Yoga Day 2023

YOGA

Yoga Day 2023

ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନୀଳାଦ୍ରିବିହାର ସେକ୍ଟର ୫ ପକ୍ଷରୁ ଯୋଗ ‌ଦିବସ : Ommtv

: ଜାତୀୟ ସ୍ବାସ୍ଥ୍ୟ ମିଶନ୍, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ନୀଳାଦ୍ରିବିହାର ସେକ୍ଟର୍ ୫ ସରରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦ୍ବାରା ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସ ଆଜି ସ୍ଥାନୀୟ ୱାର୍ଡ଼ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ୫ ଘଟିକାରେ ପ୍ରାୟ ଏକ ଶହରୁ ଅଧିକ ପୁରୁଷ ଓ ମହିଳା ଯୋଗଅଭ୍ୟାସ କରିଥିଲେ। ଯୋଗ ପ୍ରଶିକ୍ଷକ ଜ୍ୟୋତିରେଖା ପଲେଇ ସମସ୍ତଙ୍କୁ ଯୋଗ ଶିକ୍ଷାଦେଇଥିଲେ। ସେକ୍ଟର ୫ ସରରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ା.ଶୁଭଶ୍ରୀ ବରାଳ,  ଡ଼ା.ଅନ୍ତର୍ଜାମୀ ମିଶ୍ର, ସ୍ଥାନୀୟ କର୍ପୋରେଟର ମୋନାଲିସା ସାହୁ, ଯୋଗ ପ୍ରଚାରକ ଜୟକୃଷ୍ଣ ପାଣି ଅତିଥିଭାବେ ଯୋଗଦେଇ ସମସ୍ତଙ୍କୁ ପ୍ରୋଟିନ୍ ଖାଦ୍ୟ, ବୃକ୍ଷ ଓ‌ ପୋଷାକ ବଣ୍ଟନକରିଥିଲେ। ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ସବୁ ଘର ଅଗଣାରେ ଯୋଗ ବିଷୟବସ୍ତୁ ରଖାଯାଇଥିଲା। 

ଭୁବନେଶ୍ୱର ଫିଟନେସ କ୍ଲବ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ : Ommtv

 : ଭୁବନେଶ୍ୱର ଫିଟନେସ କ୍ଲବ୍ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ କ୍ଲବ ପରିସରରେ ପାଳିତ ହୋଇଯାଇଛି । କ୍ଲବର ସଭାପତି ଜିତେନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ସାଧୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଲାୟନ୍ସ କ୍ଲବ୍ ଡିଜି ସୁରେଶ ନାୟକ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାସ, ଏସଜେ ଡେଭଲପର୍ସର ନିର୍ଦ୍ଦେଶକ ମୁନୁ ନନ୍ଦ, ଡ଼ା. ନୀଳମାଧବ ପଣ୍ଡା, ଗ୍ରୁପ କ୍ୟାପଟେନ ଅନିରୁଦ୍ଧ ସେନାପତି ପ୍ରମୁଖ ଯୋଗଦେଇ ଯୋଗର ମାହାତ୍ମ୍ୟ ବିଷୟରେ କହିଥିଲେ । ପ୍ରଶିକ୍ଷକ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ବିଭୂତି ଭୂଷଣ ମହାପାତ୍ର ଯୋଗ ଶିକ୍ଷା ଦେଇଥିଲେ । କ୍ଲବର ସମ୍ପାଦକ ରଶ୍ମିରଞ୍ଜନ ସ୍ୱାଇଁ, ଉପସଭାପତି ସନ୍ତୋଷ ହରିଶ୍ଚନ୍ଦନ, ସତିଶ ସାମଲ, ସୁବ୍ରତ ମହାନ୍ତି, ଦିନେସ ରାୟ, ଗୋପିନାଥ ନାୟକ, ଅଞ୍ଜନ ମହାନ୍ତି, ବୈକୁଣ୍ଠ ପ୍ରଧାନ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଯୋଗ ଶିବିର ପରିଚାଳନାରେ ସହଯୋଗ କରିଥିଲେ । 

ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ‌ଶ୍ରୀବିହାର ପକ୍ଷରୁ ଯୋଗ ‌ଦିବସ : Ommtv

: ଜାତୀୟ ସ୍ବାସ୍ଥ୍ୟ ମିଶନ୍, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଶ୍ରୀବିହାର ସରରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦ୍ବାରା ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସ ଆଜି ଗୁରୁ କେଳୁଚରଣ ମହାପାତ୍ର ବିଡ଼ିଏ ପାର୍କରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ୫ ଘଟିକାରେ ପ୍ରାୟ ଏକ ଶହରୁ ଅଧିକ ଲୋକ ଭାଗନେଇ ଯୋଗଅଭ୍ୟାସ କରିଥିଲେ। ବିଏସି ଆଡ଼ିସନାଲ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଡ଼ା.ଅନ୍ତର୍ଜାମୀ ମିଶ୍ର, ଡ଼ା. ସଂଘମିତ୍ରା ପତି, ନିର୍ଦେଶକ ଦୂରଦର୍ଶନ ବିଏନ୍ ଅଧିକାରୀ ଓ ଚନ୍ଦ୍ରଶେଖରପୁର ଥାନା ଅଧୀକାରି ପ୍ରକାଶଚନ୍ଦ୍ର ମାଝୀ ଅତିଥିଭାବେ ଯୋଗଦେଇ ସମସ୍ତଙ୍କୁ ସବୁବେଳେ ଯୋଗ କରିବାପାଇଁ ଉତ୍ସାହିତ କରିଥିଲେ। ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ସବୁ ଘର ଅଗଣାରେ ଯୋଗ ବିଷୟବସ୍ତୁ ରଖାଯାଇଥିଲା। 

କିଟ୍ କିସ୍ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ : Ommtv

: ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ କିଟ୍ ଓ କିସ୍‌ରେ ମଧ୍ୟ ବୁଧବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଚଳିତବର୍ଷର ବିଷୟବସ୍ତୁ ଥିଲା ‘ବସୁଧୈବ କୁଟୁମ୍ବକମ୍‍’ । କିଟ୍ ଓ କିସ୍ ପକ୍ଷରୁ ଏହି ଅବସରରେ ପ୍ରାତଃ ୬ଟା ସମୟରେ କିସ୍‍ ବିଶ୍ୱବିଦ୍ୟାଳୟ ଓ କିଟ୍‍ ବିଶ୍ୱବିଦ୍ୟାଳୟରେ ମିଳିତ ଭାବେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ସହ ଯୋଗାଭ୍ୟାସ କରାଯାଇଥିଲା । କିଟ୍‌, କିସ୍ ଓ କିମ୍‍ସର ପ୍ରାୟ ୫ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ ସମସ୍ତ ସ୍କୁଲ୍ ଓ ବିଭାଗୀୟ ଡିନ୍‌, ନିର୍ଦ୍ଦେଶକ ଓ କର୍ମଚାରୀମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ ।  କିଟ୍‍ ଅଧ୍ୟାତ୍ମ୍ୟ ଓ ଯୋଗ ସ୍କୁଲ୍‍ ପକ୍ଷରୁ ଯୋଗ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

କଳିଙ୍ଗ ସି‌ନେ ଆର୍ଟସ୍ ପକ୍ଷରୁ ସମ୍ମାନିତ ହେଲେ ଡ଼ାକ୍ତର ଓ ସମାଜସେବୀ