ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପିର ଧନ୍ୟବାଦ ସଭା , ପ୍ରିୟଦର୍ଶୀ ମିଶ୍ର ନେତୃତ୍ବରେ ଉତ୍ତରର ବିକାଶ ହେବ: ଅପରାଜିତା : Ommtv Round The Clock

ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପିର ଧନ୍ୟବାଦ ସଭା , ପ୍ରିୟଦର୍ଶୀ ମିଶ୍ର ନେତୃତ୍ବରେ ଉତ୍ତରର ବିକାଶ ହେବ: ଅପରାଜିତା : Ommtv Round The Clock

ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପିର ଧନ୍ୟବାଦ ସଭା , ପ୍ରିୟଦର୍ଶୀ ମିଶ୍ର ନେତୃତ୍ବରେ ଉତ୍ତରର ବିକାଶ ହେବ: ଅପରାଜିତା : Ommtv Round The Clock

ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପିର ଧନ୍ୟବାଦ ସଭା , ପ୍ରିୟଦର୍ଶୀ ମିଶ୍ର ନେତୃତ୍ବରେ ଉତ୍ତରର ବିକାଶ ହେବ: ଅପରାଜିତା : Ommtv Round The Clock

ଚନ୍ଦ୍ରଶେଖରପୁର: ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପିର ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ବରେ ଏବଂ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ ବାସିନ୍ଦାଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ। ସେ କହିଥିଲେ ଓଡ଼ିଶାର ଜନସାଧାରଣ ୨୫ ବର୍ଷର ଅପାରଗ, ଦୁର୍ନୀତିଗ୍ରସ୍ତ ଓ ସ୍ଥାଣୁ ସରକାରକୁ ହଟେଇ ଦେଇ ଛନ୍ତି। ବିଜେପି ଓ ମାନନୀୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରି ବହୁସଂଖ୍ୟାରେ ଭୋଟ ଦେଇ ଜିତାଇଛନ୍ତି। ଓଡ଼ିଶାରେ ବିଜେପି ସରକାର ବା ଡବଲ ଇଞ୍ଜିନି ସରକାର ଗଠନ ହୋଇଛି। ଏ ବିଜୟ ଆପଣମାନଙ୍କ ଯୋଗୁଁ ସମ୍ଭବ ହୋଇ ପାରିଛି। ଆପଣମାନେ ହେଉଛନ୍ତି ଏ ବିଜୟର ମେରୁଦଣ୍ଡ । ଆପଣମାନଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ପଡ଼ିବ |  ଏବେ ଓଡ଼ିଶାର ବିକାଶ ଘଟିବା ସହିତ ଉତ୍ତର ନିର୍ବାଚନ ମଣ୍ଡଳୀର ମଧ୍ୟ ବିକାଶ ହେବ। ରାଜ୍ୟ ସରକାରଙ୍କ ତରଫରୁ ଉତ୍ତର ନିର୍ବାଚନ ମଣ୍ଡଳୀର ବିକାଶର କର୍ଣ୍ଣଧାର ସାଜିବେ ଆପଣଙ୍କର ପ୍ରିୟ ନେତା ପ୍ରିୟଦର୍ଶୀ ମିଶ୍ର। ପ୍ରିୟଦର୍ଶୀଙ୍କ ନେତୃତ୍ବରେ ସମସ୍ତ ବିକାଶ ମୂଳକ କାର୍ଯ୍ୟ ସମ୍ପାଦନ ହେବ। ଏଥି ସହିତ ସମସ୍ତ ବିଜେପି କର୍ମକର୍ତ୍ତା ଓ କର୍ମୀ ମାନଙ୍କ ଆକ୍ରାନ୍ତ ପରିଶ୍ରମକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ସଭାପତି ତଥା ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ ମୁଁ ଖାଲି ବିଜୟୀ ହୋଇନାହିଁ ଆମ ସମସ୍ତଙ୍କର ବିଜୟ ହୋଇଛି। ଭୁବନେଶ୍ୱରକୁ ଏକ ନୂତନ ସରସ ସୁନ୍ଦର ଭୁବନେଶ୍ୱର କରିବାର ପରିକଳ୍ପନା ରହିଛି। ଆମେ ତିନିଜଣ ଓ  ସାଂସଦଙ୍କ ନେତୃତ୍ବରେ ଭୁବନେଶ୍ୱରରେ ବିକାଶ ଘଟିବ। ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର କହିଥିଲେ ନିର୍ବାଚନ ପ୍ରକ୍ରିୟାରେ ମୁଁ ହାରିଥିଲେ ମଧ୍ୟ ଆପଣମାନଙ୍କ ପାଖରେ ଜିତିଛି। ବହୁ କମ୍ ଦିନ ହେବ ଦଳକୁ ଆସି ୬୬ ହଜାର ଭୋଟ ପାଇଛି ତାହା ମୋ ପାଇଁ ବହୁତ ବଡ। ଆପଣମାନଙ୍କର ଖଣ୍ଡିଏ ଖଣ୍ଡିଏ ଭୋଟ ମୋ ପାଇଁ ବହୁତ ମୂଲ୍ୟବାନ ଓ ଆଶୀର୍ବାଦ ସଦୃଶ। ଉତ୍ତରର ବିକାଶ ପାଇଁ ପ୍ରଚେଷ୍ଟା ଜାରି ରଖିବି। ମୁଁ ଆପଣମାନଙ୍କ ପାଖରେ ବିଗତ ଦଶବର୍ଷ ହେବ ସୁଖରେ ଦୁଃଖରେ ସାଥୀ ହୋଇ ରହିଥିଲି ଆଗାମୀ ଦିନରେ ମଧ୍ୟ ରହିବି। ଏଥି ସହିତ ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ଓ ବିଜେପି ନେତୃମଣ୍ଡଳୀ ଓ କର୍ମୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ,ସୁନୀତ ମୁଣ୍ଡ, ଭାରତୀୟ ଯୁବମୋର୍ଚ୍ଚା ଉପସଭାପତି ଅର୍ପିତା ବଡ଼ଜେନା, ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ ଅନ୍ୟାନ୍ୟ ନେତୃମଣ୍ଡଳୀଙ୍କ ସମେତ କର୍ପୋରେଟର ଯଶୋଧାରା ପ୍ରଧାନ , ଲକ୍ଷ୍ମୀପ୍ରିୟା ପରିଡ଼ା, ଚନ୍ଦ୍ରଶେଖର ମଣ୍ଡଳ ସଭାପତି ନଗେନ ବିଶୋଇ, ବାଣୀବିହାର ମଣ୍ଡଳ ସଭାପତି ବିଜୟ ରାଉତ ପ୍ରମୁଖ ଯୋଗଦେଇ ଭାରତୀୟ ଜନତା ପାର୍ଟିର ଏହି ବିଜୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେପି କର୍ମୀ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ।