ରେଲୱେ ବଙ୍ଗଳା ପିଅନଙ୍କ ଆତ୍ମହତ୍ୟା ଉଦ୍ୟମ : Ommtv

ରେଲୱେ ବଙ୍ଗଳା ପିଅନଙ୍କ ଆତ୍ମହତ୍ୟା ଉଦ୍ୟମ

ରେଲୱେ ବଙ୍ଗଳା ପିଅନଙ୍କ ଆତ୍ମହତ୍ୟା ଉଦ୍ୟମ : Ommtv

ରେଲୱେ ବଙ୍ଗଳା ପିଅନଙ୍କ ଆତ୍ମହତ୍ୟା ଉଦ୍ୟମ : Ommtv

: ରେଲୱେ ବରିଷ୍ଠ ଅଧିକାରୀଙ୍କ ଘରେ ବଙ୍ଗଳା ପିଅନଭାବରେ କାର୍ଯ୍ୟକରୁଥିଲା ଜଣେ ଯୁବକ ଆଜି ସକାଳେ କିଛି ତରଳ ପଦାର୍ଥ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ମଞ୍ଚେଶ୍ବର ରେ‌ଲୱେ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇ ଚିକିତ୍ସା କରାଯାଉଛି। ଆତ୍ମହତ୍ୟା ଉଦ୍ୟମରୁ ଉଦ୍ଧାରପରେ ତାଙ୍କ ଆଖିରେ ଗଭିତ ପ୍ରଭାବ ପଡ଼ିଥିବା ପ୍ରାଥମିକ ଚିକିତ୍ସାରୁ ଡ଼ାକ୍ତର ସୂଚନା ଦେଇଛନ୍ତି। ଘଟଣା ଅନୁଯାୟୀ ରେଲୱେ ହସ୍ପିଟାଲ ସିଏମଓ ଡ଼ାକ୍ତର ସିରାଜଉଦିନ୍‌ଙ୍କ ଘରେ ଗୋବିନ୍ଦ ରାଓ ନାମକ ଜଣେ ଯୁବକ ବଙ୍ଗଳା ପିଅନ ପୋଷ୍ଟରେ ଗତ ୭ବର୍ଷ ହେବ କାର୍ଯ୍ୟକରିଆସୁଛନ୍ତି। ଗୋବିନ୍ଦ ଉକ୍ତ ଅଧିକାରୀ ଓ ତାଙ୍କ ପରିବାରର ସମସ୍ତ କାମ କରୁଥିଲା ବେଳେ ନିୟମ ଅନୁଯାୟୀ ପିଅନଜଣଙ୍କୁ ୩ବର୍ଷ ପରେ ବିଭାଗର ଯେକୌଣସି ସ୍ଥାନରେ ପୋଷ୍ଟିଂ ପାଇଁ ନିବେଦନ କରିଥିଲେ। ତେବେ ଅଧିକାରୀ ଜଣଙ୍କ ତାଙ୍କୁ କୌଣସି ସ୍ଥାନରେ ପୋଷ୍ଟିଂ ନକରି ୭ବ‌ର୍ଷ ହେଲା ନିଜ ପାଖରେ ଘରୋଇ କେୟାରଟେକର କାମ କରାଉଥିଲେ। ଗତ କିଛି ବର୍ଷ ହେବ ଅଧିକାରୀ ଜଣଙ୍କ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି। ଯେଉଁ କାରଣରୁ ସେ ଆଜି ସକାଳେ ଅଧିକାରୀଙ୍କ ଘରେ କାମ କରୁଥିଲା ବେଳେ କିଛି ତରଳ ନିଜିଷ ପିଇଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିଛି ସମୟ ଛଟପଟ ହେବାରୁ ଅଧିକାରୀ ଜଣଙ୍କ ଆମ୍ବୁଲାନସ୍ ଡ଼ାକି ମଞ୍ଚେଶ୍ବର ରେଲୱେ ହସ୍ପିଟାଲକୁ ନେଇଆସିଥିଲେ। ବର୍ତମାନ ଏହି ଘଟଣାପରେ ଅନ୍ୟ ଅଧିକାରୀମାନଙ୍କ ନିକଟରେ ବର୍ଷ ବର୍ଷ ଧରି ବଙ୍ଗଳା ପିଆ କାମକରି ପୋଷ୍ଟିଂ ପାଇନଥିବା ଯୁବକମାନେ ନିଜ ଚାକିରି ପାଇଁ ସ୍ବର ଉଠାଇଛନ୍ତି। ସେମାନଙ୍କୁ ନିର୍ଧାରିତ ଅବଧିଠାରୁ ଅଧିକ ବର୍ଷ ବଙ୍ଗଳାରେ କାମକରାଯାଇ କୌଣସି ଚାକିରି ଦିଆଯାଉନଥିବାରୁ ସେମାନେ ମଧ୍ୟ ଆତ୍ମହତ୍ୟା ଧମକ ଦେଇଛନ୍ତି।