ରାଜଧାନୀରେ ମାରାମବୁରୁଙ୍କୁ ପୂଜା.. ବାହାବଙ୍ଗା ପରବ ପାଳିଲେ ଆଦିବାସୀ : Ommtv Round The Clock

ରାଜଧାନୀରେ ମାରାମବୁରୁଙ୍କୁ ପୂଜା.. ବାହାବଙ୍ଗା ପରବ ପାଳିଲେ ଆଦିବାସୀ : Ommtv Round The Clock

ରାଜଧାନୀରେ ମାରାମବୁରୁଙ୍କୁ ପୂଜା.. ବାହାବଙ୍ଗା ପରବ ପାଳିଲେ ଆଦିବାସୀ : Ommtv Round The Clock

ରାଜଧାନୀରେ ମାରାମବୁରୁଙ୍କୁ ପୂଜା.. ବାହାବଙ୍ଗା ପରବ ପାଳିଲେ ଆଦିବାସୀ : Ommtv Round The Clock

 : ଆଦିମ ୱରା ଜାରପା ଅନୁଷ୍ଠାନ ପକ୍ଷରୁ ନୀଳାଦ୍ରିବିହାର ପଣ୍ଡାପାର୍କ ଆଦିବାସୀ ବସ୍ତି ଜାହିରା ଠାରେ ମାରାମବୁରୁ (ଆଦିବାସୀଙ୍କ ଦେବତା) ପୀଠରେ ସାନ୍ତାଳ ସମ୍ପ୍ରଦାୟର ବାହାବଙ୍ଗା ପରବ। ଏହି ପରବରେ ରାଜଧାନୀ ତଥା ରାଜଧାନୀ ବାହାରୁ ପାଖାପାଖି ୨ ହଜାରରୁ ଅଧିକ ଆଦିବାସୀ ଯୁବକ ଯୁବତୀ ଏବଂ ପୁରୁଷ ମହିଳା ଏକାଠି ହୋଇଥିଲେ। ସେମାନେ ପାରମ୍ପାରିକ ଆଦିବାସୀ ପୋଷାକ ପିନ୍ଧି ହାତକୁ ହାତ ଧରି ସାନ୍ତାଳ ନୃତ୍ୟ କରିଥିଲେ। ଏହି ଅବସରରେ ଜାହିରା ପଡ଼ିଆ ମଧ୍ୟଭାଗରେ ଥିବା ମାରାମବୁରୁଙ୍କ ପୀଠରେ ପୂଜା ଅନୁଷ୍ଠିତ ହୋଇଥିଲା। ଶାଳ ଗଛର ଫୁଲକୁ ପୂଜା କରାଯିବା ପରେ ସମସ୍ତ ଆଦିବାସୀ ନିଜ ଚୁଟିରେ ଖୋସା ଓ ପୁରୁଷମାନେ କାନରେ ଖୋସିଥିଲେ। ଏହାପରେ ପାରମ୍ପାରିକ ଢ଼ୋଲ, ମାଦଳ, ତାସା, ମହୁରୀ, ତାମସା, ଚଡ଼ଚଡ଼ି, ତୁମ୍ଭା, ଘଣ୍ଟ ଓ ସିଙ୍ଘା ବଜାଇ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ। ମାରାମବୁରୁଙ୍କ ଚାରିପଟେ ପରିକ୍ରମା କରି ଶ୍ରଦ୍ଧାଳୁମାନେ ମଝିରେ ମଝିରେ ବିଭିନ୍ନ ବନ୍ୟଜନ୍ତୁଙ୍କ ସ୍ବରରେ ଚିତ୍କାର କରି ନାଚୁଥିଲେ। ଏହି ସମୟରେ ଦେଖିବାକୁ ମିଳିଥିଲା ଆଦିବାସୀ ପାରମ୍ପାରିକ ପରିଧାନ ବେସ ଓ ପୋଷାକ। ରାଜଧାନୀରେ ରହୁଥିବା କେତେକ ଆଦିବାସୀ ଯୁବକ ଯୁବତୀ ଆଧୁନିକ ପୋଷାକ ପିନ୍ଧି ସେମାନଙ୍କ ସହ‌ ଯୋଗଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ସ୍ବତନ୍ତ୍ର ମଞ୍ଚ ପ୍ରସ୍ତୁତ କରାଯାଇଥି‌ଲା। ଯେଉଁଠାରେ ନୃତ୍ୟ ସମ୍ପର୍କିତ ବିଭିନ୍ନ ପ୍ରକାର ସୂଚନା ଦିଆଯାଉଥିଲା।

ସୂଚନା ଅନୁଯାୟୀ, ଏହି ବାହାବଙ୍ଗା ପରବ ଫଗୁଣ ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥାଏ। ଏହି ପରବ ପାଳନ କରି ଆଦିବାସୀମାନେ ଜଙ୍ଗଲକୁ ଯାଇ ବୃକ୍ଷଦେବତାଙ୍କ ପୂଜା କରିବା କରିବା ସହ ବିଭିନ୍ନ ପ୍ରକାର ଫଳ ଓ ଖାଦ୍ୟ ଶସ୍ୟ ସଂଗ୍ରହ କରିଥାନ୍ତି। ଏନେଇ ଆଦିବାସୀରେ ଲୋକକଥା ରହିଛି (ମାରାମବୁରୁକୁ ବଙ୍ଗାଲେଖାନ୍ ଝୋତହଳା ସୁଖଦୁଖ ନିଆଁସେରମାରେ ଝତହଳଗେକ ବୁଗିରେକ ତାହେଁକମା..) ଅର୍ଥାତ ମାରାମବୁରୁଙ୍କୁ ପୂଜାକଲେ ବର୍ଷସାରା ସବୁ ପ୍ରକାର ଶୁଖ ମିଳିଥାଏ। ସେହିଭଳି ମଞ୍ଚେଶ୍ବର ଲାଇନସାହିରେ ରହୁଥିବା ଆଦିବାସୀମାନେ ମଧ୍ୟ ନିଜ ଅଞ୍ଚଳର ଯାତ୍ରାପଡ଼ିଆରେ ମାରାମବୁରୁଙ୍କୁ ପୂଜା କରିଥିଲେ। ଏହି ସମୟରେ ଶତାଧିକ ସାନ୍ତାଳ ଆଦିବାସୀ ଯୁବକ ଯୁବତୀ ପାରମ୍ପାରିକ ବାଦ୍ୟଯନ୍ତ୍ର ବଜାଇ ନୃତ୍ୟକରି ରାତି ତମାମ ଝୁମିଥିଲେ।