ମହାପ୍ରଭୁଙ୍କ ଘୋଷଯାତ୍ରା : Ommtv

ମହାପ୍ରଭୁଙ୍କ ଘୋଷଯାତ୍ରା

ମହାପ୍ରଭୁଙ୍କ ଘୋଷଯାତ୍ରା : Ommtv

ମହାପ୍ରଭୁଙ୍କ ଘୋଷଯାତ୍ରା : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ): ହିନ୍ଦୋଳ ଗଡ଼ ଦୁଦୁରକୋଟ ଠାରେ ଶ୍ରୀ ଶ୍ରୀ ପ୍ରସନ୍ନ ମଣି ଜୀଉ ମଠ ଠାରେ ପରିଚାଳନା କମିଟି ଆନୁକୁଲ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ଚଳିତ ବର୍ଷ ମହା ସମାରୋହରେ ପାଳିତ ହୋଇ ଯାଇଛି। ମହାପ୍ରଭୁ ମଠ ରୁ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ରଥଯାତ୍ରା ରେ ଯାଇ ସେଠାରେ ଅବସ୍ଥାନ କରିଥିଲେ। ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ପଡା ଗାୟତ୍ରୀ ପରିବାର ଦ୍ୱାରା ଭଜନ ସନ୍ଧ୍ୟା ସମାଜସେବୀ ରତିକାନ୍ତ ଗଡନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ପ୍ରଫୁଲ୍ଲ କୁମାର ସାହୁ, ପରମା ନନ୍ଦ ଦେହୁରୀ, କୁଶ ବିହାରୀ ସାମଲ ଙ୍କ ପରିଚାଳନା ରେ ହିନ୍ଦୋଳ ସୁନାମଧନ୍ୟା କଣ୍ଠଶିଳ୍ପୀ ସୁଶ୍ରୀ ସ୍ଵର୍ଣ୍ଣମୟୀ ପ୍ରଧାନ, ଯଶ ମିତା ସାହୁ,ସତ୍ୟାନନ୍ଦ ସାହୁ,ମାୟାଧର ସାହୁ, ସୁବାଷ ସାମଲ, ମାଳତୀ ପଟ୍ଟନାୟକ ପ୍ରମୂଖ ଜଗନ୍ନାଥ ଙ୍କ ଭଜନ ପରିବେଷଣ କରିଥିଲେ। କମିଟି ସଭାପତି ଦିବାକର ପଟ୍ଟନାୟକ, ଉପଦେଷ୍ଠା ସୁଧାକର ପଟ୍ଟନାଯକ, ସଦସ୍ୟ ବୀରେନ୍ ପଟ୍ଟନାଯକ, ପ୍ରଶାନ୍ତ ମିଶ୍ର, ଦୀପକ ଗଡନାୟକ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ବହୁ ଭକ୍ତ ଶ୍ରଦ୍ଧାଳୁମାନେ ରହି ଭଜନ ସନ୍ଧ୍ୟାକୁ ଉପଭୋଗ କରିଥିଲେ। ରତିକାନ୍ତ ଗଡନାୟକ ଙ୍କ ସ୍ବରଚିତ ସଙ୍ଗୀତ ଦୁଦୁରକୋଟ ମହିମା ସମସ୍ତଙ୍କ ହୃଦୟସ୍ପର୍ଶୀ ହୋଇଥିଲା। ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। #Dhenkanal #rathayatra2023 #rathajatra2023 #JayJagannath #jagannathtemple #trend #virals #Ommtv #Omtv #Kalingacinearts #NBPC