Record Number of KISS Students to Appear For Class X Board Exams : Ommtv

Record Number of KISS Students to Appear For Class X Board Exams : Ommtv

Record Number of KISS Students to Appear For Class X Board Exams : Ommtv

Record Number of KISS Students to Appear For Class X Board Exams : Ommtv

Bhubaneswar, Feb 28: A record number of 1900 students from KISS are appearing in the Odisha matric exam 2023, which is being conducted by the Board of Secondary Education from March 10.Significantly, tribal students from other states such as West Bengal, Chhattisgarh, Jharkhand and Assam, who have enrolled at KISS, would be appearing in the examinations.KISS, which is the largest institute for Tribal children in the world, offers education along with boarding free of cost to the students.Apart from the board exams, 1580 students will also be appearing in the Council of Higher Secondary Education (CHSE) Plus 2 board examination, which begins from March 1. In Arts stream, 635 students will appear in the exams and 457 students will appear from the Commerce stream. In Science stream, 488 students will appear for the exams.On the eve of the exams, the Founder of KIIT and KISS Dr Achyuta Samanta wished the students all success and distributed pens amongst them to raise their level of confidence. He expressed confidence that like the previous years, KISS will achieve hundred per cent success results this year as well. Dr Samanta also advised the students to make good use of their time and advised them not also to waste time even after the examination.

 

ମାଟ୍ରିକରେ କିସ୍‍ରୁ ୧୯ଶହ ପରୀକ୍ଷାର୍ଥୀ,ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଆସାମ ଛାତ୍ରଛାତ୍ରୀ ସାମିଲ୍‍ : Ommtv
: ଚଳିତବର୍ଷ କିସ୍‍ରୁ ମାଟ୍ରିକ୍‍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍‍ ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏଥିରେ କିସ୍‌ର ୧୯ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତବର୍ଷ ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଆସାମ ରାଜ୍ୟର ଜନଜାତି ଛାତ୍ରଛାତ୍ରୀମାନେ କିସରେ ନାମ ଲେଖାଇ ମାଟ୍ରିକ୍‍ ପରୀକ୍ଷା ଦେଉଛନ୍ତି। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ କିସ୍‍ର ୧୫୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳାରେ ୬୩୫ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟରେ ୪୫୭ ଏବଂ ବିଜ୍ଞାନରେ ୪୮୮ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ଅବ୍ୟବହିତ ପୂର୍ବରୁ ମଙ୍ଗଳବାର କିସ୍‍ ପରିସରରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ପରୀକ୍ଷାର୍ଥୀଙ୍କ ଶୁଭ କାମନା କରିବା ସହ ପିଲାଙ୍କୁ କଲମ ବଣ୍ଟନ କରି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ଗତ କାଲି ମଧ୍ୟ ଶ୍ରୀ ସାମନ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ କଲମ ବଣ୍ଟନ କରିବା ସହ ସେମାନଙ୍କ ସଫଳତା କାମନା କରିଥିଲେ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିବେ ବୋଲି ଶ୍ରୀ ସାମନ୍ତ ଆଶା ପୋଷଣ କରିଛନ୍ତି। ଏହା ସହିତ ସମୟର ସଦୁପଯୋଗ କରିବା ପାଇଁ ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ପରୀକ୍ଷା ପରେ ମଧ୍ୟ ସମୟ ଅପଚୟ ନ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।