ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ଯାଣ ସମିତି ବୈଠକ  : ଓମଟିଭି

ଆଜି ହିନ୍ଦୋଳ ବ୍ଲକ୍ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ଯାଣ ସମିତି ବୈଠକ ଅନୁଷ୍ଟିତ ହୋଇଯାଇଛି। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ଯାଣ ସମିତି ବୈଠକ  : ଓମଟିଭି

ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ଯାଣ ସମିତି ବୈଠକ  : ଓମଟିଭି

(ରିପୋର୍ଟ: ଶଶିକାନ୍ତ ଗଡନାୟକ, ଢେଙ୍କାନାଳ) : ଆଜି ହିନ୍ଦୋଳ ବ୍ଲକ୍ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ଯାଣ ସମିତି ବୈଠକ ଅନୁଷ୍ଟିତ ହୋଇଯାଇଛି। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ୍ ଉପାଧ୍ୟକ୍ଷ ବରୂଣ କୁମାର ସର,ବିଡିଓ ଶିବ ଶଙ୍କର ମିଶ୍ର, ବ୍ଲକ୍ ଶିକ୍ଷା ଅଧିକାରୀ, ଆୟୁଷ ଡାକ୍ତର ସ୍ନେହଲତା ମିଶ୍ର ଙ୍କ ସମେତ ବରିଷ୍ଠ ସଦସ୍ୟ ରତିକାନ୍ତ ଗଡନାୟକ, କେଶବ ସାମଲ, ଧରଣୀଧର ପାଲ, ଭାସ୍କର ସାହୁ ପ୍ରମୂଖ ସଭ୍ଯ ମାନେ ଯୋଗ ଦେଇ ଚୁଡ଼ାନ୍ତ ବଜେଟ ଅନୁମୋଦନ କରିଥିଲେ। ଡାକ୍ତରଖାନାରେ ଜନ ସେବା ନିମନ୍ତେ ଗୋଟିଏ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଇଁ ବିଧାୟିକା ଆବଶ୍ୟକୀୟ ଅର୍ଥ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରିୟ ଦର୍ଶନୀ ସାହୁ ବଜେଟ ଉପସ୍ଥାପନ କରିଥିଲେ ଓ ମେଡିକାଲ୍ ଅଫିସର ଡାଃ ସାଗର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାଧାରଣ ଲୋକମହଲରେ ପ୍ରଶଂସା କରାଯାଇଥିବାରୁ ସଭା କାର୍ଯ୍ୟରେ ଯୋଗଦେଇଥିବା ଅତିଥିମାନଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।