ହାର୍ଭାର୍ଡ ୟୁନିଭରସିଟି ଫେଲୋସିପ୍ ପାଇଁ କିମସ୍ ଡାକ୍ତର ମନୋନୀତ : ଓମଟିଭି

କିମସ୍ ଭୁବନେଶ୍ୱର ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡା. ପ୍ରଣବ ମହାପାତ୍ର ହାର୍ଭାର୍ଡ ସ୍କୁଲ ଅଫ୍ ପବ୍ଲିକ ହେଲ୍‍ଥର ‘ବର୍ନାର୍ଡ ଲାଉନ୍ ସ୍କଲାର୍ସ ଇନ୍‍ କାର୍ଡିଓଭାସ୍କୁଲାର ହେଲ୍‍ଥ ପ୍ରୋଗ୍ରାମ୍‍’ ଫେଲୋସିପ୍ ପାଇଁ ମନୋନୀତ ହୋଇଛନ୍ତି । ଏହି ଫେଲୋସିପ୍ କାର୍ଯ୍ୟକ୍ରମ ବିଭିନ୍ନ ବିକାଶଶୀଳ ଦେଶର ପୁରାତନ ରୋଗ ନିରାକରଣ ଦିଗରେ ଗବେଷଣା, ଶିକ୍ଷାଦାନ ଓ ନୀତି ନିର୍ଦ୍ଧାରଣ ପାଇଁ ପୂର୍ଣ୍ଣକାଳୀନ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ମନୋନୀତ କରିଥାଏ ।

 ହାର୍ଭାର୍ଡ ୟୁନିଭରସିଟି ଫେଲୋସିପ୍ ପାଇଁ କିମସ୍ ଡାକ୍ତର ମନୋନୀତ : ଓମଟିଭି
 ହାର୍ଭାର୍ଡ ୟୁନିଭରସିଟି ଫେଲୋସିପ୍ ପାଇଁ କିମସ୍ ଡାକ୍ତର ମନୋନୀତ : ଓମଟିଭି
ଭୁବନେଶ୍ୱର,୩୦ା୮: କିମସ୍ ଭୁବନେଶ୍ୱର ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡା. ପ୍ରଣବ ମହାପାତ୍ର ହାର୍ଭାର୍ଡ ସ୍କୁଲ ଅଫ୍ ପବ୍ଲିକ ହେଲ୍‍ଥର ‘ବର୍ନାର୍ଡ ଲାଉନ୍ ସ୍କଲାର୍ସ ଇନ୍‍ କାର୍ଡିଓଭାସ୍କୁଲାର ହେଲ୍‍ଥ ପ୍ରୋଗ୍ରାମ୍‍’ ଫେଲୋସିପ୍ ପାଇଁ ମନୋନୀତ ହୋଇଛନ୍ତି । ଏହି ଫେଲୋସିପ୍ କାର୍ଯ୍ୟକ୍ରମ ବିଭିନ୍ନ ବିକାଶଶୀଳ ଦେଶର ପୁରାତନ ରୋଗ ନିରାକରଣ ଦିଗରେ ଗବେଷଣା, ଶିକ୍ଷାଦାନ ଓ ନୀତି ନିର୍ଦ୍ଧାରଣ ପାଇଁ ପୂର୍ଣ୍ଣକାଳୀନ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ମନୋନୀତ କରିଥାଏ । ଏହି ଫେଲୋସିପ୍ ପାଇବାରେ ଡା. ମହାପାତ୍ର ହେଉଛନ୍ତି ଓଡ଼ିଶାରୁ ପ୍ରଥମ ଚିକିତ୍ସକ ଓ ଦ୍ୱିତୀୟ ବ୍ୟକ୍ତି । ନିଜ ଅଞ୍ଚଳରେ ରୋଗରେ ପଡ଼ି ସୁସ୍ଥ ହେବା ପାଇଁ ଆଶା ରଖୁଥିବା ଲୋକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଡା. ମହାପାତ୍ର ଗବେଷଣା କରିଥାନ୍ତି । ବିକାଶଶୀଳ ଦେଶଗୁଡ଼ିକରେ ହୃଦରୋଗ ଏବଂ ମାନସିକ ବିଷାଦ ଏବଂ ପ୍ରାଥମିକ ଚିକିତ୍ସାର ଉନ୍ନତି ପାଇଁ କରାଯାଉଥିବା ଗବେଷଣା କ୍ଷେତ୍ରରେ ଏହି ଫେଲୋସିପ କାର୍ଯ୍ୟକ୍ରମ ସହାୟତା ଯୋଗାଇ ଦେଇଥାଏ । ଏହି ଫେଲୋସିପ ପାଇଁ ଏକାଧିକ ଚୟନ ପ୍ରକ୍ରିୟା କରାଯାଇଥାଏ । କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଗୁଡାର୍ଜ ଡାନେଇଙ୍କ ଦ୍ୱାରା ଚୟନର ଶେଷ ପର୍ଯ୍ୟାୟରେ ଡା. ମହାପାତ୍ରଙ୍କ ଅନ୍‍ଲାଇନ୍‍ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ସମଗ୍ର ବିଶ୍ୱରୁ ୬ ଜଣ ମନୋନୀତ ହୋଇଥିବା ବେଳେ ଓଡ଼ିଶାର ପ୍ରଥମ ଡାକ୍ତର ଭାବେ ହାର୍ଭାର୍ଡରେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ଯୋଗଦାନ ପରେ ଡା. ମହାପାତ୍ର ଓ ଅନ୍ୟ ଲାଉନ ସ୍କଲାରମାନଙ୍କୁ ବୋଷ୍ଟନରେ ଥିବା ଟି.ଏଚ୍ ଚାନ୍ ସ୍କୁଲ ଅଫ୍ ପବ୍ଲିକ ହେଲଥ୍‌ରେ ଚାରି ସପ୍ତାହ ବ୍ୟାପୀ ଅନୁଷ୍ଠିତ କର୍ମଶାଳାରେ ହାର୍ଭାର୍ଡର ବିଶିଷ୍ଟ ପ୍ରଫେସରମାନଙ୍କ ଦ୍ୱାରା ତାଲିମ ଦିଆଯାଇଥିଲା । ପରେ ସେମାନଙ୍କୁ ଲାଉନ୍‌ର ଦୀର୍ଘ କାଳୀନ କାର୍ଯ୍ୟକ୍ରମ ସହିତ ଜଡ଼ିତ କରାଯିବା ସହ ଭିଜିଟିଂ ସ୍କଲାର ଭାବେ ନିଯୁକ୍ତି ଦିଆଯାଇଛି ।
ଡା. ମହାପାତ୍ରଙ୍କ ଗବେଷଣାତ୍ମକ ସନ୍ଦର୍ଭ- ‘ସହରରେ ରହୁଥିବା ଗରିବ ଲୋକଙ୍କଠାରେ ଦେଖାଯାଉଥିବା ହୃଦରୋଗ ଏବଂ ମାନସିକ ରୋଗ ଦ୍ୱୈତ ସମସ୍ୟାକୁ ବୁଝିବା’ । ଏହା ସହରରେ ରହୁଥିବା ଗରିବ ଲୋକେ ହୃଦରୋଗ ଏବଂ ମାନସିକ ରୋଗରେ ସମ୍ମୁଖୀନ ହୋଇ କିଭଳି ଦୁଇ ଆଡ଼ୁ ରହିଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଉପରେ ଆଲୋକପାତ କରିବା । ଏହା ସହିତ ନିମ୍ନ ଏବଂ ମଧ୍ୟବିତ୍ତ ଆୟ ଥିବା ଦେଶଗୁଡ଼ିକରେ ଏହି ପ୍ରକାର ସ୍ୱାସ୍ଥ୍ୟସେବାକୁ ସ୍ଥାୟୀ କରିବା ଉପରେ ସେ ଅଧିକ କାର୍ଯ୍ୟ କରିବେ । ଡା. ମହାପାତ୍ରଙ୍କ ସ୍ଥାନୀୟ ପରାମର୍ଶଦାତା ହେଉଛନ୍ତି ଆଇସିଏମ୍‌ଆର-ଆରଏମ୍‌ଆସି ଡ. ସଙ୍ଘମିତ୍ରା ପତି (ହାର୍ଭାର୍ଡ-ଲାଉନ୍ ସ୍କୋଲାର) । ଡ. ମହାପାତ୍ର ଏବେ ଭାରତୀୟ ସାଇକ୍ରିଆଟିକ୍ ସୋସାଇଟି- ଓଡିଶା ରାଜ୍ୟ ଶାଖାର ସଭାପତି ଅଛନ୍ତି । ସେ ରୋଟାରୀ ଏବଂ ଓଡିଶା ଷ୍ଟେଟ୍ ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ ସହିତ ମିଶି ମାନସିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ସମାଜ ସେବାରେ ମଧ୍ୟ ସକ୍ରିୟ ଭାବେ ଜଡିତ ଅଛନ୍ତି । ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ ସହ ଉଲ୍ଲେଖନୀୟ ସେବା ପାଇଁ ଡା. ମହାପାତ୍ର ଚଳିତବର୍ଷ ରାଜ୍ୟପାଳ ପୁରସ୍କାର ପାଇଥିଲେ ।