National Service Planning Program : Ommtv

National Service Planning Program

National Service Planning Program : Ommtv

(ହିନ୍ଦୋଳ ରତିକାନ୍ତ ଗଡନାୟକ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଖଜୁରିଆକଟା ସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଠାରେ ଆଜି ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ଙ୍କ ନିର୍ଦ୍ଦେଶ କ୍ରମେ ସୂଚାରୁ ରୂପେ ପାଳିତ ହୋଇଛି। ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଦୀପକ ରଞ୍ଜନ ବିଶ୍ଵାଳ, ଯୁବ ରେଡ଼କ୍ରସ କାଉନସିଲର ଅଧ୍ୟାପକ ବ୍ରଜ କିଶୋର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଵେଚ୍ଛାସେବୀ ମାନେ ଅଂଶଗ୍ରହଣ କରିଥିଲେ। ସମସ୍ତ ସ୍ଵେଚ୍ଛାସେବୀ ମାନଙ୍କ ସହ କଲେଜ ଅଧ୍ୟକ୍ଷ,ଇତିହାସ ବିଭାଗ ମୁଖ୍ୟ ବିମଳ କୁମାର ପ୍ରଧାନ, ଏନ୍, ସି, ସି, ଅଫିସର କ୍ୟାପଟେନ୍ ଡଃ କିଶୋର କୁମାର ପୃଷ୍ଟି, ଇଂରାଜୀ ଅଧ୍ୟାପକ ଦିଲ୍ଲୀପ କୁମାର ଗଡନାୟକ ପ୍ରମୂଖ କଲେଜ ପରିସରରେ ହରିଡ଼ା, ବାହାଡ଼ା, ଅଁଳା, ବେଲ,ଅଗସ୍ତି ଆଦି ଔଷଧିୟ ବୃକ୍ଷମାନ ରୋପଣ କରିଥିଲେ। ପରିଶେଷରେ ସ୍ଵେଚ୍ଛାସେବୀ ମାନଙ୍କୁ ବୃକ୍ଷ ରୋପଣ ଉପକାରିତା ଉପରେ ସଚେତନ କରାଯାଇଥିଲା।କଲେଜ ବରିଷ୍ଠ କିରାଣୀ ମଙ୍ଗରାଜ ପ୍ରଧାନ ଙ୍କ ସମେତ ଅନ୍ୟନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

(Hindol Ratikant Gadnaik) Meri Mati Mera Desh program was organized today at Hindol College in Khajuriakota under Hindol Block of Dhenkanal District under the direction of College President Ashok Kumar Sahu. Volunteers participated under the direct supervision of National Service Planning Program Officer Deepak Ranjan Vishwawal, Youth Red Cross Council Lecturer Braj Kishore Behera. Along with all the volunteers, College Chairman, Head of History Department, Bimal Kumar Pradhan, N, C, C, Officer Captain Dr. Kishore Kumar Parwari, English teacher Phillip Kumar Gadnayak planted medicinal plants like Harida, Bahada, Amla, Bel, Agasti etc. Eventually the volunteers were sensitized on the benefits of tree planting. College senior clerk Mangaraj Pradhan and other staff members helped.