ଶ୍ରୀ ଶ୍ରୀ ପ୍ରଶ୍ନମଣି ଜୀଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା : Ommtv

Bahuda

ଶ୍ରୀ ଶ୍ରୀ ପ୍ରଶ୍ନମଣି ଜୀଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା : Ommtv

ଶ୍ରୀ ଶ୍ରୀ ପ୍ରଶ୍ନମଣି ଜୀଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) : ହିନ୍ଦୋଳ ର ପୂରାତନ ଗଡ଼ ଦୁଦୁରକୋଟ ସ୍ଥିତ ଶ୍ରୀ ଶ୍ରୀ ପ୍ରଶ୍ନମଣି ଜୀଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଆଜି ମାଉସୀ ମା ମନ୍ଦିର ରୁ ଭକ୍ତ ମାନଙ୍କ ଗହଣରେ ବଡ ପାଟଣା ବଡ ଦାଣ୍ଡରେ ସମାରୋହରେ ପାଳିତ ହୋଇଯାଇଛି। ଏଠାରେ ୧୬୧୮ ମସିହାରେ ରାଜା ନକୁଳ ଦେବ ଜେନାମଣି ଗଡ ପ୍ରତିଷ୍ଠା ପରେ ରଥଯାତ୍ରା ଆରମ୍ଭ କରିଥିଲେ। ସେହିଦିନ ଠାରୁ ଏଠାରେ ଦିର୍ଘ ୪୦୫ ବର୍ଷ ଧରି ମହାପ୍ରଭୁଙ୍କ ଯାତ୍ରା ପ୍ରତ୍ୟେକ ବର୍ଷ ପାଳନ ହୋଇ ଆସୁଛି। ଚଳିତ ବର୍ଷ ରଥଯାତ୍ରା କୁ ଦିବାକର ପଟ୍ଟନାୟକ ଙ୍କ ନେତୃତ୍ଵରେ ନୂତନ ରଥ ନିର୍ମାଣ ହୋଇଥିବାରୁ ଭକ୍ତ ମାନଙ୍କର ଉତ୍ସାହ ପରିଲକ୍ଷିତ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବାଲିମି ଥାନା ଅଧିକାରୀ ବ୍ରହ୍ମାନନ୍ଦ ପାତ୍ର ତାଙ୍କ ଷ୍ଟାଫ୍ ସହ ଉପସ୍ଥିତ ଥିଲେ। ଉପଦେଷ୍ଠା ସୁଧାକର ପଟ୍ଟନାୟକ,ରତିକାନ୍ତ ଗଡନାୟକ, ଦୟାନିଧି ସାମଲ, ବୀରେନ୍ ପଟ୍ଟନାୟକ, ପ୍ରଶାନ୍ତ ମିଶ୍ର, ବାବୁଲା ସାହୁ, ବେଣୁଧର ମିଶ୍ର, ବୁଟୁ ସାହୁ, ହରିହର ସାହୁ ପ୍ରମୂଖ ପରିଚାଳନା ରେ ସହଯୋଗ କରିଥିଲେ। #Dhenkanal #rathjatra #rathyatra #Ommtv #OmTV #NBPC #KalingaCineArts