ଢେଙ୍କାନାଳ କଳା ପରିଷଦ ପକ୍ଷରୁ ନାଟକ ମଞ୍ଚସ୍ଥ : Ommtv

ଢେଙ୍କାନାଳ କଳା ପରିଷଦ ପକ୍ଷରୁ ନାଟକ ମଞ୍ଚସ୍ଥ

ଢେଙ୍କାନାଳ କଳା ପରିଷଦ ପକ୍ଷରୁ ନାଟକ ମଞ୍ଚସ୍ଥ : Ommtv

OMM TV (ଅନଗୁଳ ରୁ ଗୀତାମୟୀ ମହାପାତ୍ର) : ଗତ ୨୧ ତାରିଖ ସନ୍ଧ୍ୟାରେ ଢେଙ୍କାନାଳ ପୂରାତନ ନାଟ୍ୟ ଅନୁଷ୍ଠାନ କଳା ପରିଷଦ ପକ୍ଷରୁ ନାଟ୍ୟକାର ଅବନୀ ମିଶ୍ର ଙ୍କ ଦ୍ଵାରା ରଚିତ ଗୀତିନାଟ୍ୟ ସମର ତରଙ୍ଗ ବିଶିଷ୍ଠ ବ୍ୟଙ୍ଗ କବି ଶତ୍ରୁଘ୍ନ ମାଟି ଙ୍କ ନିର୍ଦ୍ଦେଶନାରେ ଅନଗୁଳ ସଭାଘର ଠାରେ ସଫଳତା ର ସହ ମଞ୍ଚସ୍ଥ ହୋଇଛି। ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ଏହି ସାଂସ୍କୃତିକ ମହୋତ୍ସବ କୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଦର ବିଡିଓ ସୁଧୀର କୁମାର ନାୟକ, ଅନଗୁଳ ସିଡିଏମଓ ତ୍ରିଲୋଚନ ପ୍ରଧାନ, ବିଶିଷ୍ଠ ନୃତ୍ୟଶିଳ୍ପୀ ଅନିତା ସିଂହଦେଓ, ଶିକ୍ଷାବିତ ମଧୁସ୍ମିତା ମହାପାତ୍ର, କବି ଡଃ ଇନ୍ଦିରା ଦାଶ, ନାଟ୍ୟକାର ସୁଧାଂଶୁ ଦ୍ଵିବେଦୀ, କଳାକାର ଭୂପେନ୍ ପ୍ରଧାନ ଉଦଘାଟନୀ ଉତ୍ସବ ରେ ମଞ୍ଚାସୀନ ରହି ଗୀତିନାଟ୍ୟ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅନଗୁଳ କଳା ଅନୁଷ୍ଠାନ ର ସଭାପତି ଦ୍ୱାରିକା ପ୍ରସାଦ ନନ୍ଦ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷାବିତ୍, ବୁଦ୍ଧିଜିବୀ, ଗଣ ମାଧ୍ୟମ ପ୍ରତିନିଧି, କଳାକାର ଓ ଦର୍ଶକ ଯୋଗଦେଇ ଗୀତିନାଟ୍ୟ ପରିବେଷଣ କୁ ଉପଭୋଗ କରିଥିଲେ। ସର୍ବଶେଷରେ ନାଟ୍ୟକାର ଦିଲେଶ୍ଵର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ. #Ommtv #Ommtvportal