ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହିନ୍ଦୋଳ ଠୋକରରେ : ଓମଟିଭି

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହିନ୍ଦୋଳ ଠୋକରରେ : ଓମଟିଭି

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହିନ୍ଦୋଳ ଠୋକରରେ : ଓମଟିଭି

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହିନ୍ଦୋଳ ଠୋକରରେ : ଓମଟିଭି

(ରିପୋର୍ଟ: ଢ଼େଙ୍କାନାଳ ଶଶିକାନ୍ତ ଗଡନାୟକ)-ହିନ୍ଦୋଳ ଠୋକର ପୀତାବଳୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଆଜି ଫାଇନାଲ ମ୍ଯାଚ ରେ ସୋଲାର କଟକ ଟସ ଜିତି ପ୍ରଥମେ ବ୍ୟାଟିଂ କରି 7 ଉଇକେଟ ହରାଇ 159 ରନ୍ ଜବାବ ରେ ଖୁର୍ଦ୍ଧା ରେଲୱେ 5 ଉଇକେଟ ହରାଇ 14 ଓଭର୍ ରେ ରନ୍ ପୂରଣ କରି ଚଳିତ ବର୍ଷର ଚାମ୍ପିଅନ୍ ହୋଇଛି। ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବ୍ଲକ୍ ଉପାଧ୍ୟକ୍ଷ ବରୁଣ କୁମାର ସର, ସ୍ଵତନ୍ତ୍ର ଅତିଥୀ ଭାବେ ଦୁଃଖବନ୍ଧୁ ସାହୁ, ମୁଖ୍ୟ ବକ୍ତା ସମାଜ ସେବୀ ରତିକାନ୍ତ ଗଡନାୟକ, ସମ୍ମାନୀତ ଅତିଥି ଭାବେ ଠୋକର, କାରନ୍ଦା ,ଅସରଡା, ବାବନ୍ଧ ସରପଞ୍ଚ ମାନେ ଯୋଗ ଦେଇ ସମସ୍ତ ପୁରସ୍କାର ପ୍ରଦାନ କରିଥିଲେ। ପ୍ରଶାନ୍ତ ଦାସ, ସୋମନାଥ ସେଠୀ ଅମ୍ପାୟାରିଙ୍ଗ କରିଥିବା ବେଳେ ବିଜନ ମିଶ୍ର ଧାରା ବିବରଣୀ ପ୍ରଦାନ କରିଥିଲେ। ବୁଲୁ ମାଝୀ ମୁଖ୍ୟ ସଂଗଠକ ଭାବେ ଏହି ଟୁର୍ନାମେଣ୍ଟ ଟି ଆୟୋଜନ କରିଥିଲେ। ଉକ୍ତ ଫାଇନାଲ ଖେଳ ରେ ପାଞ୍ଚ ହଜାର ରୁ ଉର୍ଦ୍ଧ୍ଵ ଦର୍ଶକ ଯୋଗ ଦେଇଥିଲେ।