ପୁଲିସ୍ କହୁଥିଲା ୟୁଡ଼ି, ତଦନ୍ତପରେ ହେଲା ହତ୍ୟା, ଅଭିଯୁକ୍ତ ଗିରଫ : Ommtv

ପୁଲିସ୍ କହୁଥିଲା ୟୁଡ଼ି, ତଦନ୍ତପରେ ହେଲା ହତ୍ୟା, ଅଭିଯୁକ୍ତ ଗିରଫ : Ommtv

ପୁଲିସ୍ କହୁଥିଲା ୟୁଡ଼ି, ତଦନ୍ତପରେ ହେଲା ହତ୍ୟା, ଅଭିଯୁକ୍ତ ଗିରଫ : Ommtv

ପୁଲିସ୍ କହୁଥିଲା ୟୁଡ଼ି, ତଦନ୍ତପରେ ହେଲା ହତ୍ୟା, ଅଭିଯୁକ୍ତ ଗିରଫ : Ommtv

ଚନ୍ଦ୍ରଶେଖରପୁର, ୮/୧୨ (Omm): ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ସାଙ୍ଗ ମୁହଁକୁ ରୁମାଲରେ ମାଡ଼ିବସି ସ୍ବାସରୁଦ୍ଧକରି ହତ୍ୟା କରିଥିବା ଯୁବକକୁ ଆଜି ମୈତ୍ରୀବିହାର ଥାନା ପୁଲିସ୍ ଗିରଫକରି କୋର୍ଟ ଚାଲଣକରିଛି। ଅଭିଯୁକ୍ତ ସ‌ୌରାଜ୍ୟ ନାୟକ(୨୨) ତା’ ସାଙ୍ଗ ରୁଦ୍ରମଣି ଡ଼ାକୁଆକୁ ମଦ୍ୟପାନ କରାଇ ହତ୍ୟାକରିଥିବା ସ୍ବୀକାର କରିବାପରେ ପୁଲିସ୍ ଆଜି ତାକୁ ହତ୍ୟା ଅଭିଯୋଗରେ ଗିରଫକରିଛି। ଏହି ଘଟଣା ଗତ ୬ତାରିଖ ଦିନ ଘଟିଥିଲାବେଳେ ପ୍ରାଥମିକ ତଦନ୍ତକରି ପୁଲିସ୍ ଘଟଣାକୁ ଅପମୃତ୍ୟୁ (ୟୁଡ଼ି) ବୋଲି କହି ହାଲକାରେ ନେଇଥିଲା। ପରେ ପରିବାରଲୋକ ଅଭିଯୋଗ କରିବାରୁ ସନ୍ଦେହଘେରରେ ଥିବା ଯୁବକ ଅଭିଯୁକ୍ତ ସୌରାଜ୍ୟକୁ ପୁଲିସ୍ କାବୁକରି ପଚରାଉଚରା କରିବାରୁ ତଦନ୍ତପରେ ସେ ପୂର୍ବଶତ୍ରୃତା ପାଇଁ ରୁଦ୍ରକୁ ହତ୍ୟାକରିଥିବା ମାନିଥିଲା। ଯାହ‌ାନେଇ ପୁଲିସ୍ ଅପମୃତ୍ୟୁ ମାମଲାକୁ ହଟାଇ ହତ୍ୟା ମାମଲା ରୁଜୁକରିବା ସହ ଅଭିଯୁକ୍ତକୁ ବାନ୍ଧିଛି। ଘଟଣାଅନୁଯାୟୀ ଗତ ୬ତାରିଖ ଦିନ ଅଭିଯୁକ୍ତ ରୁଦ୍ର ଘର ସାଲିଆସାହିର ସ୍ବାଧୀନ ନଗରକୁ ଯାଇ ବୁଲାବୁଲିକରିବା ପାଇଁ ତାଙ୍କୁ ଡ଼ାକି ଏକ ନିଛାଟିଆସ୍ଥାନକୁ ନେଇଆସିଥିଲା। ପରେ ସେଠାରେ ଉଭୟ ମିଶି ନିଶାପାନକରିଥିଲେ। ରାତିହେବାରୁ ରୁଦ୍ର ଘରକୁ ଫେରିବାପାଇଁ କହିବାରୁ ଅଭିଯୁକ୍ତ ତା’ର ପୁରୁଣା ଘଟଣାକଥା ମନେପକାଇ ତା’ର ପାଟି ଓ ନାକକୁ ମାଡ଼ିବସି ଅଚେତ କରିଦେଇଥିଲା। ଏହାପରେ ରୁଦ୍ରକୁ ସେହିଠାରେ ଛାଡ଼ି ଅଭିଯୁକ୍ତ ପଳାଇଥିଲା। ସ୍ଥାନୀୟଲୋକ ରୁଦ୍ର ପରିବାରଲୋକଙ୍କୁ ସୂଚନାଦେବାରୁ ପ୍ରଥମେ ତାକୁ ପରିବା‌ରଲୋକ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣାକରିଥିଲେ। ଏହାପରେ ପୁଲିସ୍ ଅଭିଯୁକ୍ତକୁ ଖୋଜାଖୋଜିକରି ଘଟଣାର ତଦନ୍ତକରିବା ଆରମ୍ଭକରିଥିଲା ଏବଂ ପୋ‌ଷ୍ଟମଟମ୍ ରିପୋର୍ଟକୁ ଆଧାକରି ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲଣକରିଛି।