Red Swastik Society celebrates World Disabled Month : Ommtv

Red Swastik Society celebrates World Disabled Month : Ommtv

Red Swastik Society celebrates World Disabled Month : Ommtv

Red Swastik Society celebrates World Disabled Month : Ommtv

-120 disabled people provided with electric hands

-60 blankets are distributed

Bhubaneswar: Red Swastik Society Odisha branch celebrated World
Disabled Month at Utkal Rangamanch located at Guru Kelucharan
Mohapatra Odisha Research Center. On this occasion, 120 differently-
abled people from different districts of Odisha were provided with
automatic electric hands. Along with this, 60 blankets were distributed.
Deputy Chief Minister K V Singh Deo was the chief guest at the event
organized jointly by Red Swastik Society Odisha and INALI Foundation
and said that the work done by the organization in my district is
commendable. This organization continues to work like this. I am always
with you and will always be with you.Dr. Prabodh Mohanty, Director of
SNM Group joined as the guest of honor in this event.. Red Swastik
Society Odisha branch has taken this step by collecting data of differently-
abled people from different parts of the state. Red Swastik Society, Odisha
branch secretary Debasis Patnaik said that various programs have been
taken and will be taken forward for the upliftment of differently-abled
people in the state. Social worker Pramod Patra, vocalist Anandita Das,
actress Kajal Shatpathy, physiotherapist Prabhanjan Rayasamant, founder
of Green Chilliz M. Keshav Rao were honored in this program. Music was
performed by various renowned vocalists in the program. Red Swastik
Society Odisha branch chairman Bijay Acharya and all members of Red
Swastik Society were present on this occasion.

ରେଡ୍ ସ୍ବସ୍ତିକ ସୋସାଇଟି ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ମାସ ପାଳିତ : Ommtv

-୧୨୦ ଭିନ୍ନକ୍ଷମଙ୍କୁ ବୈଦ୍ୟୁତିକ ହାତ ପ୍ରଦାନ

-୬୦ ଜଣଙ୍କୁ କମ୍ବଳ ଓ ୧୦ ଜଣଙ୍କୁ ଜରିପାଲ ବଣ୍ଟନ
ଭୁବନେଶ୍ୱର: ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ଶାଖା ପକ୍ଷରୁ ବିଶ୍ବ ଭିନ୍ନକ୍ଷମ ମାସ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୨୦ ଜଣ ଭିନ୍ନକ୍ଷମଙ୍କୁ ସ୍ୱୟଂଚାଳିତ ବୈଦ୍ୟୁତିକ ହାତ ଯୋଗାଇ ଦିଆଯାଇଛି। ଏହା ସହ ୬୦ ଜଣଙ୍କୁ କମ୍ବଳ ବଣ୍ଟନ ଓ ୧୦ ଜଣଙ୍କୁ ଜରିପାଲ ମଧ୍ୟ ବଣ୍ଟନ କରାଯାଇଥିଲା। ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ଓ ଇନାଲି ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଯୋଗଦେଇ କହିଥିଲେ ଯେ ମୋ ଜିଲ୍ଲାରେ ଅନୁଷ୍ଠାନ ପକ୍ଷରୁ ଯେଉଁ କାମ ହୋଇଛି ତାହା ପ୍ରଶଂସନୀୟ। ଏହି ସଂସ୍ଥା ଏଭଳି କାମ କରିଚାଲୁ। ମୁଁ ସଦାସର୍ବଦା ଆପଣଙ୍କ ସହ ରହିଛି ଓ ରହିବି। ସମ୍ମାନିତ ଅତିଥି ଏସଏନଏମ୍ ଗ୍ରୁପ୍ ର ନିର୍ଦ୍ଦେଶକ ଡ. ପ୍ରବୋଧ ମହାନ୍ତି ଯୋଗଦାନ କରିଥିଲେ । ରେଡ୍ ସ୍ବସ୍ତିକ ସୋସାଇଟି ଓଡ଼ିଆ ଶାଖାର ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭିନ୍ନକ୍ଷମଙ୍କ ତଥ୍ୟ ସଂଗ୍ରହ କରି ଏହି ପଦକ୍ଷେପ ହାତକୁ ନେଇଛି। ରାଜ୍ୟରେ ଭିନ୍ନକ୍ଷମ ମାନଙ୍କ ଉନ୍ନତିକରଣ ନିମନ୍ତେ ବିବିଧ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି ଓ ଆଗକୁ ନିଆଯିବ ବୋଲି ରେଡ୍ ସ୍ବସ୍ତିକ ସୋସାଇଟି, ଓଡିଶା ଶାଖା ସଚିବ ଦେବାଶିଷ ପଟ୍ଟନାୟକ କହିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ପ୍ରମୋଦ ପାତ୍ର, କଣ୍ଠଶିଳ୍ପୀ ଅନନ୍ଦିତା ଦାସ, ଅଭିନେତ୍ରୀ କାଜଲ ଶତପଥି, ଫିଜିଓଥେରାପିଷ୍ଟ ପ୍ରଭଞ୍ଜନ ରାୟସାମନ୍ତ, ଗ୍ରୀନ୍ ଚିଲିଜ୍ ର ପ୍ରତିଷ୍ଠାତା ଏମ୍ କେଶବ ରାଓଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ବାରା ସଂଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ଶାଖା ଅଧ୍ୟକ୍ଷ ବିଜୟ ଆଚର୍ଯ୍ୟ ଓ ରେଡ୍ ସ୍ୱସ୍ତିକ ସୋସାଇଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।