କଳିଙ୍ଗ ଦୁର୍ଗାପୂଜା କମିଟିର ପ୍ରଥମ ବର୍ଷ ପୂଜାରେ ୫୦ ଲକ୍ଷ ବଜେଟ୍ : Ommtv.in

କଳିଙ୍ଗ ଦୁର୍ଗାପୂଜା କମିଟିର ପ୍ରଥମ ବର୍ଷ ପୂଜାରେ ୫୦ ଲକ୍ଷ ବଜେଟ୍

କଳିଙ୍ଗ ଦୁର୍ଗାପୂଜା କମିଟିର ପ୍ରଥମ ବର୍ଷ ପୂଜାରେ ୫୦ ଲକ୍ଷ ବଜେଟ୍ : Ommtv.in

ଝଲକିବ ଉପକଣ୍ଠ...

କଳିଙ୍ଗ ଦୁର୍ଗାପୂଜା କମିଟିର ପ୍ରଥମ ବର୍ଷ ପୂଜାରେ ୫୦ ଲକ୍ଷ ବଜେଟ୍ : Ommtv.in

(ଓମ୍): ପ୍ରଥମଥର ପାଇଁ ରାଜଧାନୀ ଉପକଣ୍ଠ ଇନ୍‌ଫୋସିଟି ଥାନା ପାଖାପାଖି ଗ୍ରାମାଞ୍ଚଳ ଦୁର୍ଗା ପୂଜା ପାଇଁ ଝଲସିବ। ଦାରୁଠେଙ୍ଗ, ପଥରଗାଡ଼ିଆ, ଚନ୍ଦକା, ଅଳଶୁଆ ସହିତ ଆଖପାଖ ପାଞ୍ଚପାଞ୍ଚାୟତ ଓ ନିକଟ ସହରବାସୀ ନିଜ ଅଞ୍ଚଳରେ ଦୁର୍ଗାପୂଜା ଦେଖିବାକୁ ପାଇବେ। ଏନେଇ କିସ୍ ରୋଡ଼ ଜଗନ୍ନାଥ ମନ୍ଦିର ନିକଟରେ ମହିସୁର ପ୍ଲାଲେସ୍ ଢ଼ାଞ୍ଚାରେ ଏକ ବିରାଟ ତୋରଣ ନିର୍ମାଣ ଚାଲିଛି। ଏବଂ କିସ୍ ରୋଡ଼ର ବିଭିନ୍ନ ସ୍ଥାନରେ ଲାଇଟ୍ ଗେଟ୍ ନିର୍ମାଣ ଚାଲିଛି। ପ୍ରଥମ ବର୍ଷ ଏହି ପୂଜାପାଇଁ ସ୍ଥାନୀୟ ଯୁବକମାନେ ବେସ୍ ଉତ୍ସାହିତହୋଇ ୫୦ ଲକ୍ଷ ବେୟ ବରାଦର ବଜେଟ୍ ଆଙ୍କଳନ କରିଛନ୍ତି। ଏହି ଆୟୋଜକ ସଂସ୍ଥାର ନାମ କଳିଙ୍ଗ ଦୁର୍ଗାପୂଜା କମିଟି ରଖାଯାଇଛି। ଯାହାର ସଭାପତି ଅଛନ୍ତି ତପନ କୁମାର ଚକ୍ରବର୍ତ୍ତି ଏବଂ ସମ୍ପାଦକ ସୁର୍ଯ୍ୟକାନ୍ତ ହରିଚନ୍ଦନ। ଆଜି ଅନୁଷ୍ଠାନପକ୍ଷରୁ ନିକଟ ବୁଡ଼ୁ ନଇ ପଠାରେ ମାଟି ଅନୁକୂଳ ପୂଜା କରାଯାଇଛି। ଯେଉଁଥିରେ କର୍ତା ଭାବେ ସନ୍ତୋଷ ହରିଚନ୍ଦନ ଓ ତାଙ୍କ ପତ୍ନୀ ଯୋଗଦେଇ ମୃର୍ତି ଗଢ଼ାପାଇଁ ପଠାରୁ ମାଟି ଅନୁକୂଳକରି ଆଣିଥିଲେ। ବାଜା ବାଣ ରୋଷଣୀକରି କମିଟିର ସଭ୍ୟମାନେ ମଣ୍ଡପ ନିକଟକୁ ଶୋଭାଯାତ୍ରା ଆସିବା ପରେ ମଣ୍ଡପ ଓ ମାଟି ପୂଜା ହୋଇଥିଲା।

ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ:

୨୧ ତାରିଖରୁ ମଣ୍ଡପ ନିକଟ ରଙ୍ଗମଞ୍ଚରେ ଅନୁ‌‌ଷ୍ଠିତ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଯେଉଁଥିରେ ଶ୍ରୀରାମ ଶରଣମ୍ ଭଜନ ସଂଧ୍ୟାରୁ ଆରମ୍ଭ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ୨୨ ତାରିଖରେ କଣ୍ଠଶିଳ୍ପୀ ଅସିମା ପଣ୍ଡାଙ୍କ ଲାଇଫ ମ୍ୟୁଜିକାଲ ନାଇଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୩ ତାରିଖରେ ଓଲିଉଡ଼ର ବିଭିନ୍ନ କଣ୍ଠ ଶିଳ୍ପୀମାନଙ୍କୁ ନେଇ ଅନୁଷ୍ଠିତ ବେହ ‌ଅର୍କେଷ୍ଟା ନାଇଟ୍।

ଦଶହରା ଦିନ ପୋଡ଼ିବ ୭୦ ଫୁଟର ରାବଣ :

ପ୍ରଥମ ବର୍ଷଠାରୁ ଏହି ଅଞ୍ଚଳରେ ଅନୁଷ୍ଠିତ ହେବ ରାବଣ ପୋଡ଼ି ଓ ଆତସବାଜୀ। ଯାହାନେଇ ଦଶହରା ଦିନ ୭୦ ଫୁଟର ଏକ ବିରାଟକାୟ ରାବଣ ନିର୍ମାଣ କରାଯାଇ ସେଥିରେ ବାଣ ଖଞ୍ଜାଯିବ। ନିମନ୍ତ୍ରୀତ ଅତିଥି ସେଥିରେ ଅଗ୍ନୀ ସଂଯୋଗକରି ରାବଣକୁ ପୋଡ଼ିବେ। ଏହି ସମୟରେ ଜନ ସମାଗମକୁ ଆଖିଆଗରେ ରଖି ସ୍ଥାନୀୟ ଅଞ୍ଚଳରେ ଏକ ଛୋଟ ମିନା ବଜାର ପଡ଼ିବ। ଏହା ସହିତ କିସ୍ ରୋଡ଼ ବିଭିନ୍ନ ପ୍ରକାର ଏଲଇଡ଼ି ଲାଇଟ୍‌ରେ‌ ଝଲସିବ।

ପ୍ଲାଷ୍ଟିକ୍ ବର୍ଜନ ସହିତ ସ୍ବଛତା ଆମର ସଙ୍କଳ୍ପ ହେବ

ପୂଜା ମଣ୍ଡପକୁ ଆସୁଥିବା ଶ୍ରର୍ଦ୍ଧାଳୁମାନଙ୍କୁ ନିବେଦନ କରାଯିବ ଯେମିତି କୌଣସି ପ୍ରକାର ପ୍ଲାଷ୍ଟିକ୍ ସାମଗ୍ରୀ ବା ଉପକରଣ ବ୍ୟବହାର ନକରନ୍ତି। ମଣ୍ଡପ ଓ ମେଳା ପଡ଼ିଆ ସହିତ ଆଖପାଖ ଓ କିସ୍ ରୋଡ଼ ସବୁଦିନ ପାଇଁ ପରିସ୍କାର ପରିଚ୍ଛନ ରଖିବ। ଆମ ସମସ୍ତ ସଭ୍ୟ ଓ ଆମ ସହିତ ସାମିଲ ହୋଇଥିବା ସ୍ବଚ୍ଛାସେବୀମାନଙ୍କର ମୁଖ୍ୟ କାର୍ଯ୍ୟ ପୂଜା ଅଞ୍ଚଳକୁ ସଫା ସୁତୁରା ରଖିବା । ଏହି ଅଞ୍ଚଳ ବିଏମିସ ହୋଇନଥିବାରୁ ଆମେ ନିଜେ ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜଣେ ଜଣେ ସଫେଇ କର୍ମଚାରୀଭଳି ସ୍ବେଚ୍ଛାକୃତ ସେବା ଯୋଗାଇଦେବୁ।

ତପନକୁମାର ଚକ୍ରବର୍ତ୍ତି (ସଭାପତି)

ସିସିଟିଭି ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ଆମ ଦାୟୀତ୍ବ

ଆମ ଗ୍ରାମାଞ୍ଚଳ ପକ୍ଷରୁ ଏହି ପୂଜା ପ୍ରଥମ ଥର କରି ‌ଅନୁ‌ଷ୍ଠିତ ହେଉଛି। ହେଲେ ଏହା ସହର ଉପକଣ୍ଠ ହୋଇଥିବାରୁ ଶହ ଶହ ଶ୍ରର୍ଦ୍ଧାଳୁ ଆମ ମଣ୍ଡପ ଦେଖିବାକୁ ଆସିବେ। ଏହା ବ୍ୟତିତ ଆଖପାଖର ଶିକ୍ଷାନୁଷ୍ଠାନର ହଜାର ହଜାର ଛାତ୍ରଛାତ୍ରୀ ମା’ଙ୍କ ଦର୍ଶନ ପାଇ ଆସିବେ। ସେମାନଙ୍କ ସୁରକ୍ଷା ଏବଂ ଟ୍ରାଫିକ୍ ଆଇନ୍ ଶୃଙ୍ଖଳା ପାଇଁ ଆମ ଇନ୍‌ଫୋସିଟି ଥାନା ପକ୍ଷରୁ ଯେତିକି ସୁରକ୍ଷା ଯୋଗାଇଦିଆଯିବ ତା’ଠାରୁ ଆହୁରି ଅଧିକ ଆମ ସ୍ବଚ୍ଛାସେବୀମାନେ ସୁରକ୍ଷା ଯୋଗାଇଦେବେ। ଯାହାନେଇ କୌଣସି ପ୍ରକାର ଅସୁବିଧା ହେବନାହିଁ ବୋଲି ସମସ୍ତ ପ୍ରସ୍ତୁତି ହୋଇଯାଇଛି।

ସୁର୍ଯ୍ୟକାନ୍ତ ହରିଚନ୍ଦନ (ସମ୍ପାଦକ)