OMM TV Utkal Divas celebrated by Kit and Kiss

Utkal diwash

OMM TV Utkal Divas celebrated by Kit and Kiss
OMM TV କିଟ୍ ଓ କିସ୍ ପକ୍ଷରୁ ଉତ୍କଳ ଦିବସ ପାଳିତ
ଭୁବନେଶ୍ୱର: କିଟ୍ ଓ କିସ୍ ପକ୍ଷରୁ ୮୮ତମ ଉତ୍କଳ ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ କିଟ୍ ଓ କିସ୍ ପକ୍ଷରୁ ଉତ୍କଳର ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନର ସ୍ମୃତିଚାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କିସ୍ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ, ଆଜକୁ ୮୮ବର୍ଷ ତଳେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ଏହାରି ଭିତରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିଥିବା ବେଳେ ଏଥିରେ କିଟ୍ ଓ କିସ୍ର ମଧ୍ୟ ଯୋଗଦାନ ରହିଛି ବୋଲି ସେ କହିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନର ଶହେବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ସମୟ ମଧ୍ୟରେ ଓଡ଼ିଶାର ବିକାଶ ଧାରାରେ କିଟ୍ ଓ କିସ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଡା. ସୁବ୍ରତ ଆଚାର୍ଯ୍ୟ ଆମେ ପ୍ରତ୍ୟେକ ଜଣେ ଜଣେ ଓଡ଼ିଆ ଭାବେ ଗର୍ବ କରିବା ସହ ଆମେ ଅନ୍ୟମାନଙ୍କ ଅପେକ୍ଷା ଶ୍ରେଷ୍ଠ ବୋଲି ଭାବିବା ଉଚିତ । ଅନ୍ୟମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ଶରଣଜିତ ସିଂହ, ଡା. ସିବିକେ ମହାନ୍ତି ପ୍ରମୁଖ ଉଦ୍ବୋଧନ ଦେଇଥିବା ବେଳେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍କଳ ଦିବସ ପରିପେକ୍ଷୀରେ କୁନି କଳାକାର ଶ୍ରେୟାଶ୍ରୀ ଯୋଶୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । #Utkaldiwas #Kiituniversity #Kissuniversity #Ommtv #Omtv #Kalingacinearts

OMM TV Utkal Divas celebrated by Kit and Kiss
Bhubaneswar: 33rd Utkal Divas celebrated on Saturday by KIT and KISS. On this occasion KIT and KISS paid homage to the groom sons of Utkal for their remarkable contribution in the formation of a separate Utkal Pradesh was commemorated. Participating in the program as a keynote speaker, Professor Harekrishna Satpathy, said, 20 years ago, Odisha was recognized as the first language based independent state. He said that while Odisha has made progress in different areas, Kit and Kiss also have a contribution in this. KIT & KISS founder Achyuta Samanta said, while Odisha is going to complete 100 years of independent state formation in 2019, during this time KIT & KISS will play an important role in the development of Odisha. Dr. Coastal chief of Kit University among others in this program. Subrat Acharya, each and every one of us should be proud as an Odia and we should think ourselves as superior than others. Among others KISS University Chancellor Prof. Deepak Kumar Behera, KIT University Vice Chancellor Professor Saranjit Singh, Dr. General Secretary Prof. Gyan Ranjan Mohanty expressed his gratitude when CBK Mohanty gave the key inauguration. Odisi dance was performed by little artist Shreyashree Joshi on the occasion of Utkal Divas. #Utkaldiwas #Kiituniversity #Kissuniversity #Ommtv #Omtv #Kalingacinearts