ଯଶୋଦା ମା ଫାଉଣ୍ଡେସନ୍ ପକ୍ଷରୁ ଭାଗବତ ଚର୍ଚ୍ଚା : ଓମଟିଭି

ଆଜି ସଂଧ୍ୟା ୬ ଘଣ୍ଟା ସମୟରେ ବିଡିଏ କଲୋନୀସ୍ଥିତ ଶିୟନ ଶ୍ରମିକ ବିଜୁ ଆଦର୍ଶ କଲୋନୀ ସ୍ଥିତ ତ୍ରିନାଥ ମନ୍ଦିରରେ ଯଶୋଦା ମା ଫାଉଣ୍ଡେସନ ତରଫରୁ ଭାଗବତ ଚର୍ଚ୍ଚା ଶିବିର ଉଦଘାଟନ ହୋଇଯାଇଛି। ଉକ୍ତ ଆଧ୍ୟାତ୍ମିକ ଉତ୍ସ

ଯଶୋଦା ମା ଫାଉଣ୍ଡେସନ୍ ପକ୍ଷରୁ ଭାଗବତ ଚର୍ଚ୍ଚା : ଓମଟିଭି

ଯଶୋଦା ମା ଫାଉଣ୍ଡେସନ୍ ପକ୍ଷରୁ ଭାଗବତ ଚର୍ଚ୍ଚା : ଓମଟିଭି

ଭୁବନେଶ୍ବର, ୧୩-୭-୨୦୨୨ (ଓମ): ଆଜି ସଂଧ୍ୟା ୬ ଘଣ୍ଟା ସମୟରେ ବିଡିଏ କଲୋନୀସ୍ଥିତ ଶିୟନ ଶ୍ରମିକ ବିଜୁ ଆଦର୍ଶ କଲୋନୀ ସ୍ଥିତ ତ୍ରିନାଥ ମନ୍ଦିରରେ ଯଶୋଦା ମା ଫାଉଣ୍ଡେସନ ତରଫରୁ ଭାଗବତ ଚର୍ଚ୍ଚା ଶିବିର ଉଦଘାଟନ ହୋଇଯାଇଛି। ଉକ୍ତ ଆଧ୍ୟାତ୍ମିକ ଉତ୍ସବରେ ବ୍ରହ୍ମଚାରୀ ଓ ଇସ୍କନ ଭୁବନେଶ୍ୱର ଶାଖାର ଭକ୍ତ ପ୍ରସନ୍ନ ହରିଦାଶ,ସଂଗ୍ରାମବିତ୍ ଦାଶ ବ୍ରହ୍ମଚାରୀ,୧୩ ନଂ ଅଞ୍ଚଳର ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଇତିଶ୍ରୀ ଦାସ,ଶିୟନ ଶ୍ରମିକ ବସ୍ତିର ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।
      ଭାଗବତ ଚର୍ଚ୍ଚା ଶିବିର ଶୁଭାରମ୍ଭ ହେବା ପରେ ଭକ୍ତମାନଙ୍କ ଦ୍ୱାରା ମହାମନ୍ତ୍ର ହରେ କୃଷ୍ଣ ହରେ ରାମ ଧ୍ୱନିରେ କୀର୍ତ୍ତନ କରାଯାଇଥିଲା। ହରେକୃଷ୍ଣ ହରେରାମ ଧ୍ୱନିରେ ଗଗନ ପବନ ସ୍ତମ୍ବିଭୂତ ହେବା ସଙ୍ଗେ ସଙ୍ଗେ ସମସ୍ତେ ଏକାକାର ହୋଇଯାଇଥିଲେ। ବ୍ରହ୍ମଚାରୀ ସଂଗ୍ରାମବିତ୍ ଦାଶ ଭାଗବତ ଉପରେ ସୁନ୍ଦର ପ୍ରବଚନ ପ୍ରଦାନ କରିଥିଲେ। ମଣିଷ ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇବା ପାଇଁ ଭାଗବତ ହେଉଛି ଏକ ଉପାଦେୟ ଗ୍ରନ୍ଥ। ମଣିଷର ଅସ୍ଥିର, ଅଶାନ୍ତ ମନକୁ ଶାନ୍ତ କରି ବିଭୁ ପ୍ରେମର ନିମଜ୍ଜିତ ହେଇ ଜୀବନର ପ୍ରକୃତ ସତ୍ୟକୁ ଜାଣିବାକୁ ସେ ପରାମର୍ଶ ଦେଇଥିଲେ। ଗୋକର୍ଣ୍ଣ ଓ ଦୁନ୍ଦୁକାରୀ ଉପଖ୍ୟାନ କହି ଭାଗବତ ର ଗୂଢ ତତ୍ତ୍ୱ ଆଲୋକପାତ କରିଥିଲେ। ଉକ୍ତ ଆଧ୍ୟାତ୍ମିକ ଉତ୍ସବରେ ବ୍ରହ୍ମଚାରୀ ଶିତାପତି ଦାଶ,ଭକ୍ତ ମହାପ୍ରସାଦ, ଅଭିନେତା ପ୍ରଫୁଲ୍ଲ ଲେଙ୍କା, ଯୁବ ସମାଜସେବୀ ପ୍ରତ୍ୟୁଷ ଭଞ୍ଜ,ପଶୁପ୍ରେମୀ ପ୍ରଦୀପ ଦାଶ,ମୀରୋଜ ମହାରଣା, ବୀଣାପାଣି ଦାସ,ଅନୁସୟା ବାରାକ, ପ୍ରଜ୍ଞାସ୍ମିତା,କନକଲତା,ପ୍ରମିଳା ଓ ଶିୟନ ଶ୍ରମିକ ବସ୍ତିର ଭକ୍ତ ମାନେ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ଆଗେଇ ନେଇଥିଲେ।
     ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କା କୁହନ୍ତି ଏହି ଆଧ୍ୟାତ୍ମିକ ଭାଗବତ ଚର୍ଚ୍ଚା ଶିବରର ଲକ୍ଷ୍ୟ ହେଉଛି ଆଜିର ଦିନରେ କାହା ପାଖରେ ସମୟ ନଥିବାବେଳେ ପରିବାରର ବୃଦ୍ଧ ବୃଦ୍ଧା ମାନେ ଏକାକୀ ହୋଇଯାଇଛନ୍ତି। ଫଳରେ ନିଃସଙ୍ଗ ଜୀବନ ବିତାଇବାକୁ ପଡୁଛି। ବୃଦ୍ଧ ବୃଦ୍ଧା ମାନେ ମାନସିକ ସ୍ତରରେ ନିଜକୁ ଦୁର୍ବଳ ମନେକରୁଛନ୍ତି।ଆଜିର ଦିନରେ ଭାଗବତ ଟୁଙ୍ଗୀ ବିଲୁପ୍ତ ପ୍ରାୟ। ଯଦି ସଂଧ୍ୟା ସମୟରେ ଭାଗବତ ଚର୍ଚ୍ଚା ଓ ଶ୍ରବଣ କରାଯାଏ ତେବେ ବୃଦ୍ଧବୃଦ୍ଧା ମାନେ ଏକତ୍ରିତ ହୋଇ ଭାଗବତ ଶ୍ରବଣ କରିବେ,ନୂଆ ନୂଆ ବନ୍ଧୁ ଓ ବାନ୍ଧବୀଙ୍କ ସଙ୍ଗ ଲାଭ କରିବେ। ସେମାନଙ୍କ ଭିତରେ ଭାବର ଆଦନ କରିବା ସହ ନିଜ ସୁଖଦୁଃଖ ବାଣ୍ଟି ପାରିବେ। ଫଳରେ ସେମାନେ ନିଃସଙ୍ଗ ଅନୁଭବ କରିବେ ନାହିଁ ଓ ବିଲୁପ୍ତ ହେବାକୁ ଯାଉଥିବା ଭାଗବତ ଟୁଙ୍ଗି ର ପ୍ରସାର ହୋଇପାରିବ। ସେଥିପାଇଁ ମୋର ଏହା ଏକ ଛୋଟିଆ ପ୍ରୟାସ। ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ଭକ୍ତମାନଙ୍କୁ ପ୍ରସାଦ ସେବନ କରାଯାଇ ଆଧ୍ୟାତ୍ମିକ ଉତ୍ସବକୁ ସାଙ୍ଗ କରାଯାଇଥିଲା।