Dhenkanal News

News

Dhenkanal News
www.ommtv.in (ହିନ୍ଦୋଳ ରତିକାନ୍ତ ଗଡନାୟକ): ହିନ୍ଦୋଳ ବ୍ଲକ୍ ର ଠୋକର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆ ଗ୍ରାମରେ ଆଜି ଗ୍ରାମ ଦେବତୀ ମାଆ ପୀତାବଳୀ ଠାକୁରାଣୀ ଙ୍କ ନୂତନ ମନ୍ଦିର ରତ୍ନମୁଦ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଗ୍ରାମବାସୀ ଙ୍କ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ସଭାପତି ସନ୍ତୋଷ କୁମାର ସାମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ବ୍ଲକ୍ ଉପାଧ୍ୟକ୍ଷ ବରୂଣ କୁମାର ସର,ଜିଲ୍ଲା ପରିଷଦ ସଭ୍ୟା ମମତାଞ୍ଜଳୀ ବେହେରା, ଠୋକର ସମିତି ସଭ୍ୟା ବନ୍ଦନା ସାମଲ, ସରପଞ୍ଚ ରୋଜିତା ମାଝୀ ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ବିଜେଡି କାର୍ଯ୍ୟକାରୀ ସଭାପତି କେଶବ ସାମଲ |
ହିନ୍ଦୋଳ ବିଜେଡି ଦଳ କାର୍ଯ୍ୟକାରୀ ସଭାପତି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ହିନ୍ଦୋଳ ବିଭିନ୍ନ ଗ୍ରାମରୁ ସଙ୍କୀର୍ତ୍ତନ ମଣ୍ଡଳୀ ସମେତ ବହୁ ଶ୍ରଦ୍ଧାଳୁମାନେ ଯୋଗଦାନ କରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଗ୍ରାମବାସୀ ଙ୍କ ସମେତ ତିନି ହଜାର ରୁ ଉର୍ଦ୍ଧ ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ଅନ୍ନ ପ୍ରସାଦ ସେବନ କରିଥିଲେ। #Ommtv #OmTV #Photonews #Kalingacinearts #NBPC #Dhenkanal