ଡିଷ୍ଟ୍ରିକ୍ଟ ସେଣ୍ଟର ପୂଜା କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା : OmmTv

ଡଷ୍ଟ୍ରିକ୍ଟ ସେଣ୍ଟର ପୂଜା କମିଟି ପକ୍ଷରୁ ଭସାଣି ମହୋତ୍ସବ ଅବସରରେ ସ୍ୱାଗତ ସମ୍ବର୍ଦ୍ଧନା ମହୋତ୍ସବ ଦୁର୍ଗା ମଣ୍ଡପ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଉତ୍ତର ଭୁବନେଶ୍ୱର ଭସାଣି ଉତ୍ସବରେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୩ ଟି ମେଢ ଅଂଶଗ୍ର

ଡିଷ୍ଟ୍ରିକ୍ଟ ସେଣ୍ଟର ପୂଜା କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା : OmmTv

ଡିଷ୍ଟ୍ରିକ୍ଟ ସେଣ୍ଟର ପୂଜା କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା : OmmTv
ଭୁବନେଶ୍ୱର,(Repo:Sukant): ଡଷ୍ଟ୍ରିକ୍ଟ ସେଣ୍ଟର ପୂଜା କମିଟି ପକ୍ଷରୁ ଭସାଣି ମହୋତ୍ସବ
ଅବସରରେ ସ୍ୱାଗତ ସମ୍ବର୍ଦ୍ଧନା ମହୋତ୍ସବ ଦୁର୍ଗା ମଣ୍ଡପ ସମ୍ମୁଖରେ ଅନୁଷ୍ଠିତ
ହୋଇଯାଇଛି । ଉତ୍ତର ଭୁବନେଶ୍ୱର ଭସାଣି ଉତ୍ସବରେ ଉତ୍ତର ଭୁବନେଶ୍ୱର ନିର୍ବାଚନ
ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୩ ଟି ମେଢ ଅଂଶଗ୍ରହଣ
କରିଥିଲେ । କ୍ଲବଟାଉନ୍ ପାଖ ମେଳଣ ପଡିଆଠାରୁ ମେଢ଼ ଗୁଡିକ
ବାହାରି ଡମଣା ଛକ, ନାଲକୋ ଛକ, ଆଚାର୍ଯ୍ୟ ବିହାର ହୋଇ କୁଆଖାଇ
ନଦୀ ଅଭିମୁଖେ ଯାତ୍ରା କରିଥିଲେ । ଡିଷ୍ଟ୍ରିକ୍ଟ ସେଣ୍ଟର ପାଖରେ ପହଞ୍ଚିବା ପରେ
ଡିଷ୍ଟ୍ରିକ୍ଟ ସେଣ୍ଟର ପୂଜା କମିଟି ତରଫରୁ ଉକ୍ତ ମେଢ ଓ କମିଟିର ସଦସ୍ୟ ମାନଙ୍କୁ
ସ୍ୱାଗତ କରାଯିବା ସହ କମିଟିର ସଭାପତି ଓ ସମ୍ପାଦକଙ୍କୁ ଉତ୍ତରୀୟ, ପୁଷ୍ପମାଲ୍ୟ ଓ
ମିଠା ହାଣ୍ଡି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଜୋନ୍ ୬ ର ଏସିପି
ରମେଶ ଚନ୍ଦ୍ର ବିଶୋଇ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ମାଝୀ,
ଇମ୍ଫୋସିଟି ଥାନା ଅଧିକାରୀ ସମିତା ମିଶ୍ର, କର୍ପୋରେଟର ମିହିର କୁମାର
ରାଉତ, ବିଳ୍ପବ କୁମାର ବେହେରା, ସାମ୍ବାଦିକ ସୁକାନ୍ତ କୁମାର ରାଉତ ଓ ଅନ୍ୟାନ୍ୟ
ବିଶିଷ୍ଠ ବ୍ୟକ୍ତି ବିଶେଷ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡଷ୍ଟ୍ରିକ୍ଟ ସେଣ୍ଟର ପୂଜା
କମିଟିର ସଭାପତି ଲାୟନ୍ସ ବିଶ୍ୱନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଯୁବନେତା, ବିଜେଡି ଜିଲ୍ଲା ସମ୍ପାଦକ ତଥା
ସମାଜସେବୀ ମନୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଆଇନଜିବୀ ସମରେନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ । କମିଟି ତରଫରୁ ଭଜନ
ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା ।