ଅନୁଗୋଳ ବ୍ଲକ ଟିକରପଡା ଅଞ୍ଚଳରେ ରିଲିଫ ବଣ୍ଟନ : ଓମଟିଭି

ଗତ ସପ୍ତାହ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଅନୁଗୋଳ ବ୍ଲକର ଟିକରପଡା ପଞ୍ଚାୟତ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ଟିକରପଡା ଉଚ୍ଚ ବିଦ୍ୟାଳୟ, ଟିକରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ୟା ଆଶ୍ରୟ ସ୍ଥଳୀ ଭାବେ ଚିହ୍ନଟ କରି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଅନୁଗୋଳ ବ୍ଲକ ଟିକରପଡା ଅଞ୍ଚଳରେ ରିଲିଫ ବଣ୍ଟନ : ଓମଟିଭି

ଅନୁଗୋଳ ବ୍ଲକ ଟିକରପଡା ଅଞ୍ଚଳରେ ରିଲିଫ ବଣ୍ଟନ : ଓମଟିଭି

ଅନୁଗୋଳରୁ : (ରିପୋର୍ଟ : ଜିତେନ୍ ସାହୁ): ଗତ ସପ୍ତାହ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଅନୁଗୋଳ ବ୍ଲକର ଟିକରପଡା ପଞ୍ଚାୟତ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ଟିକରପଡା ଉଚ୍ଚ ବିଦ୍ୟାଳୟ, ଟିକରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ୟା ଆଶ୍ରୟ ସ୍ଥଳୀ ଭାବେ ଚିହ୍ନଟ କରି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ନିମନ୍ତେ ଅରୁଣାଭ ସିଂହ, ଅନୁଗୋଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ଅନୁଗୋଳ ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, କୁମୁରିସିଂହା ସରପଞ୍ଚ ଦୁର୍ୟୋଧନ ସାହୁ, କାଉନସିଲର ସୁଶୀଲ ମୁଖୀ, ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ଖଲାରୀ ସମିତି ସଭ୍ୟ ରାକେଶ ନନ୍ଦ, ସରୋଜ ନାଏକ, ପ୍ରବୀଣ ସାମଲ, କମ୍ଭୁ ନାଏକ ଗସ୍ତ କରି ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ। ୨୦୦ kg ଚୁଡା, ୭୫kg ଚିନି, ୨୪୦ ପ୍ୟାକେଟ ବିସ୍କୁଟ, ୫ କାନ୍ଧି କଦଳୀ ଇତ୍ୟାଦି ବଣ୍ଟନ କରାଯାଇଛି।

ଏଥି ସହିତ ଜିଲ୍ଲା ପ୍ରଶାସନର ଅଧିକାରୀ ଅର୍ଥାତ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ପ୍ରଧାନ, ଉପ-ଜିଲ୍ଲାପାଳ ବୈତୁରା ଦୀପ, ତହସିଲଦାର ବିମଳ ଲେଙ୍କାଙ୍କ ସହିତ ମଝିପଡା, ବେହେରା ସାହି ଓ ଗଇଁନ୍ଦୀର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଆଲୋଚନା କରିଥିଲେ। ଏଭଳି ମହାନତା କାର୍ଯ୍ୟକୁ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍ ଏବଂ ଓମଟିଭି ପରିବାର ତରଫରୁ ଅନେକ ଅନେକ ପ୍ରଶଂସା କାରାଯାଇଛି।