୨ଜଣ ବରିଷ୍ଠ କର୍ମଚାରୀ ଅମ୍ଲାନ ମିଶ୍ର ଓ କାହ୍ନୁଚରଣ ସେଠୀଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ମୋ’ବସ୍‌ରେ କାର୍ଯ୍ୟକରୁଥିବା ମହିଳାମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ହୋଇଛି ଅଭିଯୋଗ । ପଟିଆ ଡ଼ିପୋର ପରିଚାଳନା ଦାୟୀଦ୍ବରେ ଥିବା ଏମଡ଼ି ଅପୋରେସନ୍ ଏବଂ ‌ଡ଼ିପୋ ମ୍ୟାନେଜର ସେଠାରେ କାମ କରୁଥିବା ଯୁବତୀ ଓ ମହିଳାକର୍ମଚାରୀମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ସେଠାରେ କାମ କରୁଥିବା ଏକାଧିକ ମହିଳା କଣ୍ଡକ୍ଟର। ଏନେଇ ଇନ୍‌ଫୋସିଟି ଥାନାରେ ଗତ ୩ ସପ୍ତାହ ମଧ୍ୟରେ ପୃଥକ ପୃଥକ ୫ଟି ଅଭିଯୋଗ ହୋଇଛି। ମାତ୍ର କୌଣସି ଗୋଟିଏ ଅଭିଯୋଗର ସୁଫଳ ମିଳିନାହିଁ କିମ୍ବା ଅଭିଯୋଗ କାରିଣୀମାନଙ୍କୁ ଏଫଆଇଆର କପି ଦିଆଯାଇନାହିଁ। ପାଲଟା ଇନ୍‌ଫୋସିଟି ଥାନା ଆଇଆଇସି ମହେନ୍ଦ୍ର କୁମାର ସାହୁ ଓ ‌ତଦନ୍ତ ଦାୟୀତ୍ବରେ ଥିବା ମହିଳା ଏସଆଇ ଲିପ୍ସା ଅଭିଯୋଗକାରିଣୀମାନଙ୍କୁ ଥାନାକୁ ବାରମ୍ବାର ଡ଼ାକି ସେମାନଙ୍କୁ ହାରାସମେଣ୍ଟ କରୁଥିବା ମହିଳାମାନେ ମତପ୍ରକାଶକରିଛନ୍ତି। ଅଭିଯୋଗକାରିଣୀମାନେ ଥାନାରେ ନ୍ୟାୟ ନପାଇ ଆଜି ରାଜ୍ୟ ଶ୍ରମ କାର୍ଯ୍ୟାଳୟ ଓ ଶ୍ରମିକ ସଙ୍ଗଠନ ଦ୍ବାରାସ୍ତ ହୋଇଛନ୍ତି। ମ‌ୋ’ ବସ୍‌ରେ ଚାକିରି ବଞ୍ଚାଇରଖିବାପାଇଁ କିପରି ଶାରୀରିକ ନିର୍ଯ୍ୟାତନାର ଶିକାରହେବାକୁ ପଡ଼ୁଛି ତାହାନେଇ ଗଣମାଧ୍ୟମ ଆଗରେ ଅଭିଯୋଗକାରିଣୀମାନେ ସ୍ବର ଉଠାଇଛନ୍ତି। ମହିଳା କର୍ମଚାରୀମାନଙ୍କ କହିବା ଅନୁଯାୟୀ ସେମାନେ ବରିଷ୍ଠ କର୍ମଚାରୀଙ୍କ କଥାରେ ଅରାଜି ହେବାରୁ ସେମାନଙ୍କୁ ଚାକିରିରୁ ସସ୍ପେଣ୍ଟ କରିଦିଆଯାଇଛି। କାରଣ ପଚାରିବାରୁ ପାସେଞ୍ଜର ସେମାନଙ୍କନାମରେ ଅଭିଯୋଗ କରିଛନ୍ତି ବୋଲି ଦର୍ଶାଇଛନ୍ତି ବରିଷ୍ଠ କର୍ମଚାରୀ। ମାତ୍ର କେଉଁ ପାସେଞ୍ଜର ଅଭିଯୋଗ କରିଛନ୍ତି ସେମାନଙ୍କ କୌଣସି ତଥ୍ୟ ଦେଉ ନାହାଁନ୍ତି। ପରିଚାଳନା ଦାୟୀତ୍ବରେଥିବା ବରିଷ୍ଠ ଦୁଇ କର୍ମଚାରୀଙ୍କ କଥାରେ ଅରାଜି ହେବାରୁ ପ୍ରଥମେ ମହିଳାମାନଙ୍କୁ ଭୁବନେଶ୍ବରରୁ ପୁରୀ ରୁଟରେ କାମ ଦିଆଯାଇଥିଲା। ପରେ ଲେଟ୍ ସିପ୍ଟ ଦେଇ ‌ମିଥ୍ୟା ଅଭିଯୋଗରେ କାର୍ଯ୍ୟରୁ ବାହାର କରିଦିଆଗଲା। ଏବଂ ସେମାନଙ୍କୁ ବରିଷ୍ଠଙ୍କ କଥାରେ ରାଜିହୋଇଯାଅ ବୋଲି ଚାପ ପକାଗଲା। ଯେଉଁ ନିର୍ଯ୍ୟାତନା ନେଇ ଥାନାରେ ଅଭିଯୋଗ କରିବାପରେ ପୁଲିସ୍ ଘଟଣାର ତଦନ୍ତକରୁଛି ବୋଲି କହି ଦିନ ଗଡ଼ାଉଛି। ଅପରପକ୍ଷରେ ଅଭିଯୁକ୍ତ ଦୁଇ ବରିଷ୍ଠ କର୍ମଚାରୀଙ୍କ ମଧ୍ୟରୁ ଜଣେ କିଛି ନୂଆ ମହିଳାଙ୍କୁ ମୋ’ବସରେ କାମ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ଫାଇଦା ଉଠାଇବାପାଇଁ ଚେଷ୍ଟାକରୁଥିଲା ବେଳେ କିଛି ଅଡ଼ିଓ ବର୍ତମାନ ଭାଇରାଲ ହେଉଛି। ତେବେ ମହିଳାମାନଙ୍କୁ ଚାକରି ଦେବା ନାମରେ ମୋ’ବସ୍ ଡ଼ିପୋରେ ଚାଲିଥିବା ନିର୍ଯ୍ୟାତନା ବିରୋଧରେ ପୁଲିସ୍ ତୁରନ୍ତ ତଦନ୍ତକରି ଦୋଷିକୁ ଦଣ୍ଡଦେଉବୋଲି ଅଭିଯୋଗକାରିଣୀ ମହିଳାମାନେ ଶ୍ରମିକ ସଂଘ ମାଧ୍ୟମରେ ଦାବିକରିଛି।