ଉତ୍ତରରେ ଡ୍ରାଇ ଡେ ଅଭିଯାନ , ମୂଳୁ ମାଇଲେ ଯିବ ସରି : ଓମଟିଭି

ଭୁବନେଶ୍ୱରରୁ ଡେଙ୍ଗୁ ନିପାତ କରିବା ପାଇଁ ବିଏମସି କମିଶନର ସପ୍ତାହକୁ ଦୁଇଦିନ ରବିବାର ଓ ଗୁରୁବାର ଡ୍ରାଇ ଡେ ଘୋଷଣା କରିଛନ୍ତି । ଏହିଦିନ ପ୍ରତେକ ଓାର୍ଡରେ କର୍ପୋରେଟର, ବିଏମସି ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ ଓ ଅନ୍ୟ ସମସ୍ତେ ମିଶି ଡେଙ୍ଗୁ ମଶା ସୃଷ୍ଟି ହେଉଥିବା ସ୍ଥାନ  ସଫା କରିବା ପାଇଁ ନିଷ୍ପତି ହୋଇଛି ।

ଉତ୍ତରରେ ଡ୍ରାଇ ଡେ ଅଭିଯାନ , ମୂଳୁ ମାଇଲେ ଯିବ ସରି : ଓମଟିଭି

ଉତ୍ତରରେ ଡ୍ରାଇ ଡେ ଅଭିଯାନ , ମୂଳୁ ମାଇଲେ ଯିବ ସରି 
ଭୁବନେଶ୍ୱର(ଓମ):୨୭ା୬ ; ଭୁବନେଶ୍ୱରରୁ ଡେଙ୍ଗୁ ନିପାତ କରିବା ପାଇଁ ବିଏମସି କମିଶନର ସପ୍ତାହକୁ ଦୁଇଦିନ ରବିବାର ଓ ଗୁରୁବାର ଡ୍ରାଇ ଡେ ଘୋଷଣା କରିଛନ୍ତି । ଏହିଦିନ ପ୍ରତେକ ଓାର୍ଡରେ କର୍ପୋରେଟର, ବିଏମସି ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ ଓ ଅନ୍ୟ ସମସ୍ତେ ମିଶି ଡେଙ୍ଗୁ ମଶା ସୃଷ୍ଟି ହେଉଥିବା ସ୍ଥାନ  ସଫା କରିବା ପାଇଁ ନିଷ୍ପତି ହୋଇଛି । ଏହି କ୍ରମରେ ଆଜି ଡ୍ରାଇ ଡେର ଦ୍ୱୀତିୟ ଦିନରେ ଉତ୍ତର ଭୁବନେଶ୍ୱରର ବିଭିନ୍ନ ଓାର୍ଡରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ସାମନ୍ତପୁରୀ ସାହିରେ ଡେଙ୍ଗୁ ହଟାଓ ଅଭିଯାନ ମୂଳୁ ମାରିଲେ ଯିବ ସରି ଆରମ୍ଭ ହୋଇଛି । ପ୍ରଥମେ ଅନୁଷ୍ଠିତ ସଚେତନତା ସଭାରେ ଉତ୍ତର ମଣ୍ଡଳର ଉପ ଆୟୁକ୍ତ ପୁରନ୍ଦର ନନ୍ଦ ଯୋଗଦେଇ କହିଥିଲେ ଘରର ଚାରିପାଖ ସଫାସୁତୁରା ରଖିବାକୁ ପଡିବ, ବିଭିନ୍ନ ଭଙ୍ଗା ପାତ୍ର, ଟାୟାର, ପଇଡ ଖୋଳ ଓ ଖାଲୁଆ ସ୍ଥାନରେ ପାଣି ଜମି ରହିଲେ ଡେଙ୍ଗୁ ମଶା ସୃଷ୍ଟି ହୁଅନ୍ତି । ଏଥିପାଇଁ ଆମକୁ ସତର୍କ ଓ ସଚେତନ ରହିବାକୁ ପଡିବ । ସମସ୍ତେ ଯଦି ମିଳିମିଶି କାମ କରିବା ସହିତ ଲର୍ଭା ନଷ୍ଠ କରିବା ତାହେଲେ ଡେଙ୍ଗୁ ରହିବ ନାହିଁ । ଏହାପରେ ସାହିର ଗଳିକନ୍ଦି ବୁଲି ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କର୍ପୋରେଟରଙ୍କ ସହିତ ଓାର୍ଡ ଅଧିକାରୀ ରବି ନାରାୟଣ ମିଶ୍ର, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଶନ୍ନ କୁମାର ସାହୁ, ଯୁବ ନେତା ଚଗଲା ଜେନା, ମନୋରଞ୍ଜନ ଦାସ, ସାମନ୍ତପୁରୀ ସାହି କମିଟିର ସଭାପତି ଦୀନବନ୍ଧୁ ନାୟକ, ଉପ ସଭାପତି ମଣ୍ଟୁ ଦିଗଲ, ସମ୍ପାଦକ ଦେବ ପ୍ରସାଦ ଜେନା, ଯୁଗ୍ମ ସମ୍ପାଦିକା ଗୁରୁବାରୀ ନାୟକ, ଉପଦେଷ୍ଟା ଜ୍ୟୋତି ରଞ୍ଜନ ପ୍ରଧାନ, ରତିକାନ୍ତ ରାଉତ, ପୂର୍ଣ୍ଣଚନ୍ଦ୍ର ଜେନା, ଅନୁପ ସ୍ୱାଇଁ, ଅଭିମନ୍ୟୁ ନନ୍ଦ ଓ ମମତା ମିଶ୍ର, ମିନି ହାସଦା, ନମିତା ମହାନ୍ତି ଏବଂ ବାବୁଭାଇ ଟିମର ସନସ୍ତ ସଦସ୍ୟ ଉପସ୍ଥିତ ଥିଲେ । (:ରିପୋର୍ଟ-ସୁକାନ୍ତ ରାଉତ)