Dhenkanal

Dhenkanal

Dhenkanal

(ଢେଙ୍କାନାଳ ରତିକାନ୍ତ ଗଡନାୟକ)ଗତକାଲି ୨୩ ତାରିଖ ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ସଭାପତିତ୍ବରେ ଜିଲ୍ଲା ସଦଭାବନା ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସାମାଜିକ ବିକାଶ ଦିଗରେ ଜିଲ୍ଲାରେ ଥିବା ଶିଳ୍ପାନୁଷ୍ଠାନ ଗୁଡିକ ଦାୟିତ୍ୱବାନ ହୋଇ ଅଧିକ ଗୁରୁତ୍ୱ ଦେବାକୁ ଓ ପ୍ରତ୍ୟେକ ଶିଳ୍ପାନୁଷ୍ଠାନ ମାନେ ଗୋଟିଏ ଲେଖାଏଁ ପୋଷ୍ୟ ଗ୍ରାମ ଗ୍ରହଣ କରି ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଦିଗରେ ଧ୍ୟାନ ଦେବାକୁ ପରମର୍ଶ ଦେଇଥିଲେ। ଖୋଲା ଜାଗାରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କର୍ମକର୍ତ୍ତ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଜିଲ୍ଲା ବନ ଅଧିକାରୀ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ କହିଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଉଦୟ କୁମାର ମହାପାତ୍ର, ଡିଏଫଓ ସୁନିତ କୁମାର କର, ସଦର ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ,ହିନ୍ଦୋଳ ଉପ ଜିଲ୍ଲାପାଳ ଶିବାନନ୍ଦ ସ୍ଵାଇଁ, ସମସ୍ତ ତହସିଲଦାର, ଜିଲ୍ଲା ଅଧିକାରୀ ଗଣ ଓ ସମସ୍ତ ଶିଳ୍ପାନୁଷ୍ଠାନ ମାନଙ୍କ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। #Dhenkanal #Ommtv #trendingshorts #trend #trending #viral #viralvideo #KalingaCineArts #NBPC