ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ପ୍ରଚାର ଶେଷ : Ommtv

vote

ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ପ୍ରଚାର ଶେଷ : Ommtv

ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ପ୍ରଚାର ଶେଷ : Ommtv

OMM TV (ଢେଙ୍କାନାଳରୁ ଶଶିକାନ୍ତ ଗଡନାୟକଙ୍କ ରିପୋର୍ଟ ): ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ଦିନରେ ତିନି ପ୍ରମୂଖ ରାଜନୈତିକ ଦଳ କଂଗ୍ରେସ ବିଜେପି ବିଜେଡି ର ଶୋଭାଯାତ୍ରା ରେ କଂଗ୍ରେସ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ (ସୁରଭାଇ)ଙ୍କ ରୋଡ ସୋ ରେ ଶହ ଶହ ଆବାଳ ବୃଦ୍ଧବନିତାଙ୍କୁ ସାମିଲ ହେବାର ଦେଖା ଦେଇଥିଲା। ରାସ୍ତା ପାର୍ଶ୍ଵରେ ସମସ୍ତ ପରିବାର ସଦସ୍ୟ ମାନେ ରହି ତାଙ୍କ ଫଟୋ ଉଠାଇବା ସହ ସୁରଭାଇ ମାଡି ଚାଲ କହୁଥିବା ଶୁଣା ଯାଉଥିଲା। ତାଙ୍କୁ ଦେଖିବାକୁ ହିନ୍ଦୋଳ ର ବହୁ ଦର୍ଶକ ଙ୍କ ଭିଡ ଜମିଥିଲା।ଖୋଲା ଜିପ୍ ରେ କଂଗ୍ରେସ ଚେୟାରମ୍ୟାନ ପ୍ରାର୍ଥୀନୀ ରୀତା ପଲେଇ ,କାଉନସିଲର 4 ନ ପ୍ରାର୍ଥୀନୀ ଝିଲ୍ଲି ବେହେରା ଆଦି 5 ଜଣ ପ୍ରାର୍ଥୀ ରହି ଭୋଟର ମାନଙ୍କୁ ଭୋଟ ଭିକ୍ଷା କରିଥିଲେ। ସେହିପରି ବିଜେଡ଼ି ପକ୍ଷରୁ ଚେୟାରମ୍ୟାନ ପ୍ରାର୍ଥୀ କେଶବ ପ୍ରଧାନ ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ସମସ୍ତ କାଉନସିଲର ପ୍ରାର୍ଥୀ ପ୍ରାର୍ଥୀନୀ ରାଲି ରେ ବିଭିନ୍ନ ୱାର୍ଡ ରେ ବୁଲି ଭୋଟ ଭିକ୍ଷା କରିଥିଲେ। ବିଜେପି ଦଳ ଚେୟାରମ୍ୟାନ ପ୍ରାର୍ଥୀନୀ ଶୋଭାଗିନି ପ୍ରଧାନ ଙ୍କ ନେତୃତ୍ଵରେ ମହିଳା ମୋର୍ଚ୍ଚା ନେତୃମଣ୍ଡଳୀ ଙ୍କ ସହ ଶତାଧିକ ମହିଳା ପଦଯାତ୍ରା କରିଥିବା ଦେଖା ଯାଇଥିଲା। ଠିକ୍ 6 ଟା ସମୟରେ ପ୍ରଶାସନ ଦ୍ଵାରା ପ୍ରଚାର କାର୍ଯ୍ୟ ସରିବାକୁ ମାଇକ ଦ୍ଵାରା ସୂଚନା ଦିଆଯିବା ପରେ ସବୁଦଳ ପ୍ରଚାର କାର୍ଯ୍ୟକ୍ରମ କୁ ବନ୍ଦ କରିଥିଲେ। ଆଜି ଶେଷ ଦିନରେ କଂଗ୍ରେସ ଦଳ ପ୍ରଚାର ରେ ସର୍ବାଧିକ ନେତା କର୍ମୀ ଯୋଗଦାନ କରିଥିଲେ। କଂଗ୍ରେସ ନେତା ତ୍ରିନାଥ ବେହେରା ଙ୍କ ନେତୃତ୍ଵରେ ଢେଙ୍କାନାଳ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ଅନଗୁଳ ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ଵରେ ରାଲି ସଫଳ ହୋଇ ପାରିଥିଲା। ପର୍ଯ୍ୟବେକ୍ଷକ ଡଃ ଲଲାଟେନ୍ଦୁ ମହାପାତ୍ର,ସୁରେଶ ପାଣିଗ୍ରାହୀ, ସ୍ମିତା ରାଣୀ ସାମଲ, ପ୍ରେମ ଶଙ୍କର ମିଶ୍ର ରାଲି ପରିଚାଳନା କରିଥିବା ବେଳେ ବରିଷ୍ଠ କଂଗ୍ରେସ ସଂଗଠକ ରତିକାନ୍ତ ଗଡନାୟକ ପ୍ରଚାର ସମାପ୍ତି ଘୋଷଣା କରିଥିଲେ। #Dhenkanal #Hindol #NAC #Congress #BJD #BJP #OmmTv #Omtv #Kalingacinearts

OMM TV (Report of Shashikant Gadnaik from Dhenkanal): On the last day of campaigning for Hindol NAC elections, hundreds of young and old women participated in the rally of Congress senior leader Suresh Kumar Routray (Surbhai) on the last day of the campaigning of Hindol NAC election, today, in the rally of three major political parties Congress, BJP and BJD, hundreds of young people were seen to be included in the road show of Congress leader Suresh kumar Routray (Surbhai). It was heard that Surabhai was told that all the family members were standing by the roadside and taking their photo. Huge crowd of spectators of Hindol gathered to see him. Congress chairman candidate Rita Palei, councilor's 4th candidate Jhilli Behera and begged for votes from voters in open jeep. Similarly, under the leadership of BJD chairman candidate Keshav Pradhan, more than hundred workers begged for votes in various wards in candidate rally of all councils. Hundreds of women were seen doing foot rally with Mahila Morcha leadership under the leadership of BJP party chairman candidate Shobhagini Pradhan. All the parties stopped the campaigning programs after being informed through Mike by the administration at exactly 6 o'clock. Today, on the last day, maximum number of leaders and workers participated in the campaigning of Congress party. The rally was successful under the leadership of Congress leader Trinath Behera, Dhenkanal district president Saroj Pattnaik and Angul district president Biplab Jena. Senior Congress organizer Ratikant Gadanayak announced the end of campaigning while supervisors Dr. Lalatendu Mohapatra, Suresh Panigrahi, Smita Rani Samal, Prem Shankar Mishra conducted the rally. #Hindol #NAC #Congress #BJD #BJP #OmmTv #Omtv #Kalingacinearts