ଶିଖରଚଣ୍ଡୀକୁ ମିଳିଲା ପର୍ଯ୍ୟଟନ ମାନ୍ୟତା ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ୧୦୦୧ ଦୀପ ଜଳିଲା : Ommtv
ଶିଖରଚଣ୍ଡୀକୁ ମିଳିଲା ପର୍ଯ୍ୟଟନ ମାନ୍ୟତା ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ୧୦୦୧ ଦୀପ ଜଳିଲା : Ommtv
ଶିଖରଚଣ୍ଡୀକୁ ମିଳିଲା ପର୍ଯ୍ୟଟନ ମାନ୍ୟତା
ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ୧୦୦୧ ଦୀପ ଜଳିଲା : Ommtv
(ରିପୋର୍ଟ : ସୁକାନ୍ତ ରାଉତ) : ଭୁବନେଶ୍ୱରର ସର୍ବ ପୂରାତନ ପୀଠ ମା ଶିଖରଚଣ୍ଡୀ ମନ୍ଦିର
ପଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଗତକାଲି ଏହା ଘୋଷଣା କରିବା ପରେ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳି
ଯାଇଛି । ଆଜି ସନ୍ଧ୍ୟାରେ ମାଙ୍କ ପୀଠର ପାଦଦେଶରେ ଅନୁଷ୍ଠିତ ଉତ୍ସବରେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି କେ ପାଣ୍ଡିଆନ ଓ ଉତ୍ତର ବିଧାୟକ
ସୁଶାନ୍ତ କୁମାର ରାଉତଙ୍କୁ କୃତଜ୍ଞତା ଜଣାରବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ
କାମନା କରି ୧୦୦୧ ଦୀପ ପ୍ରଜ୍ୱଳିତ କରାଯାଇଥିଲା । ମନ୍ଦିର ପରିଚାଳନା
କମିଟିର ସହଯୋଗରେ ଓ ୧ ନମ୍ବର ଓାର୍ଡ କର୍ପୋରେଟର ମିହିର କୁମାର ରାଉତଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ
ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚା ଦାସ, ଉତ୍ତର
ନିର୍ବାଚନ ମଣ୍ଡଳୀର ସମସ୍ତ କର୍ପୋରେଟର, ମନ୍ଦିର ପରିଚାଳନା କମିଟିର ସଭାପତି
କ୍ଷୀତିଶ ଚନ୍ଦ୍ର ତ୍ରିପାଠୀ, ସମସ୍ତ କର୍ମକର୍ତ୍ତା ଓ ପୂଜକ, ସ୍ଥାନୀୟ ଅଂଚଳର ଛାମୁଆ
ସଙ୍ଗଠନର କର୍ମକର୍ତ୍ତା, ବରିଷ୍ଠ ମୁରବୀ ଓ ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳା,
ଯୁବକ ଓ ଯୁବତୀ ମାନେ ଯୋଗ ଦେଇଥିଲେ ।