ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଭୂପୋଡ ଗ୍ରାମରେ ବୃକ୍ଷରୋପଣ : ଓମଟିଭି

ଯଶିପୁର ବ୍ଲକ ଅନ୍ତର୍ଗତ ଜାମଦାସାହି ପଞ୍ଚାୟତସ୍ଥିତ ଭୂପୋଡ ଗ୍ରାମରେ ସରପଞ୍ଚ ଜିତେନ୍ଦ୍ର କୁମାର ନାଏକଙ୍କର ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଯଶିପୁର ବିଡିଓ ହୃଦାନନ୍ଦ ଅଢା, ବ୍ଲକ ଅଧ୍ୟକ୍ଷା କୁମୁଦିନୀ ଦଳେଇ,ଉପାଧ୍ୟକ୍ଷା କନକଲତା ଦାସ,୪୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ମିନତି ନାଏକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ

ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଭୂପୋଡ ଗ୍ରାମରେ ବୃକ୍ଷରୋପଣ : ଓମଟିଭି

ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଭୂପୋଡ ଗ୍ରାମରେ ବୃକ୍ଷରୋପଣ : ଓମଟିଭି

ମୟୁରଭଞ୍ଜ (ରିପୋର୍ଟ: ନିହାର ରଂଜନ ମହାନ୍ତ): ଯଶିପୁର ବ୍ଲକ ଅନ୍ତର୍ଗତ ଜାମଦାସାହି ପଞ୍ଚାୟତସ୍ଥିତ ଭୂପୋଡ ଗ୍ରାମରେ ସରପଞ୍ଚ ଜିତେନ୍ଦ୍ର କୁମାର ନାଏକଙ୍କର ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଯଶିପୁର ବିଡିଓ ହୃଦାନନ୍ଦ ଅଢା, ବ୍ଲକ ଅଧ୍ୟକ୍ଷା କୁମୁଦିନୀ ଦଳେଇ,ଉପାଧ୍ୟକ୍ଷା କନକଲତା ଦାସ,୪୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ମିନତି ନାଏକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନଗୋବିନ୍ଦ ନାଏକ,ସମାଜସେବୀ କବୀର ଦାସ,ପୂର୍ବତନ ସରପଞ୍ଚ   ଜ୍ୟୋତ୍ସ୍ନାମୟୀ ନାଏକ, ଲ୍ୟାମ୍ପ୍‌ ସଭାପତି  ପଞ୍ଚୁ ନାଏକ,ସମାଜସେବୀ ଖଗେଶ୍ୱର ସାହୁ,ଅନ୍ତର୍ଯ୍ୟାମୀ ବେହେରା,ପଙ୍କଜ   ନାଏକ,ସୁଜିତ ଦାସ,ଶୈଲେଶ ଚନ୍ଦ୍ର ମହାନ୍ତ ଏବଂ ପଞ୍ଚାୟତର  ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ଜାମଦାସାହି ପଞ୍ଚାୟତର ଗ୍ରାମ ସଂଯୋଜକମାନେ  ସହଯୋଗ କରିଥିଲେ।

ଏଭଳି ଜନ ହିତକର କାର୍ଯ୍ୟକ୍ରମକୁ ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ଏବଂ ଡ଼ିଜିଟାଲ ମିଡ଼ିଆ ହାଉସ୍ ଓମଟିଭି ମିଡ଼ିଆ ପ୍ରା.ଲି ପ୍ରଶଂସା କରିଛି। ଏପରି କାର୍ଯ୍ୟ ଫଳରେ ଅନ୍ୟମାନେ ଉତ୍ସାହିତ ‌ହୋଇ ବନିକରଣ କାର୍ଯ୍ୟକରିବେ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ବିଦ୍ୟାଧର ବାରିକ ମତପ୍ରକାଶ କରିଛନ୍ତି।