ରଙ୍ଗମାଟିଆରେ ଗିରିଗୋବର୍ଦ୍ଧନ ପୂଜା : OmmTv

ଆଜି ଠାରୁ ରଙ୍ଗମାଟିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗିରି ଗୋବର୍ଦ୍ଧନ ପୂଜା। ଏହି ଅବସରରେ ଗ୍ରାମର ବୁଣାକାର ମହାସଂଘ ପକ୍ଷରୁ ଏହି ପୂଜା ଆୟ‌ୋଜିନ କରାଯାଇଛି। ସକାଳୁ ଜଳାଧିବାସ କରାଯାଇ

ରଙ୍ଗମାଟିଆରେ ଗିରିଗୋବର୍ଦ୍ଧନ ପୂଜା : OmmTv

ରଙ୍ଗମାଟିଆରେ ଗିରିଗୋବର୍ଦ୍ଧନ ପୂଜା : OmmTv

(ରିପୋର୍ଟ: ପିନୁ ନାୟକ):  ଆଜି ଠାରୁ ରଙ୍ଗମାଟିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗିରି ଗୋବର୍ଦ୍ଧନ ପୂଜା। ଏହି ଅବସରରେ ଗ୍ରାମର ବୁଣାକାର ମହାସଂଘ ପକ୍ଷରୁ ଏହି ପୂଜା ଆୟ‌ୋଜିନ କରାଯାଇଛି। ସକାଳୁ ଜଳାଧିବାସ କରାଯାଇ ପଣ୍ଡିତ ମଣ୍ଡଳିଙ୍କ ଦ୍ବାରା ଅଙ୍କୁରାରୋପଣ କରାଯାଇଥିଲା। କାର୍ତ୍ତିକ ମାସ ଶୁକ୍ଳପକ୍ଷ ତିଥିରେ ଆଜିଠାରୁ ଏହି ପୂଜା ଆରମ୍ଭ ହୋଇ ସପ୍ତାହ ବ୍ୟାପି ଚାଲିବ। ବୁଣାକାର ସଂଘର ସମସ୍ତ ସଭ୍ୟ ଓ ପରିବାରଲୋକ ଏହି ପୂଜାରେ ସାମିଲହୋଇ ଆଜି ସଂଧ୍ୟାରେ ସାମୋହିକ ଆଳତୀ କରିଥିଲେ। ଚଳିତବର୍ଷ ଶ୍ରୀକୃଷ୍ଣଙ୍କ ପାଇଁ ସଂଘ ପକ୍ଷରୁ ରୂପା ମୁକୁଟ ନିର୍ମାଣ କରାଯାଇ ପୂଜାହୋଇଛି। ନାଗଚତୁର୍ଥୀ ଓ ପିଠା ଭୋଗ ଆଗାମୀ ଦିନରେ ହେବ ଯେଉଁ ପ୍ରସାଦ ପାଇବାପାଇଁ ଗ୍ରାମବାସୀଙ୍କ ଠାରୁ ଆଖପାଖ ‌ଶ୍ରର୍ଦ୍ଧାଳୁମାନଙ୍କ ଭିଡ଼ ଜମିବ। ଶେଷ ଦିନ ପୂର୍ଣ୍ଣାହୂତି ସହିତ ଗୋବର୍ଦ୍ଧନ ଠାକୁରଙ୍କର ବିସର୍ଜନ ହେବ।