Biju Patnaik’s Statue Unveiled at KISS Campus : Ommtv
Biju Patnaik’s Statue Unveiled at KISS Campus : Ommtv
Biju Patnaik’s Statue Unveiled at KISS Campus : Ommtv
Bhubaneswar, March 5: The Founder of KIIT and KISS Dr Achyuta Samanta on Sunday unveiled the statue of legendary Biju Patnaik at the KISS campus on his 107th birth anniversary.Speaking on the occasion, Dr. Samanta paid his deepest respect to the towering personality who is widely admired as the architect of modern Odisha and was known for his vision and versatility.“Today the entire state is celebrating the late leader’s birth anniversary. His contribution to the development of Odisha is immense. We are paying our respect to his life and work with the unveiling of this statue,” the Founder said.Dr. Samanta said that Biju Patnaik had a cherished dream of tribal and women empowerment and offering education here in Bhubaneswar. “We have fulfilled his desire with the establishment of KISS to provide education to the tribal students”.Dr Samanta also spoke about the newly inaugurated Biju Patnaik Indoor Stadium at the KIIT campus which was recently inaugurated by his son and Odisha Chief Minister Naveen Patnaik. A Chair in the name of Biju Patnaik has also been set up and it is conducting various research activities, he said.The Biju Patnaik statue has been set up at the main KISS campus along with other great personalities such as Swami Vivekananda, Mahatma Gandhi, Netaji Subhas Chandra Bose, Gopabandhu Das, Madhusudan Das, Dr. B. R. Ambedkar and others.Among others present on the occasion were Director of Satyajit Ray Film and Television Institute, Kolkata Himanshu Khatua; Secretary KIIT & KISS R. N. Dash, KIIT DU VC Prof. Sasmita samanta; KISS DU VC Prof. Deepak Behera; KIIT International Relations DG Debraj Pradhan; KISS DG Dr. Kanhu Ch. Mahali; KIMS-Bhubaneswar Principal, Dr. Ambika prasad Mohanty, and professors of different Chairs of KISS.
କିସରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ : Ommtv
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଅବସରରେ କିସ୍ ପରିସରରେ ସ୍ଥାପିତ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରତିମୂର୍ତ୍ତିକୁ ଅନାବରଣ କରି ସ୍ୱର୍ଗତ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ କହିଲେ, କିସ୍ ବାସ୍ତବରେ ବିଜୁ ପଟ୍ଟନାୟକଙ୍କ ସ୍ପପ୍ନକୁ ସାକାର କରିଛି। ଜନଜାତିଙ୍କ ଉନ୍ନତି ପାଇଁ ବିଜୁ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଥିଲେ । ସେଥିପାଇଁ ସେ ଏକ କମିଟି ମଧ୍ୟ ଗଠନ କରିଥିଲେ। ସେ ଚାହୁଁଥିଲେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଜନଜାତି ଛାତ୍ରଛାତ୍ରୀଙ୍କୁ ଆଣି ଭୁବନେଶ୍ୱରରେ କେଜିରୁ ପିଜି ପର୍ଯ୍ୟନ୍ତ ବିନାଦେୟରେ ପାଠ ପଢ଼ାଇ ସେମାନଙ୍କୁ ଉପଯୁକ୍ତ ମଣିଷ କରିବା ପାଇଁ। ସେତେବେଳେ ଯଦିଓ ସମ୍ଭବ ହୋଇ ପାରି ନ ଥିଲା । ଏବେ କିସ୍ ମାଧ୍ୟମରେ ତାହା ସଫଳ ହୋଇଛି। ନାରୀ ସଶକ୍ତିକରଣ ଓ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଜୁ ବାବୁଙ୍କ ଭୂମିକା ଅତୁଳନୀୟ ବୋଲି ଶ୍ରୀ ସାମନ୍ତ କହିଥିଲେ। ବର୍ତ୍ତମାନ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଛନ୍ତି। ବିଜବାବୁ ଜଣେ ଗୌରବ ମଣ୍ଡିତ ଓ ସ୍ୱାଭିମାନୀ ବ୍ୟକ୍ତିତ୍ୱ ଥିଲେ । ସେ ସବୁବେଳେ ଓଡ଼ିଶା ଓ ଓଡ଼ିଶା ବାସୀଙ୍କ କଥା ଚିନ୍ତା କରୁଥିଲେ। ବିଜୁବାବୁଙ୍କ ଉପରେ ଅଧିକ ଗବେଷଣା ପାଇଁ କିସ୍ କିଶ୍ୱବିଦ୍ୟାଳୟରେ ଏକ ଚେୟାର ମଧ୍ୟ ପ୍ରତିଷ୍ଠା କରାଯାଇଛି । କିସ୍ ପରିସରରେ ଏହା ପୂର୍ବରୁ ମହାତ୍ମା ଗାନ୍ଧୀ, ପୁଣ୍ୟାତ୍ମା ଗୋପବନ୍ଧୁ, ସ୍ୱାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବାବା ସାହେବ ଆମ୍ବେଦକର, ମଧୁବାବୁ ଓ ଭୀମଭୋଇଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋଲକାତାସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, କିଟ୍ ଓ କିସ୍ ସମ୍ପାଦକ ଆର ଏନ୍ ଦାଶ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, କିଟ୍ ଇଣ୍ଟରନ୍ୟାସ୍ନାଲ୍ ରିଲେସନ୍ସ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ, କିସ୍ ମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମାହାଲି, କିମ୍ସ ମେଡିକାଲ କଲେଜ ଅଧ୍ୟକ୍ଷ ଡା. ଅମ୍ବିକା ପ୍ରସାଦ ମହାନ୍ତି ଏବଂ ବିଜୁ ପଟ୍ଟନାୟକ, ମହାତ୍ମାଗାନ୍ଧୀ ଓ ଗୋପବନ୍ଧୁ ଚେୟାର ପ୍ରଫେସରମାନେ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।