Efforts to de-addiction school students: Ommtv

Efforts to de-addiction school students

Efforts to de-addiction school students: Ommtv

ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନିଶାମୁକ୍ତ କରିବାକୁ ପ୍ରୟାସ : Ommtv
*ନବଚେତାନା ପ୍ରଶିକ୍ଷଣ ନେଲେ ୧୦ ଟି ଅଗ୍ରଣୀ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ*
ପୁରୀ: ବର୍ତ୍ତମାନ ସମୟରେ ସ୍କୁଲ ଯାଉଥିବା କିଶୋର କିଶୋରୀ ମାନଙ୍କ ମଧ୍ୟରେ ଅନେକ ଛାତ୍ର ଛାତ୍ରୀ ନିଶା କବଳରେ ପଡ଼ୁଥିବା ପରିଲକ୍ଷିତ ହେଉଛି।ଏହାକୁ ଲକ୍ଷ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ *ନବଚେତନା* ଆରମ୍ଭ କରାଯାଇଛି ।ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ବିଭିନ୍ନ ସ୍କୁଲରୁ ବଛାଯାଇଥିବ ୫୦ଜଣ ଶିକ୍ଷକ ଶିକ୍ଷୟତ୍ରିଙ୍କୁ ନବଚେତନା ପ୍ରଶିକ୍ଷଣ ଦିଆଯାଇଛି।ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପୁରୀ ମିଳିତ ଆନୁକୁଲ୍ୟରେ ପୁରୀ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର କୁ ଅତିରିକ୍ତ ଜିଲ୍ଲା ପାଳ (ପ୍ରୋଟୋକଲ) ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରି ଛାତ୍ର ଛାତ୍ରୀ ମାନଙ୍କ ଜୀବନରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ନିଶାମୁକ୍ତ ଛାତ୍ର ସମାଜ ଗଠନ ପାଇଁ ମଧ୍ୟ ଶିକ୍ଷକ ମାନଙ୍କ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା ସ୍ୱାଗତ ଅଭିଭାଷଣ ଦେବା ସହିତ ପ୍ରଥମ ପର୍ଯ୍ୟାୟରେ ଶିକ୍ଷକ ଦୀତ୍ୱିୟ ପର୍ଯ୍ୟାୟରେ ସ୍କୁଲ ଛାତ୍ର ଛାତ୍ରୀ ଏବଂ ତୃତୀୟ ପର୍ଯ୍ୟାୟ ରେ ସାମାଜିକ ସଂଗଠନ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ ବୋଲି ସୂଚନା ଦେଇ ଥିଲେ।ସମାଜକର୍ମି ସିଦ୍ଧାର୍ଥ ରାୟ ଅନ୍ୟ ତମ ଅତିଥି ଭାବରେ ଯୋଗ ଦେଇ ବର୍ତ୍ତମାନ କିଶୋର କିଶୋରୀ ମାନଙ୍କ ମଧ୍ୟରେ ନିଶା ସେବନକୁ ପ୍ରତିରୋଧ କରିବାକୁ ହେଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଅଭିଭାବଙ୍କ ମଧ୍ୟ ଗୁରୁଦାଇତ୍ୱ ରହିଛି ବୋଲି କହିଥିଲେ ।ଏହି କର୍ମ ଶାଳରେ ପ୍ରଶିକ୍ଷକ ଭାବରେ ଭୁବନେଶ୍ୱର ଏସ ଏଲ ସି ଏ ର ନିବେଦିତା ମହାନ୍ତି ଓ ବିଶ୍ବରଂଜନ ଦାସ ଯୋଗ ଦେଇଥିବା ବେଳେ ଶିବିରକୁ ଶିଶିର କୁମାର ସାହୁ,ଦିପକ୍ ପଲେଇ,ସୁଭସ୍ମିତା ମୋହିନୀ ଜେନା,ପ୍ରଭୁ ପ୍ରସାଦ ପଣ୍ଡା,ପୂର୍ଣ୍ଣ ଚନ୍ଦ୍ର ରଥ,ଶୋଭା ବୋଙ୍ଗାରି ଓ ବର୍ଷା ମିଶ୍ର ପ୍ରଭୃତି ପରିଚାଳନା କରି ଥିଲେ। #Ommtv #school #Omtv #Kalingacinearts #NBPC #News #Puri