ତୃତୀୟ ସ୍ବୟଂସିଦ୍ଧା ସମ୍ମାନ.. : Ommtv Round The Clock

ତୃତୀୟ ସ୍ବୟଂସିଦ୍ଧା ସମ୍ମାନ.. : Ommtv Round The Clock

ତୃତୀୟ ସ୍ବୟଂସିଦ୍ଧା ସମ୍ମାନ.. : Ommtv Round The Clock

ତୃତୀୟ ସ୍ବୟଂସିଦ୍ଧା ସମ୍ମାନ.. : Ommtv Round The Clock

ନାରୀ ମଧ୍ୟରେ ଥିବା ଶକ୍ତିକୁ ଉପଯୋଗକଲେ ସେ ସ୍ବୟଂସିଦ୍ଧା ହୋଇପାରିବ : ମିନାକ୍ଷୀ ଶେ‌ଷାଦ୍ରୀ 

ଚନ୍ଦ୍ରଶେଖରପୁର, ୨୭/୩(ଇମିସ): ନାରୀ ମଧ୍ୟରେ ଅସିମ ଶକ୍ତି ରହିଛି। ସେ ନିଜ ମଧ୍ୟରେ ଥିବା ଶକ୍ତିକୁ ପରଖି ଠିକ୍ ଭାବରେ ଓ ଠିକ୍ ସ୍ଥାନରେ ଉପଯୋଗକଲେ ସ୍ବୟଂସିଦ୍ଧା ହୋଇପାରିବ। ଫଳରେ ସମାଜରେ ପୁରୁଷ ଭଳି ନାରୀ ମଧ୍ୟ ସମାନତା ରକ୍ଷାକରି ସମାଜର ଉନ୍ନତିରେ ନିଜର ଭାଗିଦାରୀ ସାବ୍ୟସ୍ଥ କରିପାରିବ। ଏପରି ମତରଖି ବଲିଉଡ଼୍ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀ ଶତାଧିକ ମହିଳାକୁ ଜଣେ ଜଣେ ସ୍ବୟଂସିଦ୍ଧା ବୋଲି ସମ୍ବର୍ଦ୍ଧିତ କରି ସମାଜରେ ଭଲକାମ କରିବାପାଇଁ ଉତ୍ସାହିତକରିଛନ୍ତି। ଆଜି ପଟିଆସ୍ଥିତ ଏକ ତାରକା ହୋଲେରେ ରେସ୍ ଫାଉଣ୍ଡେସନ ଏବଂ ସମ୍ବାଦ ଡିଜିଟାଲର ମିଳିତ ପ୍ରୟାସରେ ଆୟୋଜିତ ତୃତୀୟ ଭାଗ ସ୍ୱୟଂସିଦ୍ଧା ସମ୍ମାନ ଉତ୍ସବରେ ‌ଯୋଗଦେଇ ମିନାକ୍ଷୀ ଶେଷାଦ୍ରୀ ଓଡ଼ିଶାର ଓଡ଼ିଶୀ ଓ କଳା ସଂସ୍କୃତିକୁ ପ୍ରଶଂସା କରିଛନ୍ତି। ଏହି ଅବସରେ ସମାଜରେ ସଂଘର୍ଷ କରି ଉନ୍ନତିର ପଥରେ ଆଗେଇ ଚାଲିଥିବା ଏବଂ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତଥା ସମାଜସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିଥିବା ୩୦ ଜଣ ମହିଳାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲିଉଡ଼ ଅଭିନେତ୍ରୀ ତଥା ମିସ ଇଣ୍ଡିଆ ଟାଇଟିଲ ପ୍ରାପ୍ତ ମୀନାକ୍ଷୀ ଶେଷାଦ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ମାନଙ୍କ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ମହିଳା ମାନେ ନିଜ ଶକ୍ତିର ଉଚିତ ବ୍ୟବହାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେହିଭଳି ରେସ୍ ଫାଉଣ୍ଡେସନ ପ୍ରତିଷ୍ଠାତା ରଶ୍ମି ସାହୁ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳା ଉଦ୍ୟୋଗୀ ଓ ସମାଜସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ବାଦ ଗ୍ରୁପ ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ ଏବଂ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଏହି ସମ୍ମାନ ପାଇଁ ଅନେକ ନୋମିନେସନ ଆସିଥିଲା କିନ୍ତୁ ଏଥିରୁ ସର୍ବଶ୍ରେଷ୍ଠ ୩୦ ଜଣଙ୍କୁ ଚୟନ କରାଯାଇଛି । ଏଭଳି କାର୍ଯ୍ୟକ୍ରମ ହେଲେ ମହିଳା ମାନେ ଆଗକୁ ଆସିବାକୁ ପ୍ରେରଣା ପାଇବେ ବୋଲି ସମ୍ବାଦ ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଅଭ‌ିନେତ୍ରୀ ଶି‌ଷାଦ୍ରୀଙ୍କ ସହ ରେସ୍ ଭାଉଣ୍ଡେସନ୍ ପ୍ରତିଷ୍ଠାତା ‌ରଶ୍ମିତା ସାହୁ, ସମ୍ବାଦ ସମ୍ପାଦିକା ତନୟା ପଟ୍ଟନାୟକ, ଇଷ୍ଟନ ମିଡ଼ିଆ ଲିମିଟେଡ଼ ପରିଚାଳନା ନିର୍ଦେଶିକା ମନିକା ନେୟର ପଟ୍ଟନାୟକ, ଘୋ‌ସିକା ସୁଲଗ୍ନା ରାଉତ, ସଂଗୀତ ନ‌ିର୍ଦେଶକ ପ୍ରେମନନ୍ଦ, ଫିଟ୍ ଫିଗର ଗ୍ରୁପ୍‌ର ମମତା ଦାସ, ଯାହେଦ୍ ଅହମଦ୍‌, ପ୍ରିତମ ନାୟକ, ଭାଗ୍ୟଶ୍ରୀ ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।

୩୦ ଜଣ ଆୱାଡ଼ିହେଲେ  ଦୁର୍ଗା ପ୍ରିୟଦର୍ଶିନୀ, ‌ସୌଭାଗ୍ୟଲକ୍ଷ୍ମୀ ସାହୁ, ମିନୁଶ୍ରୀ ମଧୁସ୍ମିତା, ସୁଶ୍ରୀ ସଙ୍ଗୀତା ସାହୁ, ସଂଘମିତ୍ରା ନାୟକ, ସଏସ୍ ସୁନିତା ମହାନ୍ତି, ମୁନମୁନ୍ ସିଂ, ପିୟାଲି ଦେ, ଉର୍ମଳା ମିଶ୍ର, ନଦିଆ ମୋଘବେଲପୁର, ପ୍ରଜ୍ଞାଶ୍ରୀ ପ୍ରିୟଦର୍ଶିନୀ, ସୁଜାତା ଅଗ୍ରୱାଲ, ଭୱନ୍ ଲଥ୍, ମୃଗକସି ପଣ୍ଡା, ରସ୍ମିତା ପୃଷ୍ଟି, ସାନ୍ତା ଏବଂ ରୀତା ବଳିଆରସିଂ, ଲିପ୍ସା ହଂସ, ଅରୁଣା ମହାନ୍ତି, ଧରିତ୍ରୀ ପଟ୍ଟନାୟକ, ଗୁହା ପୁରନ ତାପସ କୁମାର, ଡ଼.ଇତିରାଣୀ ସାମନ୍ତ, ପ୍ରିତି ପଲ୍ଲବୀ ପଟ୍ଟନାୟକ, ଡ଼.ଆଦ୍ୟାସା ଦାସ, ଜାଗିମଙ୍ଗଲ ପଣ୍ଡା, ଗାର୍ଗି ଭଟ୍ଟାଚାର୍ଯ୍ୟ, ମାଳା ମିଶ୍ର, ଅଲିଭା ଦାସ ଏବଂ ସରୋଜ ଅଗ୍ରୱାଲ।