ଉଦ୍ଧାରହେଲା ରଙ୍ଗମାଟିଆ ଶ୍ମସାନ : Ommtv

ଉଦ୍ଧାରହେଲା ରଙ୍ଗମାଟିଆ ଶ୍ମସାନ

ଉଦ୍ଧାରହେଲା ରଙ୍ଗମାଟିଆ ଶ୍ମସାନ : Ommtv

ଉଦ୍ଧାରହେଲା ରଙ୍ଗମାଟିଆ ଶ୍ମସାନ : Ommtv

: ପନ୍ଦର ବର୍ଷ ପରେ ଉଦ୍ଧାରହେଲା ରଙ୍ଗମାଟିଆ ଶ୍ମସାନ। ଏନେଇ ଆଜି ସ୍ଥାନୀୟ ଲୋକ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଶ୍ମସାନ ବୁଲାଇ  ଜମି ଚିହ୍ନଟ କରାଇବା ସହିତ ସାମୋହିକ ଧନ୍ୟବାଦ ଜଣାଇଛନ୍ତି। ଗତ ୧୫ବର୍ଷ ହେଲା ରାଜଧାନୀ ଉପକଣ୍ଠ ରଙ୍ଗମାଟିଆ ଗ୍ରାମର ନିଜସ୍ବ ଶ୍ମସାନକୁ ଧିରିକୁଟି ସାହିର କିଛି ଲୋକ ଜବରଦଖଲକରି ଦେଇଥିବାରୁ ଉକ୍ତ ସ୍ଥାନରେ ଶବ ଦାହ କରାଯାଇ ପାରୁନଥିଲା। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିପାରୁ ନଥିଲା। ଶ୍ମସାନ ଜମି ଖାଲିପଡ଼ିଥିବା ଦେଖି କିଛି ଅସାଧୁ ବ୍ୟକ୍ତି ବସ୍ତିବାସିନ୍ଦାଙ୍କୁ ବିକ୍ରିକରିଦେଇଥିଲେ। ବର୍ତମାନ ଉକ୍ତ ଶ୍ମସାନ ଜମିରେ ଏକ ଘରୋଇ କମ୍ପାନୀ ବିଏମସି ସହଯୋଗରେ ପ୍ରୋଜେକ୍ଟ କରିବାପାଇଁ ପ୍ରସ୍ତୁତ ହେଉଥିଲା ବ‌େଳେ ଗ୍ରାମବାସୀ ଉକ୍ତ କାର୍ଯ୍ୟକୁ ବିରୋଧକରିବା ସହ ଶ୍ମସାନ ଜମି ଉଦ୍ଧାରପାଇଁ ଦାବି କରିଥିଲେ। ବିଧାୟକ ଏନେଇ ତଦନ୍ତ କରିବାରୁ ଜଣାପଡ଼ିଥିଲା ୧୫ବର୍ଷ ପୂର୍ବେ ଧିରିକୁଟିର ଉକ୍ତ ଶ୍ମସାନ ସ୍ଥାନଟିକୁ କୋଳିଖିଆ ମଶାଣିବୋଲି କୁହାଯାଉଥିଲା। ଯେଉଁଠାରେ ରଙ୍ଗମାଟିଆ ଓ ଏହାର ଆଖପାଖ ଲୋକମାନଙ୍କ ଶ୍ମସାନ ଭାବେ ରେକର୍ଡ଼ ରହିଛି। ସ୍ଥାନୀୟ ‌ଲୋକଙ୍କ ଦାବିପରେ ବର୍ତମାନ ଉକ୍ତ ଜମିକୁ ଉଦ୍ଧାର କରାଯାଇଛି। ସେଠାରେ ଶବ ଦାହ ପିଣ୍ଡି ଏବଂ ଶ୍ମସାନ ଯୋଜନାରେ ଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ଖୁବ୍ କମ ଦିନ ମଧ୍ୟରେ ନିର୍ମାଣପାଇଁ ଟେଣ୍ଡର ହେବ ବୋଲି ପ୍ରତିଶୃତି ମିଳିଛି। ଆଜି ଜମି ଚିହ୍ନଟ ସମୟରେ ବିଧାୟକ ଶ୍ରୀ ରାଉତଙ୍କ ସହ ସ୍ଥାନୀୟ କର୍ପୋରେଟର, ରଙ୍ଗମାଟିଆ ଗ୍ରାମ୍ୟ କମିଟିର ସଭ୍ୟ ଓ ଯୁବକ ସଂଘ ବରିଷ୍ଠ ସଭ୍ୟମାନେ ଉପସ୍ଥିତଥିଲେ।