ମଧୁସୂଦନ ରାଓଙ୍କ ୧୧୦ ତମ ଶ୍ରାଦ୍ଧଉତ୍ସବ : ଓମଟିଭି

ମଧୁସୂଦନ ରାଓଙ୍କ ୧୧୦ ତମ ଶ୍ରାଦ୍ଧଉତ୍ସବ : ଓମଟିଭି

ମଧୁସୂଦନ ରାଓଙ୍କ ୧୧୦ ତମ ଶ୍ରାଦ୍ଧଉତ୍ସବ : ଓମଟିଭି

ମଧୁସୂଦନ ରାଓଙ୍କ ୧୧୦ ତମ ଶ୍ରାଦ୍ଧଉତ୍ସବ : ଓମଟିଭି

(ରିପୋର୍ଟ: ସ୍ମୁତିରଂଜନ ଦାସ, ଭୁବନେଶ୍ବର)  ଆଜି, ଓଡ଼ିଆ ସାହିତ୍ୟ ଜଗତର ନାୟକ, ଛବିଳ ବର୍ଣ୍ଣବୋଧ ର ରଚୟିତା, ଭକ୍ତକବି  ମଧୁସୂଦନ ରାଓଙ୍କ ୧୧୦ତମ ଶ୍ରାଦ୍ଧ ଉତ୍ସବ ଅବସରରେ, ଭୁବନେଶ୍ୱରର ରୂପାଲୀ ଛକ ଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ୱି ଫର୍ ଭୁବନେଶ୍ୱର, ଉତ୍କଳ ସମ୍ମିଳନୀ, ବିଜେଡି ସାଂସ୍କୃତିକ ସମନ୍ଵୟ ସାମ୍ମୁଖ୍ୟ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ଜୟ ଓଡ଼ିଶାର ସଦସ୍ୟ ମାନେ । ସେମାନଙ୍କ ସହ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ, ଭଣ୍ଡାରି ପୋଖରୀ, ଭଦ୍ରକ, କବିଙ୍କ ପ୍ରତିମୂର୍ତ୍ତି ସ୍ଥଳ ରେ ପହଞ୍ଚି ପ୍ରଦୀପ ପ୍ରଜ୍ବଳନ, ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ, ଏହିପରି ଜଣେ ଦିଗନ୍ତ କବି ତଥା ସାହିତ୍ୟିକ ଙ୍କ ଜୀବନଶୈଳୀ ଓ ତାଙ୍କ ଦ୍ଵାରା ଲିଖିତ କାବ୍ୟ କବିତା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଅବସରରେ ଜୀବନ ରାଉତ, ସମୀକ୍ଷା ପଟ୍ଟନାୟକ, ଅମ୍ବିକା ପ୍ରସାଦ ଦାସ, ଶଙ୍କର୍ଷଣ ସାହୁ ଓ ରାଜଶ୍ରୀ ପ୍ରଧାନଙ୍କୁ "ଉତ୍କଳ ପୂଜ୍ୟପୂଜା ସ୍ମୃତି ସମ୍ମାନ" ରେ ସମ୍ମାନିତ କରାଯାଇଛି ।