OMM TV World Autism day at kit international school

Autism day

OMM TV World Autism day at kit international school
OMM TV କିଟ୍ ଇଂଟରନ୍ୟାସ୍‌ନାଲ୍ ସ୍କୁଲ୍‌ରେ ବିଶ୍ୱ ଅଟିଜିମ୍ ଦିବସ
ଭୁବନେଶ୍ୱର : କିଟ୍ ଇଂଟରନ୍ୟାସ୍‌ନାଲ୍ ସ୍କୁଲ୍‌ରେ ରବିବାର ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଅଟିଜିମ୍‌କୁ କେବଳ ପାଳନ କରିଦେଲେ ହେବନାହିଁ; ମାନସିକ ଅନଗ୍ରସର ଥିବା ଶିଶୁମାନଙ୍କ ଅଧିକାର ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିବ । ଚିଲ୍‌ଡ୍ରେନ୍ ଉଇଥ ସ୍ପେସିଆଲ୍ ନିଡ୍‌ସ ଉପରେ କାମ କରୁଥିବା ସେନ୍ ଗ୍ଲୋବ୍ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, କିଟ୍ ଇଂଟରନ୍ୟାସ୍‌ନାଲ୍ ସ୍କୁଲ୍‌ର ଚେୟାରପର୍ସନ ଡ. ମୋନା ଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଓ ସେନ୍ ଗ୍ଲୋବ୍‌ର ଉପଦେଷ୍ଟା ସ୍ୱାଗତିକା ସାମନ୍ତରାୟ ପ୍ରମୁଖ ଯୋଗଦେଇ ଅଟିଜିମ୍ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଭୁବନେଶ୍ୱରର ବିଭିନ୍ନ ହୋଟେଲ୍‌, ରେଷ୍ଟୁରାଂଟ, ସପିଂ ମଲ ଓ ଥାନାରେ ଅଟିଜିମ୍ ପିଲାଙ୍କୁ ଆପଣାଇନେବା ପାଇଁ ନୀଳ ରିବନ୍ ଓ ବୁ୍‌କ୍‌ମାର୍କ ସହ ‘ଜୀପାଥନ’ ଆୟୋଜନ କରାଯାଇଥିଲା।
OMM TV World Autism day at kit international school
Bhubaneswar: World Autism Awareness Day has been celebrated on Sunday at KIT International School. Inaugurating the programme, KIT & KISS founder Achyuta Samanta said celebrating autism isn’t enough alone; emphasis is on the rights of children with disabilities. The event was organized by Sen Globe who works on children with special needs. KIT and KISS president Saswati Bal in this program, Chairperson of KIT international school Dr. Mona Lisa ball, chairman dr. Swagatika Samantaray, the advisor of Sanjay Suar and Sen Globe participated and encouraged the autism students. On this occasion, ‘Zeepathon’ with blue ribbons and bookmarks were organised in various hotels, restaurants, shopping malls and police stations of Bhubaneswar to adopt autism.