କିଟ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଛଟ୍‍ ପୂଜା : Ommtv

କିଟ୍‍ ବିଶ୍ୱବିଦ୍ୟାଳୟରେ ଉତ୍ତର ଭାରତର ଗଣପର୍ବ ଛଟ୍‍ ପୂଜା ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍‍

କିଟ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଛଟ୍‍ ପୂଜା : Ommtv

କିଟ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଛଟ୍‍ ପୂଜା : Ommtv
ଭୁବନେଶ୍ଵର,୩୧ ।୧୦: କିଟ୍‍ ବିଶ୍ୱବିଦ୍ୟାଳୟରେ ଉତ୍ତର ଭାରତର ଗଣପର୍ବ ଛଟ୍‍ ପୂଜା ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟରେ ପଢୁଥିବା ଉତ୍ତର ଭାରତର ଛାତ୍ରଛାତ୍ରୀମାନେ ଯୋଗଦେଇ ଛଠି ମାତାଙ୍କ ଆରାଧନା କରିଥିଲେ । ଛଟ୍‍ ପୂଜା ଅବସରରେ ପ୍ରଫେସର ସାମନ୍ତ ସମବେତ ଛାତ୍ରଛାତ୍ରୀଙ୍କୁ ଛଟ୍‍ ଅଭିନନ୍ଦନ ଜଣାଇବା ସହ ଛଠି ମାଆ ସମସ୍ତଙ୍କୁ ସୁସ୍ଥ ରଖିବା ସହ ସୂର୍ଯ୍ୟଦେବ ସମସ୍ତଙ୍କ ଜୀବନରେ ଭଲପାଇବା, ଖୁ୍‍ସି, ଶାନ୍ତି ଓ ସମୃଦ୍ଧିରେ ଆଲୋକିତ କରନ୍ତୁ ବୋଲି କାମନା କରିଥିଲେ । ସୂଚନାଯୋଗ୍ୟ କି କିଟ୍‍ରେ ବିଭିନ୍ନ ରାଜ୍ୟ ଓ ଭାଷାଭାଷୀର ଛାତ୍ରଛାତ୍ରୀମାନେ ପାଠ ପଢୁଥିବାବେଳେ ବର୍ଷର ବିଭିନ୍ନ ସମୟରେ ସେମାନଙ୍କର ବିଭିନ୍ନ ପର୍ବ ଏଠାରେ ପାଳନ କରାଯାଇଥାଏ ।