OMM TV *ଓଡିଶା ଷ୍ଟୋରୀ ଟେଲିଙ୍ଗ ସୋସାଇଟି ର ଗଳ୍ପ କଥନ ପ୍ରତିଯୋଗତା ଅଭିଯାନ।*

Story telling

OMM TV *ଓଡିଶା ଷ୍ଟୋରୀ ଟେଲିଙ୍ଗ ସୋସାଇଟି ର ଗଳ୍ପ କଥନ ପ୍ରତିଯୋଗତା ଅଭିଯାନ।*
OMM TV *ଓଡିଶା ଷ୍ଟୋରୀ ଟେଲିଙ୍ଗ ସୋସାଇଟି ର ଗଳ୍ପ କଥନ ପ୍ରତିଯୋଗତା ଅଭିଯାନ।*
ଭୁବନେଶ୍ୱର- ଦୂରଦୂରାନ୍ତ ବିଦ୍ୟାଳୟ ମାନଙ୍କରେ ଗଳ୍ପ କଥନ ପ୍ରତିଯୋଗତା କରିଆସୁଥିବା ଓଡ଼ିଶା ଷ୍ଟୋରୀ ଟେଲିଙ୍ଗ ସୋସାଇଟି ପକ୍ଷରୁ ଚଳିତ ମାସ ଚାରି ତାରିଖରେ ଖଣ୍ଡଗିରି ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ରେ ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ନେଇ ପୁଣି ଏକ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ସାହୁ ଅଧ୍ୟକ୍ଷତା କରିଥିଲେ ଓ ପ୍ରାକ୍ତନ ଓଡ଼ିଆ ଆସୋସିଏଟ ପ୍ରଫେସର ଶ୍ରୀମତୀ ପ୍ରୀତି ମଞ୍ଜରୀ ପଟନାୟକ,ଶ୍ରୀମତୀ ସସ୍ମିତା ମହାନ୍ତି ବିଚାରକ ଭାବେ କାର୍ଯ୍ୟ କରିଥିଲେ ।ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ସଭାପତି ଶ୍ରୀଯୁକ୍ତ ମନୀନ୍ଦ୍ର ନାରାୟଣ ନାୟକ ସୋସାଇଟି ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ନେଇ ମୋଟ ୨୪୦ ଜଣ ପ୍ରତିଯୋଗତା ରେ ଭାଗ ନେଇଥିଲେ । ଷଷ୍ଠ ରୁ ଅଷ୍ଟମ ଓ ନବମ ,ଦଶମ ପିଲାମାନଙ୍କୁ ନେଇ ହୋଇଥବା ଗ୍ରୁପ ରୁ ଶ୍ରେଷ୍ଠ ୬ ଜଣ ଛାତ୍ରଛାତ୍ରୀ ଙ୍କୁ ସୋସାଇଟି ତରଫରୁ ପୁରସ୍କାର ସହିତ ପ୍ରମାଣ ପତ୍ର / ସାର୍ଟିଫିକେଟ ପ୍ରଦାନ କରାଯାଇଥଲା। ଶେଷରେ ବିଚାରପତି ଶ୍ରୀମତୀ ପଟନାୟକ ଭବିଷ୍ୟତରେ ଓଡ଼ିଶାର ପ୍ରତେକ ବିଦ୍ୟାଳୟ ମାନଙ୍କରେ ଏଭଳି କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ଓଡ଼ିଶା ଷ୍ଟୋରୀ ଟେଲିଙ୍ଗ ସୋସାଇଟି ର ସଭାପତି ଙ୍କୁ ଓ ଛାତ୍ର ଛାତ୍ରୀ ମାନଙ୍କୁ ଅଧିକ ସଂଖ୍ୟାରେ ଭାଗ ନେବାପାଇଁ ଉତ୍ସାହିତ କରିଥିଲେ । #Bhubaneswar #Ommtv #News