ସାମ୍ବାଦିକଙ୍କ ପିତୃ ବିୟୋଗ : Ommtv

ସାମ୍ବାଦିକଙ୍କ ପିତୃ ବିୟୋଗ

ସାମ୍ବାଦିକଙ୍କ ପିତୃ ବିୟୋଗ : Ommtv

ସାମ୍ବାଦିକଙ୍କ ପିତୃ ବିୟୋଗ : Ommtv

www.ommtv.in: ‘ସମ୍ବାଦ’ର ସାମ୍ବାଦିକ ବିଦ୍ୟାଧର ବାରିକ (ମଧୁ)ଙ୍କ ପିତା କୈଳାସ ଚନ୍ଦ୍ର ବାରିକଙ୍କର ଗତକାଲି ବିଳମ୍ବିତ ରାତିରେ ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବିୟୋଗ ଘଟିଛି। ୭୨ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି। ସେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ, ବଣିକ ସଂଘ ଓ ଉନ୍ନୟନ କମିଟିର ସକ୍ରିୟ ସଭ୍ୟଭାବେ ବେସପରିଚିତ ଥ‌ିଲେ।  ଜଣେ ମେଳାପି, ପରୋପକାରୀ, ମିଷ୍ଟଭାଷୀ, ସରଳ ସ୍ୱଭାବର ବ୍ୟକ୍ତିତ୍ବ ହୋଇଥିବାରୁ ଅଞ୍ଚଳବାସୀମାନେ ତାଙ୍କୁ ବେସ୍ ପ୍ରଶଂସାକରୁଥିଲେ। ସେ ଗତ ତିନିଦିନ ହେବ ଜ୍ବରରେ ପୀଡ଼ିତ ଥିଲେ। ଗତକାଲି ସକାଳେ ଅଧିକ ଅସୁସ୍ଥ୍ୟହେବାରୁ ପରିବାରଲୋକ ତାଙ୍କୁ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବେଳକୁ ବେଳ ଖରାପ ଆଡ଼କୁ ଗତି କରୁଥିଲା। ଡାକ୍ତରମାନଙ୍କର ଶତଚେଷ୍ଟା ସତ୍ୱେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ଘଟିଥିଲା। ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ଭଲ ଲୋକଟି ଚାଲିଗଲା ବୋଲି ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା। ଆଜି ସକାଳେ ତାଙ୍କ ରଙ୍ଗମାଟିଆ ସ୍ଥିତ ବାସଭବନରେ ରାଜନେତା, ବୁଦ୍ଧିଜୀବୀ, ଚଳଚ୍ଚିତ୍ର ତାରକା, ବରିଷ୍ଠ ନାଗରିକ, ପୁଲିସ୍ ଅଧିକାରୀ ଏବଂ ସାମ୍ବାଦିକ ମାନେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସାନ୍ତନା ପ୍ରଦାନ କରିଥିଲେ। ଆଜି ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ପୁଅ ଲିଙ୍ଗରାଜ ବାରିକ ମୁଖାଗ୍ନୀ ପ୍ରଦାନ କରିଥିଲେ। ସମସ୍ତ ଶେଷକୃତ କାର୍ଯ୍ୟକୁ ତାଙ୍କ ମଝିଆ ପୁଅ କେଦାରନାଥ ବାରିକ ସମାପନା କରିଥିଲେ।