କିସ୍‍ର ୩ ଛାତ୍ରୀଛାତ୍ର ପାଇଲେ ଓସିଏସ୍‍ : OmmTv

: ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ପରୀକ୍ଷା ଫଳ ୨୦୨୦ ଆଜି ପ୍ରକାଶ ପାଇଛି । ଏଥିରେ କିସ୍‍ର ୩ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ ରାଇମାତ ଟୁଡୁ, ମଣ୍ଟୁ ଖମାରୀ ଓ ନୀଳମାଧବ ପାତ୍ର ।

କିସ୍‍ର ୩ ଛାତ୍ରୀଛାତ୍ର ପାଇଲେ ଓସିଏସ୍‍ : OmmTv

କିସ୍‍ର ୩ ଛାତ୍ରୀଛାତ୍ର ପାଇଲେ ଓସିଏସ୍‍ : OmmTv

: ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ପରୀକ୍ଷା ଫଳ ୨୦୨୦ ଆଜି ପ୍ରକାଶ ପାଇଛି । ଏଥିରେ କିସ୍‍ର ୩ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ ରାଇମାତ ଟୁଡୁ, ମଣ୍ଟୁ ଖମାରୀ ଓ ନୀଳମାଧବ ପାତ୍ର । ରାଇମାତ ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ବେଳେ ମଣ୍ଟୁ ବଲାଙ୍ଗୀର ଓ ନୀଳମାଧବ କଳାହାଣ୍ଡି ଜିଲ୍ଳାରୁ ଆସି କିସ୍‍ରେ ପଢ଼ୁଥିଲେ । ଚଳିତବର୍ଷ ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ପରୀକ୍ଷାରେ ମୋଟ ୩୯୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେଥିରେ କିସ୍‍ର ୩ଜଣ ଛାତ୍ରଛାତ୍ରୀ ରହିଛନ୍ତି । କିସ୍‍ର ୩ ଜଣ ଛାତ୍ରଛାତ୍ରୀ ଓଏଏସ୍‍ ପାଇଥିବାରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିସ୍‍ରେ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଯତ୍ନ ନିଆଯାଉଥିବାରୁ ସେମାନେ ସର୍ବଦା ଶିକ୍ଷା, କ୍ରୀଡ଼ା ସହ ବିଭିନ୍ନ ସରକାରୀ ଓ ଜାତୀୟ ତଥା ବହୁଜାତୀୟ କମ୍ପାନୀରେ ନିଯୁକ୍ତି ପାଇବାରେ ସଫଳ ହୋଇ ଆସୁଛନ୍ତି । ଏହି ଖବରରେ କିସ୍‍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।